ନୟାଗଡ଼,(୩୧/୭):- ବିଶ୍ୱ ତଥା ପ୍ରକୃତିର ସଂରକ୍ଷଣ କରିବା ଲକ୍ଷରେ ଆଜି ସକାଳ ୧୦ଘଟିକା ସମୟରେ ନୟାଗଡ଼ ବ୍ଲକ ଅନ୍ତର୍ଗତ କ୍ରିଦାଶପୁର ମାଳବନ୍ଧ ପରିସରରେ ସମ୍ବାଦ ସାହିତ୍ୟ ଘର ନୟାଗଡ଼ ଶାଖା ତରଫରୁ ବୄକ୍ଷରୋପଣ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମ୍ବାଦ ଜିଲ୍ଲା ପ୍ରତିନିଧି ତଥା ସାହିତ୍ଯ ଘରର ସଂଯୋଜକ ରିତେନ୍ଦ୍ର ଛାଟୋଇଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଉକ୍ତ କାର୍ୟ୍ୟକ୍ରମରେ ନୟାଗଡ଼ ବନଖଣ୍ଡ ଅଧିକାରୀ ଏଚଡି ଧନରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସାହିତ୍ୟ ଘର ସଭାପତି ବିଜୟ ଚୌଧୁରୀ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥ, ସାହିତ୍ୟିକ ଶରତ ଚନ୍ଦ୍ର ଆଚାର୍ଯ୍ୟ, ବାସୁଦେବ ମହାନ୍ତି, ଗଜେନ୍ଦ୍ର ମହାରଣା ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରଜାତିର ୧୫୭ଟି ବୃକ୍ଷ ରୋପଣ କରିଥିଲେ।
ସମ୍ବାଦ ସାହିତ୍ୟ ଘର ନୟାଗଡ଼ ଶାଖା ତରଫରୁ ବୃକ୍ଷରୋପଣ
