ମହିଂସା ଜଳ ପ୍ରକଳ୍ପର ସ୍ଥିତି ଅନୁଧ୍ୟାନ କଲେ କନିଷ୍ଠ ଯନ୍ତ୍ରୀ

ଦଶପଲ୍ଲା,(ନୟାଗଡ଼ ଦର୍ପଣ):- ଦଶପଲ୍ଲା ବ୍ଳକ ସାକେଣି ଗ୍ରାମ ନିକଟରେ ଥିବା ମହିଂସା ଜଳ ପ୍ରକଳ୍ପ ବା ଚେକଡ୍ୟାମରେ ବେଆଇନ ଭାବେ ମାଛଚାଷ କରିବା ସହ ବର୍ଷାଦିନେ ମାଛ ଧରିବା ଉଦ୍ଦେଶ୍ୟରେ ଦୁର୍ବୁର୍ତ୍ତମାନେ ଡ୍ୟାମ ଜଳକୁ ଗେଟ ଖୋଲି ଛାଡିବା ଓ କେନାଲ ବନ୍ଧ ମରାମତିକୁ ନେଇ ସାଧରଣ ଲୋକ, ଚାଷୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଥିବା ପ୍ରସଙ୍ଗ ଗଣମାଧ୍ୟମରେ ପ୍ରସାରଣ ହେବା ପରେ ସୋମବାର ଦିନ ଦଶପଲ୍ଲା ବ୍ଲକ କ୍ଷୁଦ୍ର ଜଳସେଚନ ବିଭାଗର କନିଷ୍ଟ ଯନ୍ତ୍ରୀ ମନୋଜ କୁମାର ରାଉତ ଡ୍ୟାମ ନିକଟରେ ପହଞ୍ଚି ଡ୍ୟାମ ସ୍ଥିତି ପରଖିବା ସହ ଚାଷୀମାନଙ୍କ ଅସୁବିଧା କଥା ପଚାରି ବୁଝିଥିଲେ। ଏଥିସହ କେନାଲ ବନ୍ଧକୁ ଅଗଷ୍ଟ ୧୫ତାରିଖ ସୁଦ୍ଧା ଜରୁରୀ ଆବଶ୍ୟକ ଥିବା ସ୍ଥାନକୁ ଯଥାଶୀଘ୍ର ମରାମତି କରିବା ସହ ବେଆଇନ ଭାବେ ମାଛଚାଷ କରୁଥିବା ଲୋକଙ୍କ ବିରୁଦ୍ଧରେ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଉପସ୍ଥିତ ଥିବା ଚାଷୀମାନେ ଯନ୍ତ୍ରୀଙ୍କ ଏଭଳି ପଦକ୍ଷେପର ପ୍ରତିଶ୍ରୁତି ଦେବା ପରେ ଯଥାଶୀଘ୍ର କାର୍ଯ୍ୟନୁଷ୍ଠାନ ନେବା ପାଇଁ ଜିଦ ଧରିଥିଲେ। ବେଆଇନ ମାଛ ଚାଷ ସମ୍ପର୍କରେ ଦଶପଲ୍ଲା ବ୍ଲକ ପରିସରରେ ଥିବା ମସ୍ୟଚାଷ ଅଧିକାରୀଣିଙ୍କ କାର୍ଯ୍ୟାଳୟ ବନ୍ଦ ଥିବା ଯୋଗୁଁ ଆଲୋଚନା ହୋଇପାରିନଥିଲା।

Related posts