ଓଡ଼ଗାଁ,(ନୟାଗଡ ଦର୍ପଣ):- ବିଶ୍ୱ ପ୍ରକୃତି ସଂରକ୍ଷଣ ଦିବସ ଅବସରରେ ଆଜି ସକାଳ ୮ ଘଟିକା ସମୟରେ ଓଡ଼ଗାଁ ବ୍ଲକ ଅନ୍ତର୍ଗତ ଦଣ୍ଡୋର ଗ୍ରାମ ସ୍ଥିତ ମାଆ ପାଣି ଷଣ୍ଢ ମନ୍ଦିର ପରିସର, ପୋଖରୀ ହୁଡ଼ା ଏବଂ ରାସ୍ତା ପାର୍ଶ୍ଵରେ ସମ୍ବାଦ ସାହିତ୍ୟ ଘର ଓଡ଼ଗାଁ ଶାଖା ତରଫରୁ ବୄକ୍ଷରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସଂବାଦ ପ୍ରତିନିଧି ତଥା ସାହିତ୍ଯ ଘରର ସଂଯୋଜକ ସୁନିଲ ପଟ୍ଟନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉକ୍ତ କାର୍ୟ୍ୟକ୍ରମରେ ସାହିତ୍ୟ ସଭାପତି ଦିବାକର ନାୟକ, ସମ୍ପାଦକ ରଞ୍ଜନ କୁମାର ଦାଶ, କୋଷାଧ୍ୟକ୍ଷ ପଞ୍ଚାନନ ପଣ୍ଡାଙ୍କ ସମେତ ଯଶୋବନ୍ତ ପଟ୍ଟନାୟକ, ରବୀନ୍ଦ୍ର କୁମାର ଘଡେଇ, ଶରତଚନ୍ଦ୍ର ଷଡ଼ଙ୍ଗୀ, ଶାନ୍ତନୁ ବିଶୋଇ, ପରମାନନ୍ଦ ସ୍ୱାଇଁ, ପ୍ରଦୋଷ କୁମାର ରାଉତ, ଦେବୀ ପ୍ରସାଦ ସାହାଣି, ନାରାୟଣ ରାଉତ, ଆଶିଷ କୁମାର ପରିଡ଼ା ପ୍ରମୁଖ ଯୋଗଦେଇ ପଣସ , ଓଉ, ଅଶୋକ, ଜାମୁ, ନାଗଚମ୍ପା, ବଉଳ, ଗଙ୍ଗଶିଉଳି ଆଦି ପ୍ରାୟ ୧୩୫ ପ୍ରକାରରୁ ଉର୍ଦ୍ଧ୍ବ ବୄକ୍ଷରୋପଣ କରିଥିଲେ।
ଓଡଗାଁ ସମ୍ବାଦ ସାହିତ୍ୟ ଘର ସଦସ୍ୟଙ୍କ ଦ୍ଵାରା ବୃକ୍ଷରୋପଣ
