ଉଦ୍ଧାର ହେଲା ନାବାଳକ, ଠିକଣା ଖୋଜୁଛି ଚାଇଲଡ ଲାଇନ

ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ଓଡ଼ଗାଁ ଅଞ୍ଚଳରେ ନାବାଳକ ଫସିବା ଖବର ପ୍ରକାଶ ପାଇବା ପରେ ଚାଇଲ୍ଡ ଲାଇନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଚାଇଲ୍ଡ ଲାଇନ ସଦସ୍ୟ ଚନ୍ଦ୍ରଶେଖର ବେହେରା ଓ ଓଡ଼ଗାଁ ପୁଲିସ ଗୈାଡ଼ପୁଟ ପଞ୍ଚାୟତ ଗୁଆନ୍ଦ ଗ୍ରାମରେ ପହଞ୍ଚି ନାବାଳକଙ୍କୁ ଉଦ୍ଧାର କରିଛନ୍ତି। ଛତିଶଗଡ଼ର ଟୋଲା ଅଞ୍ଚଳର ହଟକା ଗ୍ରାମର ରାମ ଲାଲ ଏବଂ କଲେଶ୍ରୀଙ୍କ ପୁଅ ବିରୁ କିଛି ସାଙ୍ଗ ସାଥିଙ୍କ ସହ ଭଦ୍ରକ ଜିଲ୍ଲାକୁ କାମ କରିବାକୁ ଆସିଥିବା ପ୍ରକାଶ କରିଛି।

କିନ୍ତୁ ବିରୁ ଭଦ୍ରକରୁ କୈାଣସିମତେ ଆସି ଓଡ଼ଗାଁର ଗୌଡ଼ପୁଟ ଅଞ୍ଚଳରେ ପହଞ୍ଚି ଯାଇଥିଲା। ଗୌଡ଼ପୁଟ ଅଞ୍ଚଳରେ ଏକା ଏକା ବୁଲୁଥିବାବେଳେ ଗୁଆନ୍ଦ ଗ୍ରାମର କୈଳାସ ନାୟକ ବିରୁ ସହ କଥାବାର୍ତ୍ତା କରି ତାକୁ ଗୁଆନ୍ଦକୁ ଆଣି ନିଜଘରେ ୫ଦିନ ହେବ ରଖିଥିଲେ। ଆଜି ନାବାଳକ ଉଦ୍ଧାର ହୋଇଥିବା ବେଳେ ତାକୁ ଶିଶୁ ମଙ୍ଗଳ ସମିତିରେ ହାଜର କରାଯାଇ ନାବାଳକୁ ଶିଶୁ ଗୃହକୁ ପଠାଇ ଦିଆଯାଇଛି।

Related posts