ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଦୀର୍ଘ ୧୦ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲାବ୍ୟାପି ସେବା ଉତ୍ସବ-୨୦୨୧ ଆଜି ଓଡ଼ଗାଁ ବ୍ଲକର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଯାଇଛି। ସେବା ଉତ୍ସବର କର୍ମକର୍ତ୍ତାମାନେ ଏହି ଅବସରରେ ଓଡ଼ଗାଁ ଏନ.ଏ.ସି ସମେତ ରହିବାଙ୍କ, ବାଘୁଆ, କୁରାଳ, ପାଣ୍ଡିରୀପଡା, ଗିରିଡ଼ିପଲ୍ଲୀ ଓ କୋରାପିଠା ଆଦି ବିଭିନ୍ନ ସ୍ଥାନରେ ଗରିବ, ଅସହାୟ ଲୋକଙ୍କୁ ବସ୍ତ୍ର ଓ ରାସନ ସାମଗ୍ରୀ ସାଙ୍ଗକୁ ଚାରା ବଣ୍ଟନ କରିଥିଲେ ।

ନୟାଗଡ଼ ସେବା ଉତ୍ସବ ସମିତି ଅଧ୍ୟକ୍ଷ ଶିବରାମ ମହାପାତ୍ର, ସମାଜସେବୀ ଅର୍ଜୁନ ସାହୁ ଓ ଶାନ୍ତନୁ ବିଷୋୟୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପରିବେଶପ୍ରେମୀ ସୁକାନ୍ତ ଚୌଧୁରୀ, ସମାଜସେବୀ ଦାମୋଦର ସାହୁ, ଜ୍ୟୋତିରଞ୍ଜନ ମହାପାତ୍ର, ପରମେଶ୍ୱର ସାହୁ, ସୌମ୍ୟରଞ୍ଜନ ଦାଶ, ସହଦେଵ ଜେନା, ଆଲୋକ ରଂଜନ ବାରିକ ପ୍ରମୁଖ ସାମିଲ ହୋଇଥିଲେ। ଅନ୍ୟପକ୍ଷେ ଗତ ୧୫ଜୁଲାଇରୁ ନୟାଗଡ଼ ବ୍ଲକରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ଆସନ୍ତା ଜୁଲାଇ ୨୫ତାରିଖରେ ଭରଚୁଆଲ ମାଧ୍ୟମରେ ଉଦଯାପିତ ହେବ ବୋଲି ସମିତି ପକ୍ଷରୁ ସୂଚନା ଦିଆଯାଇଛି।
