ଓଡ଼ଗାଁରେ ଡିଜିଟାଲ ମିଡିଆ ସାମ୍ବାଦିକ ସଂଘର କର୍ମକର୍ତ୍ତାଙ୍କ ଚୟନ

ଓଡ଼ଗାଁ,(୦୧/୦୮)- ଓଡ଼ଗାଁ ବ୍ଲକରେ ଡିଜିଟାଲ ମିଡିଆ କ୍ଷେତ୍ରରେ କାର୍ୟ୍ୟ କରୁଥିବା ସାମ୍ବାଦିକମାନଙ୍କୁ ସଂଗଠିତ କରିବା ନିମନ୍ତେ ନୟାଗଡ ଜିଲ୍ଲା ଡିଜିଟାଲ ମିଡିଆ ସଂଘର ସଭାପତି ଅନୱର ଅଲ୍ଲୀଙ୍କ ଡାକରାରେ ନୂତନ ଓଡ଼ଗାଁ ଡିଜିଟାଲ ମିଡିଆ ସଂଘ ଗଠିତ ହେବାସହ କାର୍ୟ୍ୟକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଓଡ଼ଗାଁ ସହରସ୍ଥିତ ଇନଡୋର ଷ୍ଟାଡିୟମଠାରେ ଆୟୋଜିତ ସଭାରେ ସର୍ବସମ୍ମତି କ୍ରମେ ପ୍ରଦୀପ କୁମାର ରାୟଙ୍କୁ ସଭାପତି ଭାବେ ଚୟନ କରାଯାଇଥିବାବେଳେ ଉପସଭାପତି ଅଶୋକ ଦାସ, ସମ୍ପାଦକ ରିପନ କୁମାର ପଣ୍ଡା, ସହ ସମ୍ପାଦକ ରାକେଶ ରୋଷନ ବେହେରା, କୋଷାଧ୍ୟକ୍ଷ ରବୀନ୍ଦ୍ର କୁମାର ସାହୁ, ଜଗଦୀଶ ପ୍ରଧାନ, ଉପଦେଷ୍ଟା ବିଭୁପ୍ରସାଦ ସାହୁ, ପ୍ରମୋଦ କୁମାର ନାୟକ, ମନୋଜ ସାହୁ, କାର୍ୟ୍ୟକାରୀ ସଭ୍ୟ ପ୍ରକାଶ ଚନ୍ଦ୍ର ମହାପାତ୍ର, ଦିବ୍ୟରଞ୍ଜନ ନାୟକ, ବିଜୟ କୁମାର, ଭାସ୍କର ସ୍ୱାଇଁ, ମନୋରଞ୍ଜନ ପାତ୍ର, ବିପିନ କୁମାର ସେଠି, ସହ ସଂଯୋଜକ ଚିତ୍ତରଞ୍ଜନ ନାୟକ, ଶ୍ରୀଧର କୁମାର ନାୟକ ପ୍ରମୁଖଙ୍କ ନାମ ଘୋଷଣା କରଯାଇଥିଲା। ଡିଜିଟାଲ ମିଡ଼ିଆ କ୍ଷେତ୍ରରେ କାର୍ୟ୍ୟ କରୁଥିବା ସାମ୍ବାଦିକଙ୍କ ସମ୍ମାନ, ସୁରକ୍ଷା ଓ ଅଧିକାର ପାଇଁ ଏହି ସଂଘ କାର୍ୟ୍ୟ କରିବା ଦରକାର ବୋଲି ଓଡ଼ଗାଁ ବ୍ଲକ ସାମ୍ବାଦିକ ସଂଘର ସଭାପତି ଅଶୋକ କୁମାର ମହାପାତ୍ର କହିଥିଲେ। ଆଜିର ଏହି କାର୍ୟ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ତଥା ନୟାଗଡ ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ, ବିଜେଡି ନେତା ସୂର୍ୟ୍ୟ ନାରାୟଣ ଚୌଧୁରୀ, ଆଡ଼ଭୋକେଟ ପବିତ୍ର ମୋହନ ସାହୁ, ପୂର୍ବତନ ସରପଞ୍ଚ ଦିବାକର ନାୟକ, ପ୍ରମେୟ ଜିଲ୍ଲା ପ୍ରତିନିଧି ପୁରୁଷୋତ୍ତମ ମହାପାତ୍ର, ନୟାଗଡ ଜିଲ୍ଲା ଡିଜିଟାଲ ମିଡିଆ ଜର୍ନାଲିଷ୍ଟ ଆସୋସିଏସନର ସମ୍ପାଦକ କିଶୋର ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ବିଭୁ ପ୍ରସାଦ ସାହୁ, ସାମ୍ବାଦିକ ଆଦର୍ଶ ପଟ୍ଟନାୟକ, ସମାଜସେବୀ ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଅନେକ ସମୟରେ ୱେବ ଚ୍ୟାନେଲର ସାମ୍ବାଦିକମାନେ ଖବରପ୍ରସାରଣ ସମୟରେ ବିଭିନ୍ନ ଘଟଣାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି । ସଂଗଠିତ ହୋଇ ରହିଲେ ଏଭଳି ଘଟଣାକୁ ଏଡାଯାଇପାରିବ ଯୋଗଦେଇଥିବା ଅତିଥିମାନେ ମନ୍ତବ୍ୟ ଦେଇଥିଲେ। ଜିଲ୍ଲା ସଭାପତି ଅନୱର ଅଲ୍ଲୀଙ୍କ ସଭାପତିତ୍ଵ କରିଥିଲେ। ଇଟିଭି ଭାରତ ଜିଲ୍ଲା ପ୍ରତିନିଧି ଯୟେନ୍ଦ୍ର ବେହେରା କାର୍ୟ୍ୟକ୍ରମ ପରିଚାଳନା କରିଥିଲେ । ପରିଶେଷରେ ଶ୍ରୀରାମ ଫାଉଣ୍ଡେସନ ପକ୍ଷରୁ ସମସ୍ତ ସାମ୍ୱାଦିକଙ୍କୁ ମାସ୍କ ଏବଂ ସାନିଟାଇଜର ବଣ୍ଟନ କରାଯାଇଥିଲା ।

Related posts