ଦଶପଲ୍ଲା,(ନୟାଗଡ଼ ଦର୍ପଣ):- ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଦଶପଲ୍ଲା ଶାଖା ତରଫରୁ ଆଜି ଏକ କରୋନା ଯୋଦ୍ଧା ସମ୍ବର୍ଦ୍ଧନା ଉତ୍ସବ ମହାବୀର କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବବ୍ରତ କର, ଅବସର ପ୍ରାପ୍ତ ବନପାଳ ପ୍ରଫୁଲ୍ଲ କୁମାର ଦାସ ଓ ସମାଜସେବୀ ଧ୍ରୁବଚରଣ ସାହୁ ଉପସ୍ଥିତ ରହି ଦୈନଦିନ ବିଭିନ୍ନ ପରିସ୍ଥିତିରେ ରହି ମଧ୍ୟ କରୋନା ରୋଗୀମାନଙ୍କ ସେବା କରୁଥିବା ସ୍ବାସ୍ଥ୍ୟକର୍ମୀ ସୁଶ୍ରୀ ପ୍ରଣତି ଦାସ, ପ୍ରତାପ ମାଝୀ, ସୋମନାଥ ପୃଷ୍ଟି, ଅଜିତ ସାହୁ ଓ ବିଶ୍ବମ୍ବର ରଥଙ୍କୁ ସମ୍ବର୍ଦ୍ଧନା କରିବା ସହ ଅତିଥିବୁନ୍ଦ ସେମାନଙ୍କର ଅଦମ୍ୟ ସାହସକୁ ଭୁରି ଭୁରି ପ୍ରଶଂସା କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଅରୁଣ ମହାକୁଡ଼ ସଂଯୋଜନା କରିବା ସହ ମାନସ କୁମାର ସାହୁ ପରିଚୟ ପ୍ରଦାନ କରିଥିଲେ, ଅଜୟ କୁମାର ବେହେରା ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଦଶପଲ୍ଲାର ବହୁ ବିଶିଷ୍ଟ ସମାଜସେବୀ ମଧ୍ୟ ଉପସ୍ଥିତ ଥିଲେ।
ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ତରଫରୁ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା
