ଆସିଲା ଅଗଷ୍ଟ ଗାଇଡଲାଇନ୍ସ: ନିୟମ କୋହଳ

କଟକ, ଭୁବନେଶ୍ୱର, ପୁରୀରେ ସପ୍ତାହନ୍ତ ଜାରି
୨୭ ଜିଲ୍ଲାରେ କଟକଣା କୋହଳ
ଲାଗୁହେଲା ନୂଆ ମାର୍ଗଦର୍ଶିକା
ରାଜ୍ୟରେ ଏବେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଛି। ଜୀବନ ଓ ଜୀବିକା ଉପରେ ସମନ୍ୱୟ ରଖିବା ପାଇଁ ନିତି ନିର୍ଧାରଣ ହୋଇଛି। ଅଗଷ୍ଟ ଗାଇଡ ଲାଇନ୍ସ ଜାରି ହୋଇଛି। ୨୭ଜିଲ୍ଲାରେ ସଂକ୍ରମଣ କମିଛି। ଆଉ ଦୁଇ ଜିଲ୍ଲାରେ ସଂକ୍ରମଣ କମି ନାହିଁ। SRCପ୍ରଦୀପ କୁମାର ଜେନା ଘୋଷଣା କରିଛନ୍ତି।
୧ ସାରା ରାଜ୍ୟରେ ସକାଳ ୬ରୁ ରାତ୍ରି ୮ଯାଏ ସବୁ ଦୋକାନ ଖୋଲା ରହିବ
୨ କଟକ, ଭୁବନେଶ୍ୱର ଓ ପୁରୀରେ ସପ୍ତାହନ୍ତ ସଟଡାଉନ ଜାରି ରହିବ
୩ ସବୁ ମଲ ଖୋଲାଯିବ
୪ ହୋଟେଲ, ରେସ୍ତୋରାଁ, ସିନେମା ଖୋଲା ରହିବ
୫ ଦୁଇ ଡୋଜ ଟିକକରଣ ପ୍ରମାଣପତ୍ର ଜରୁରୀ
୬ ହାଟ ଖୋଲା ରହିବ
୭ ରାଜ୍ୟ ଭିତରେ ବସ ଚାଲି ପାରିବ
୮ ଧାର୍ମିକ ସ୍ଥଳ ଖୋଲିବା ଦାୟିତ୍ୱ ଜିଲ୍ଲାପାଳ ହାତରେ..
୯ ଭକ୍ତ, ଶ୍ରଦ୍ଧାଳୁ ଭୋଗ ନେଇ ପାରିବେ ନାହିଁ
୧୦ ବିଭାହ ୨୫, ଅନ୍ତ୍ୱେଣ୍ଟି ରେ ୨୦ଜଣ ସାମିଲ ହେବେ
୧୧ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲା ଯିବ
୧୨ Zoo ଖୋଲା ରହିବ
୧୩ ଟାକ୍ସି, ଅଟୋ ଚାଲି ପାରିବ

୧୪ ସାରା ରାଜ୍ୟରେ ମଲ୍‍ ଖୋଲିବାକୁ ମିଳିଲା ଅନୁମତି
ଧାର୍ମିକ, ସାଂସ୍କୃତିକ, ରାଜନୈତିକ ସଭା ସମିତି ଉପରେ କଟକଣା
ପ୍ରଦର୍ଶନୀ, ବାଣିଜ୍ୟମେଳା, ମେଳା ମହୋତ୍ସବକୁ ବାରଣ
୧୫ କଟକଣା ମଧ୍ୟରେ ପାର୍କ ଓ ସମୁଦ୍ରକୂଳ ଖୋଲିବାକୁ ଅନୁମତି
ରାଜ୍ୟର ସମସ୍ତ ଆହାର କେନ୍ଦ୍ର ଖୋଲା ରହିବ

  • ହୋଟେଲ, ରେସ୍ତୋରାରେ ୫୦ ପ୍ରତିଶତ କ୍ଷମତାରେ ଲୋକେ ବସି ଖାଇବେ।
    ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ସିନେମା ହଲ ଖୋଲିବାକୁ ମିଳିଲା ଅନୁମତି।
  • କଟକ, ଭୁବନେଶ୍ୱର ଓ ପୁରୀରେ ହୋଟେଲରେ ଖାଇବାକୁ ହେଲେ ୨ଡୋଜ୍‍ ଟିକା ପ୍ରମାଣପତ୍ର ଜରୁରୀ।
  • ସିନେମା ହଲରେ ମଧ୍ୟ ୨ଡୋଜ୍‍ ଟିକା ପ୍ରମାଣପତ୍ର ଦେଖାଇବାକୁ ପଡିବ।

Related posts