ସରଣକୁଳ,(ନୟାଗଡ଼ ଦର୍ପଣ):- ଦିନକୁ ଦିନ ନୟାଗଡ଼ ଜିଲ୍ଲାରେ ଚୋରା ଗଞ୍ଜେଇ ବ୍ୟବସାୟୀଙ୍କ ପାଦୃଭାବ ବଢିବାରେ ଲାଗିଥିବା ବେଳେ ପୁଲିସ୍ ପକ୍ଷରୁ ଯେତେ ପ୍ରକାରର ଚଢଉ କରାଯଉଥିଲେ ମଧ୍ୟ ଚୋରା ଗଞ୍ଜେଇ ଚାଲାଣ ଉପରେ ରୋକ ଲଗେଇ ପାରୁନି ଜିଲ୍ଲା ପୋଲିସ। ସେହି କ୍ରମରେ ଗତକାଲି ବିଳମ୍ବିତ ରାତିରେ ଶରଣକୁଳ ଦୋସମା ଛକ ନିକଟରେ ଜଣେ ବ୍ୟକ୍ତି ଗଞ୍ଜେଇ ଚାଲାଣ କରୁଥିବା ନେଇ ଶରଣକୁଳ ପୁଲିସ୍ କୌଣସି ସୁତ୍ରରୁ ଖବର ପାଇ ଚଢଉ କରିଥିଲା। ତେବେ ଚଢଉ ସମୟରେ ଦୋସମା ଗାଁର ରାଜେଶ ବେହେରା(୨୬)ଙ୍କ ଠାରୁ ୨୦କେଜି ୬ଶହ ଗ୍ରାମ ଗଞ୍ଜେଇ ଓ ଗୋଟିଏ ଦେଶୀ ବନ୍ଧୁକ ଜବତ କରି ଥାନାକୁ ଆଣି ପଚରାଉଚରା କରିବା ପରେ ଥାନାରେ କେସ୍ ନଂ-୯୪/୨୦୨୧ରେ ମାମଲା ରୁଜୁ ସହିତ ରାଜେଶକୁ ଗିରଫ୍ କରି ଆଜି କୋର୍ଟ ଚାଲାଣ କରାଯାଇଥିବା ନେଇ ସରଣକୁଳ ଥାନା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତ ସୂଚନା ଦେଇଛନ୍ତି।
Related posts
-
ବାଳିକା ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯକ୍ରମର ଉଦଯାପନ ଉତ୍ସବ ପାଳିତ
ଶରଣକୂଳ, (ନୟାଗଡ଼ ଦର୍ପଣ): ଶ୍ରୀ ଲଡୁକେଶ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୋଡିପଡା ଠାରେ ୮ଦିନ ବ୍ୟାପି ଚାଲୁଥିବା ବାଳିକା ଆତ୍ମ... -
ଜିଲ୍ଲା ଏ.ଡି.ଇ.ଓ ସଂଘର ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା ଉତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ଅନ୍ତର୍ଗତ ଓଡଗାଁ ବ୍ଲକ ଦୁତିକେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏ.ଡି.ଇ.ଓ ସଂଘର ରାଜ୍ୟ ସ୍ତରୀୟ ସମ୍ବର୍ଦ୍ଧନା... -
ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସରେ ବାହାଡ଼ା ଝୋଲା ଉଚ୍ଚ ବିଦ୍ୟାଳୟର ଦୁଇ କୃତୀ ଛାତ୍ରଙ୍କ କମାଲ
January 23, 2025 Jajati Comments Off on ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସରେ ବାହାଡ଼ା ଝୋଲା ଉଚ୍ଚ ବିଦ୍ୟାଳୟର ଦୁଇ କୃତୀ ଛାତ୍ରଙ୍କ କମାଲନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ସ୍ତରୀୟ ଜୁନିୟର ରେଡକ୍ରସ ଓଡ଼ଗାଁ ରାଧାକାନ୍ତ ବାଳିକା ଉଚ୍ଚ ବିଦ୍ୟାଳୟ ଦ୍ବାରା ତା ୨୨.୦୧.୨୦୨୫...