ଦଶପଲ୍ଲା,(ନୟାଗଡ଼ ଦର୍ପଣ):- କରୋନା ମହାମାରୀ ସମସ୍ତଙ୍କୁ ଏମିତି ପ୍ରଭାବିତ କରି ଚାଲିଲା ଯେ ପ୍ରତ୍ୟେକ ସ୍ତରର ମଣିଷମାନଙ୍କ ମଧ୍ୟରେ ଭେଦଭାବ ସୃଷ୍ଟି କରିବା ସହ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତ ପ୍ରକାର ଜୀବନ ଜୀବିକା ଠପ୍ କରି ଦେଇଛି। ହେଲେ ଆଜି ଜୀବନରେଖା ପରିଷଦ ପକ୍ଷରୁ ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ତେଣ୍ଡାବାଡି ଗ୍ରାମ ପଞ୍ଚାୟତ ଅଧୀନ ଗୁଣ୍ଠାପାଯୁ, ଖାଲମଡା, ମସାବାଡି, ପଙ୍କୁଆ ଭଳି ଆହୁରି ଅନେକ ଆଦିବାସୀ ବହୁଳ ଗ୍ରାମାଞ୍ଚଳକୁ ଯାଇ ପ୍ରାୟ ପାଞ୍ଚଶହରୁ ସାତଶହ ଅସହାୟ ଗରିବ ଶ୍ରେଣୀର ପରିବାରକୁ ଶୁଖିଲା ଖାଦ୍ୟ ସହ ମାସ୍କ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଦଶପଲ୍ଲା ପଞ୍ଚାୟତ ସମିତିର ଅଧକ୍ଷା ସୁନନ୍ଦା ସାହୁ, ଦଶପଲ୍ଲା ପଞ୍ଚାୟତ ସମିତିର ପୂର୍ବତନ ଅଧକ୍ଷ ଉପେନ୍ଦ୍ର ସାହୁ, ତେଣ୍ଡାଵାଡି ପଞ୍ଚାୟତର ପୂର୍ବତନ ସରପଞ୍ଚ କୃପାସିନ୍ଧୁ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ତତସହିତ ଜୀବନ ରେଖା ପରିଷଦର ଡାଇରେକ୍ଟର ଡ଼. ମନୋରଞ୍ଜନ ମିଶ୍ରଙ୍କ ସମେତ ବହୁ ବରିଷ୍ଠ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗେଇ ନେବା ସହ ଲୋକମାନଙ୍କୁ କରୋନା ମହାମାରୀ ଉପରେ ସଚେତନ କରି ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ଜୀବନରେଖାର ଏହି ମାନବଧର୍ମୀ କାର୍ଯ୍ୟକ୍ରମକୁ ସ୍ଥାନୀୟ ବୁଦ୍ଧିଜୀବୀ ଭୁରି ଭୁରି ପ୍ରଶଂସା କରିଛନ୍ତି।
ଜୀବନ ରେଖା ପରିଷଦ ପକ୍ଷରୁ ମାସ୍କ ଓ ଶୁଖିଲା ଖାଦ୍ୟ ବଣ୍ଟନ
