ବଂଶୀଧର ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ତରଫରୁ ଶରଣକୁଳରେ ଚାରା ବଣ୍ଟନ କାର୍ଯ୍ୟକ୍ରମ

ନୟାଗଡ,(ନୟାଗଡ଼ ଦର୍ପଣ):- ବଂଶୀଧର ଇଣ୍ଟରନ୍ୟାଶନାଲ ଫାଉଣ୍ଡେସନର ସଭାପତି ମନୋଜ କୁମାର ସାହୁଙ୍କ ତତ୍ଵାବଧାନରେ ଶରଣକୁଳ ଠାରେ ଜନ ସଚେତନତା କରିବା ସହ ସହର ପରିକ୍ରମା କରାଯାଇ ପ୍ରତ୍ୟେକ ପରିବାରକୁ ଚାରା ବଣ୍ଟନ କରାଯାଇଛି। ତତ ସହିତ ‘ମୁଁ ଗଛ କହୁଛି’ ଲିଫ୍ଲେଟ ମାଧ୍ୟମରେ ଗଛର ମହତ୍ୱ ଉପରେ ଜନସଧାରଣଙ୍କର ଦୃଷ୍ଟି ଆକର୍ଷଣ କରାଯିବା ସହ ସହର ଏବଂ ଗ୍ରାମ ବୁଲି ସାରିବା ପରେ ଏକ ସଭାର ଆୟୋଜନ କରାଯାଇଥିଲା। ଶତାଧିକ ଗଛ ତଥା ପରିବେଶ ପ୍ରେମୀଙ୍କ ଗହଣରେ ସଭାପତି ବିମଳ କୁମାର ଦାସଙ୍କ ଦ୍ଵାରା ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ସମାଜସେବୀ ବସନ୍ତ କୁମାର କର ସଭା ପରିଚାଳନା କରିଥିଲେ। ବଂଶୀଧର ଫାଉଣ୍ଡେସନର ସମ୍ପାଦକ ଉମେଶ ଚନ୍ଦ୍ର ପଟ୍ଟନାୟକ “ମୁଁ ଗଛ କହୁଛି” ଶିଷର୍କ ଉପରେ ନିଜର ମନ୍ତବ୍ୟ ମାଧ୍ୟମରେ କିଭଳି ଅମ୍ଳଜାନ ଅଭାବରୁ ମନୁଷ୍ୟ ଜୀବନ ମୁର୍ତ୍ୟୁ ମୁଖରେ ପଡ଼ୁଛନ୍ତି ତାହା ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ।

ଅନ୍ୟପକ୍ଷେ କଂଗ୍ରେସ ଛାତ୍ରନେତା ଜ୍ୟୋତି ରଞ୍ଜନ ଦାସ, ଅକ୍ଷୟ ମଲ, ସମାଜସେବୀ ରମେଶ ଚନ୍ଦ୍ର ମହାପାତ୍ର, ପରମାନନ୍ଦ ସ୍ୱାଇଁ, ପବ୍ଲିକ ରାଇଟ ଆସୋସିଏସନର ରାଜଲଷ୍ମୀ ସେନାପତି, ଦୀନବନ୍ଧୁ ସ୍ୱାଇଁ, କୈଳାସ ବାରିକ, ସନ୍ତୋଷ ମିଶ୍ର, ଗୋପାଳ କୃଷ୍ଣ ସାହୁ, ପମି ରାଉତ, ଭଗବାନ ସାହୁ, କୁମର ଚନ୍ଦ୍ର ସାହାଣ, ରୁଷି ପ୍ରଧାନ, ପ୍ରମୋଦ ସାହୁ, ବାବାଜୀ ମୁଦୁଲି, ବିଜୟ ନାୟକ, ଆଇନଜୀବୀ ମନୋଜ କୁମାର ନାୟକ, ପ୍ରଦୀପ୍ତ କୁମାର ସାହୁ, ପ୍ରଫୁଲ କୁମାର ବେହେରା ପ୍ରମୁଖ ଯୋଗଦେଇ ଗଛର ଉପକାରିତା ଉପରେ ଆଲୋକପାତ କରିଥିଲେ। ବଂଶୀଧର ଇଣ୍ଟରନ୍ୟାସନ୍ୟାଲ ଫାଉଣ୍ଡେସନ ସଭାପତି ଶ୍ରୀ ସାହୁ ନିଜର ବ୍ୟକ୍ତବ୍ୟରେ କହିଥିଲେ ଯେ, ସମସ୍ତଙ୍କ ସହଯୋଗରେ ଗତ ୧୯ତାରିଖଠାରୁ ଓଡ଼ଗାଁରୁ ଆରମ୍ଭ ହୋଇଥିବା ଚାରା ରୋପଣ ଓ ବଣ୍ଟନ କାର୍ଯ୍ୟକ୍ରମ ଇତି ମଧ୍ୟରେ ଗଣିଆ, ଦଶପଲ୍ଲା, ଖଣ୍ଡପଡ଼ା, ଶରଣକୁଳରେ ସଫଳତା ସହିତ କାର୍ଯ୍ୟକ୍ରମ ଜାରି ରହିଛି ଏହା ଆସନ୍ତା ୪ତାରିଖ ପର୍ଯ୍ୟନ୍ତ ଜାରି ରହିବ।

Related posts