ନୟାଗଡ଼,(୦୧/୦୮): ଚାକିରୀ କରାଇ ଦେବା ନାଁରେ ଠକେଇ କରିଥିବା କଟକ ଚୈାଦ୍ୱାର ଓଟିଏମ୍ କଲୋନୀ ସୁଜିତ କୁମାର କରଙ୍କ ପତ୍ନୀ ଗାୟତ୍ରୀ ବେହେରା ଓରଫ ମାମା (୩୩)ଙ୍କୁ ନୟାଗଡ଼ ଟାଉନଥାନା ପୋଲିସ ଗିରଫ କରିଛି। ନୟାଗଡ଼ ଟାଉନଥାନା ଅନ୍ତର୍ଗତ ନବଘନପୁର ଗ୍ରାମର ନାରାୟଣ ସାଥୁଆଙ୍କ ପୁଅ କେଶବ ସାଥୁଆଙ୍କୁ ଚାକିରି କରାଇ ଦେବା ନାଁରେ ମାମା ଠକେଇ କରିଥିବା ଅଭିଯୋଗ ହୋଇଥିଲା । ପୁଲିସ ଚଢ଼ାଉ କରି ତାଙ୍କୁ ଗିରଫ କରିଥିବାବେଳେ ତାଙ୍କ ପାଖରୁ ୨ ଲକ୍ଷ ୬୫ ହଜାର ନଗଦ ଟଙ୍କା ଜବତ କରାଯାଇଛି । ମାମାଙ୍କୁ ଆପିସି ୪୧୯ ଏବଂ ୪୨୦ ଦଫାରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ନୟାଗଡ ଟାଉନଥାନା ଅଧିକାରୀ ଜୟଦୀପ ମହାନ୍ତି ସୂଚନା ଦେଇଛନ୍ତି ।
ଚାକିରୀ କରେଇ ଦେବା ନାଁରେ ଠକେଇ, ମହିଳା ଗିରଫ
