ବିଧାୟକଙ୍କ ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଲେ ରାଉତପଡ଼ା ଗ୍ରାମବାସୀ

ନୟାଗଡ଼,(ନୟାଗଡ଼ ଦର୍ପଣ):- ଗଣିଆ ଥାନା ଅନ୍ତର୍ଗତ ରାଉତପଡା ଗ୍ରାମର ପ୍ରାୟ ଶତାଧିକ ପୁରୁଷ ଓ ମହିଳା ଆଜି ୧୧ଘଟିକା ସମୟରେ ଗଣିଆସ୍ଥିତ ମା ବୁଢାବୁଢ଼ୀ ଠାକୁରାଣୀଙ୍କ ନିକଟରୁ ଶହ ଶହ ପୁରୁଷ ମହିଳା ଏକ ଶୋଭାଯାତ୍ରା ବାହାରି ଗଣିଆ ଥାନା ସମୁଖକୁ ଆସି ଧାରଣାରେ ବସିଥିଲେ। ଯାହାଫଳରେ ଗଣିଆ-ଛାମୁଣ୍ଡିଆ ମୁଖ୍ୟ ରାସ୍ତାରେ ଜାନ ବାହାନ ଚଳାଚଳରେ ବାଧାପ୍ରାପ୍ତ ସୃଷ୍ଟି ହୋଇଥିଲା। ଖବର ପାଇ ଗଣିଆ ତହସିଲଦାର କିଶୋର କୁମାର ପଣ୍ଡାଙ୍କ ଉପସ୍ଥିତିରେ ବ୍ଳକ ଉନ୍ନୟନ ଅଧିକାରୀ ସିରିଏଲ ଶୁଭ୍ର ପଟେଲ, ଅତିରିକ୍ତ ତହସିଲଦାର ବନମାଳୀ ପରିଡା, ଥାନା ଅଧିକାରୀ ବିମଳ କୁମାର ମଲ୍ଲିକ, ଏ.ସ. ଆଇ ପ୍ରମୋଦ କୁମାର ନନ୍ଦ ଘଟଣା ସ୍ଥଳରେ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝା ବୁଝି କରିଥିଲେ ମଧ୍ୟ ଲୋକମାନେ ସେମାନଙ୍କ ଜିଦିରେ ଅଟଳ ଥିଲେ ।

ସୂଚନାଅନୁସାରେ, ରାଉତପଡ଼ା କେଉଟସାହିର ବୀରବର ବେହେରା ୩ ଡ଼ିସିମିଲି ରେକର୍ଡ ଜାଗାରେ ଘର କରି ରହିଆସୁଥିଲେ। ତାଙ୍କ ଜାଗାକୁ ଲାଗି ୧୯୮୭-୮୮ମସିହାରୁ ୨ଡ଼ିସିମିଲି ସରକାରୀ ଜାଗାକୁ ଜବରଦଖଲ କରି ସେଠି ଘର ଓ ଗୁହାଳ କରି ରହିଆସୁଥିଲେ। ଉକ୍ତ ଜାଗା ଜବରଦଖଲ ପାଇଁ ବୀରବରଙ୍କ ନାମରେ ଗଣିଆ ତହସିଲପକ୍ଷରୁ ୧୭୨/୮୭-୮୮ରେ ଏକ ମାମଲା ହୋଇଥିବାବେଳେ ଏବେ ଜବରଦଖଲ ମକଦ୍ଦମା ନମ୍ବର ୨୫୭/୧୯-୨୦ରେ ହୋଇଛି। ବୀରବର ଖଞ୍ଜଣା ଦେଇ ପାଉତି ହାସଲ କରିଆସୁଛନ୍ତି। ତେବେ ଗାଁକୁ ଆସିଥିବା କ୍ଲବ ଘରପାଇଁ ସଭାପତିଙ୍କ ସହ ଗ୍ରାମବାସୀ ବୀରବରଙ୍କୁ ଜାଗା ଛାଡିବାକୁ ବାଧ୍ୟ କରିବାରୁ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ଯାହା ଫଳରେ ଉଗ୍ରରୁପ ନେଇଥିଲା। ତେବେ ବୀରବରଙ୍କ ଘର ଓ ଗୁହାଳ ଘର ଭାଙ୍ଗିଦେଇଥିଲେ ଗ୍ରାମବାସୀ। ଫଳରେ ବୀରବର ଗ୍ରାମର ସଭାପତିଙ୍କ ସମେତ ବହୁ ଲୋକଙ୍କ ନାମରେ ଗଣିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଯାହାର ଉଗ୍ରରୁପ ଆଜି ଗଣିଆ ଥାନା ସମୁଖରେ ଦେଖିବାକୁ ମିଳିଥିଲା। ଯେଉଁମାନେ ଗ୍ରାମରେ ନରହି ବାହାରେ କାମଧନ୍ଦା କରୁଥିଲେ ସେମାନଙ୍କ ନାମରେ ମିଥ୍ୟା ମକୋଦମ ରୁଜୁ କରାଯାଇଥିବାରୁ ରାଉତପଡ଼ା ଗ୍ରାମର ଶତାଧିକ ପୁରୁଷ ଓ ମହିଳା ରାଜରାସ୍ତାକୁ ଓଲ୍ହାଇଥିଲେ। ଏହାର କିଛି ସ୍ଥାୟୀ ପ୍ରତିଶୃତି ନମିଳିବାରୁ ଘଟଣା ସ୍ଥଳରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହରା ପହଞ୍ଚି ସ୍ଥାୟୀ ପ୍ରତିକାର ପାଇଁ ଗଣିଆ ଡାକବଙ୍ଗଳା ଠାରେ ଅପରାହ୍ନ ୪ଘଟିକା ସମୟରେ ଗଣିଆ ବ୍ଲକ ଅଧ୍ୟକ୍ଷ ଶେଷଦେବ ସ୍ୱାଇଁ, ସାଂସଦଙ୍କ ପ୍ରତିନିଧି ସଦାଶିବ ମିଶ୍ର, ଜିଲ୍ଲାପରିଷଦ ସଭ୍ୟ ମହେଶ୍ୱର ମହାରଣା, ତହସିଲଦାର, ବିଡ଼ିଓ, ଥାନା ଅଧିକାରୀଙ୍କ ସମେତ ରାଉତପଡା ଗ୍ରାମର କିଛି ଭଦ୍ରବ୍ୟକ୍ତିଙ୍କ ଉପସ୍ଥିତିରେ ସ୍ଥାୟୀ ସମାଧାନ କରାଯାବା ପରେ ଗ୍ରାମବାସୀ ଧାରଣାରୁ ଉଠିଥିଲେ।

Related posts