ଭାପୁର ବ୍ଲକର ବିଭିନ୍ନ ସ୍ଥାନରେ ଗରିବ ଓ ଅସହାୟଙ୍କ ପାଖେ ପହଁଚିଲା ସେବା ଉତ୍ସବ


ଭାପୁର,(ନୟାଗଡ଼ ଦର୍ପଣ):- ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ ୧୦ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ-୨୦୨୧ ଆଜି ଭାପୁର ବ୍ଲକର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ର ହେଲପିଂ ହାଣ୍ଡସ ଫାଉଣ୍ଡେସନ ଓ ସେବା ଉତ୍ସବ ସମିତି ମିଳିତ ଆନୁକୂଲ୍ୟରେ ଆଜି ଭାପୁର ବ୍ଲକରେ ଏହି ସେବା ଉତ୍ସବ ଆୟୋଜିତ ହୋଇଥିଲା। ଏହି ଅବସରରେ ଭାପୁର ବ୍ଲକର ବିଭିନ୍ନ ସ୍ଥାନରେ ଗରିବ ଓ ଅସହାୟଲୋକଙ୍କୁ ବସ୍ତ୍ର, ଶୁଖିଲା ଖାଦ୍ୟ ଓ ରାସନ ସାମଗ୍ରୀ ବଣ୍ଟନ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ ମହାପାତ୍ର, ସମାଜସେବୀ ଦାମୋଦର ସାହୁ, ହେଲପିଂ ହାଣ୍ଡ ଫାଉଣ୍ଡେସନର ବିଭୂତି ଭୂଷଣ ମହାନ୍ତି, ମୃତ୍ୟୁଞ୍ଜୟ ନନ୍ଦ, ଚିନ୍ମୟ କୁମାର ମହାପାତ୍ର, ରଘୁନାଥ ପ୍ରଧାନ, ସମାଜସେବୀ ପ୍ରଭାତ କୁମାର ବରାଡ଼, ବିଭୂତି ଭୂଷଣ ସାହୁ, ସମ୍ବିତ କୁମାର ମହାପାତ୍ର, ବିମଳ କୁମାର ସାହୁ, ଜଗନ୍ନାଥ ବେହେରା, ରାଜେଶ କୁମାର ଦାଶ, ଦେବାଶିଷ ମହାନ୍ତି, ଜ୍ୟୋତିରଞ୍ଜନ ମହାପାତ୍ର, ପରମେଶ୍ୱର ସାହୁ, ସୌମ୍ୟରଞ୍ଜନ ଦାଶ, ସୋମେଶ ପଟନାୟକ, ସହଦେଵ ଜେନା ପ୍ରମୁଖ ସାମିଲ ହୋଇଥିଲେ। ଅନ୍ୟପକ୍ଷେ ଗତ ୧୫ଜୁଲାଇରୁ ନୟାଗଡ଼ ବ୍ଲକରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ଆସନ୍ତା କାଲି ବାହାଡାଝୋଲା ଠାରେ ଭର୍ଚୁଆଲ ମାଧ୍ୟମରେ ଉଦଯାପିତ ହେବ। ଏହି ଅବସରରେ ସମାଜସେବୀ ଅନ୍ତର୍ଯ୍ୟାମୀ ସାହୁ, ବିଭୂତି ଭୂଷଣ ପଟ୍ଟନାନାୟକ, ହରିହର ବେହେରା ଓ ସଦାଶିବ ମିଶ୍ରଙ୍କୁ ସେବା ସମ୍ମାନ-୨୦୨୧ରେ ସମ୍ମାନିତ ହେବାର କାର୍ଯ୍ୟକ୍ରମ ରହିଛି ।

Related posts