ଆରକ୍ଷୀ ପ୍ରଶିକ୍ଷଣର ଦୀକ୍ଷାନ୍ତ ସମାରୋହ, ୪୪୬ ପୁଲିସ କନେଷ୍ଟବଳ ପାସ୍ ଆଉଟ୍

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସ୍ଥିତ ପୁଲିସ ପ୍ରଶିକ୍ଷଣ ବିଦ୍ୟାଳୟରେ ୫୪ତମ ଆରକ୍ଷୀ ପ୍ରଶିକ୍ଷଣ ପାସିଂ ଆଉଟ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ବିଜୁ ପଟ୍ଟନାୟକ ଷ୍ଟେଟ୍ ପୁଲିସ୍ ଏକାଡେମୀର ଆରକ୍ଷୀ ମହାନିର୍ଦ୍ଦେଶକ ସାଇନି ଏସ୍ ଯୋଗଦେଇ ପ୍ୟାରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନୟାଗଡ଼ ଏସପି ରାହୁଲ୍ ଜୈନ, ପ୍ରଶିକ୍ଷଣ କେନ୍ଦ୍ର ଅଧ୍ୟକ୍ଷ ଭବେଶ କୁମାର ନାୟକ ଏହି ଉତ୍ସବରେ ଯୋଗ ଦେଇଥିଲେ । ୨୦୨୩ ମସିହା ମଇ ମାସରେ ଏହି ପ୍ରଶିକ୍ଷଣ କେନ୍ଦ୍ରରେ ୪୫୦ ଜଣ ନବ ନିଯୁକ୍ତ କନେଷ୍ଟବଲ୍‌ ଟ୍ରେନିଙ୍ଗ ପାଇଁ ଯୋଗ ଦେଇଥିଲେ । ସେମାନଙ୍କ ମଧ୍ୟରୁ ଆଜି ୪୪୬ ଜଣ ଟ୍ରେନିଙ୍ଗ ଶେଷ କରିଛନ୍ତି । ପ୍ରଶିକ୍ଷାର୍ଥୀମାନେ ତାଲିମ ସମୟରେ ନୂତନ ସିଲାବସ୍ ଅନୁଯାୟୀ ଅସ୍ତ୍ରଶସ୍ତ୍ର ଚାଳନା, ଶାରିରୀକ ଶିକ୍ଷା, ଟ୍ରାଫିକ୍ ନିୟନ୍ତ୍ରଣ, ଲାଠିଚାଳନା,…

Read More

ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରାଙ୍ଗଣରେ ଚଳିତ ବର୍ଷର ଜାତୀୟ ବିଜ୍ଞାନ ଦିବସ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ହରପ୍ରସାଦ ମହାପାତ୍ର ମା ସାରଦାଙ୍କ ନିକଟରେ ଦୀପପ୍ରଜ୍ଜ୍ଵଳନ କରି ସମସ୍ତଙ୍କ ପାଇଁ ଆଶିଷ ଭିକ୍ଷା କରିଥିଲେ। ଏବଂ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ଗୋପୀନାଥ ସାହୁ , ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀ ପ୍ରହହ୍ଲାଦ ଶାନ୍ତ ଅତିଥିଭାବେ ଯୋଗଦାନ ଦେଇଥିଲେ । ଶ୍ରୀ ମହାପାତ୍ରଙ୍କ ମହୋଦୟ ଭାରତର ମହାନ ବୈଜ୍ଞାନିକ ଚନ୍ଦ୍ରଶେଖର ଭେଙ୍କଟ ରମଣ ଙ୍କ ଜୀବନୀ ବିଜ୍ଞାନ ସାଧନା, ଉଦ୍ଭାବନ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅବବୋଧ କରାଇଥିଲେ। ବିଜ୍ଞାନର ବିଭିନ୍ନ ବିଭାଗ, ଋଗ୍ ବେଦରେ ବର୍ଣ୍ଣିତ ବେଦର ବାର୍ତ୍ତା, ବିଜ୍ଞାନର ଦୈନଦିନ ଜୀବନରେ ପ୍ରୟୋଗିକ ସ୍ୱରୂପ ବିଷୟରେ ବିଶଦ ବ୍ୟାଖ୍ୟା କରିଥିଲେ। ଛାତ୍ରଛାତ୍ରୀଙ୍କ ଦୈନଦିନ…

Read More

ଜାତୀୟ ବିଜ୍ଞାନ ଦିବସରେ ଆଲୋଚନା ଚକ୍ର ଓ ବିଜ୍ଞାନ ମେଳା

ନୟାଗଡ଼,(ନୟାଗଡ଼ ଦର୍ପଣ): ସ୍ଥାନୀୟ ମଡେଲ ଡିଗ୍ରୀ କଲେଜ ଠାରେ ଜାତୀୟ ବିଜ୍ଞାନମେଳା ଅଧ୍ୟକ୍ଷ ଡ.ମାନସ ରଞ୍ଜନ ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଅଛି। ନୋବେଲ ବିଜେତା ପଦାର୍ଥ ବିଜ୍ଞାନୀ ସାର ସି. ଭି. ରମଣଙ୍କ ବହୁ ଚର୍ଚ୍ଚିତ ରମଣ ପ୍ରଭାବ ଘୋଷଣା କୁ ମନେ ପକାଇବା ଉଦେଶ୍ୟରେ ସମସ୍ତ ବିଜ୍ଞାନ ଛାତ୍ରଛାତ୍ରୀ ଏକତ୍ରିତ ହୋଇ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ କରିଥିଲେ. ପ୍ରାୟ ୨୫ ଗୋଟି ବିଜ୍ଞାନ ପରିକଳ୍ପନା ଓ ୧୫ ଗୋଟି ତତ ସମ୍ବନ୍ଧୀୟ ପୋଷ୍ଟର ପ୍ରଦର୍ଶିତ ହୋଇଥିଲା। ଅନ୍ତର୍ଜାତୀୟ ପଦାର୍ଥ ବିଜ୍ଞାନୀ, ପ୍ରସିଦ୍ଧ ବିଜ୍ଞାନ ଲେଖକ ତଥା ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରଫେସର ଡ଼ଃ କମଳା କାନ୍ତ ଜେନା ” ଭାରତୀୟ ସଂସ୍କୃତି ଓ ରମଣ ପ୍ରଭାବ ” ବିଷୟରେ ସାରଗର୍ଭକ ଭାଷଣ ଅତି ସରଳ ଭାଷାରେ ଛାତ୍ରଛାତ୍ରୀ ମାନଙ୍କ ଆଗରେ ରଖିଥିଲେ। ବିଜ୍ଞାନର ପ୍ରସାର ପାଇଁ…

Read More

ସ୍ଵେଚ୍ଛାକୃତ ରକ୍ତଦାନ ଶିବିର, ୧୮ୟୁନିଟ ରକ୍ତ ସଂଗ୍ରହ

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ ସ୍ଥିତ ସୋହମ ସ୍ଵେଚ୍ଛାସେବୀ ଅନୁଷ୍ଠାନ ତରଫରୁ ତାରିଣୀ ନଗର ସ୍ଥିତ କାର୍ଯ୍ୟାଳୟ ଠାରେ ଚିଦାନନ୍ଦ ହସ୍ପିଟାଲ, ନୟାଗଡ଼ ଓ ଫିଟନେସ ପ୍ଲାନେଟର ମିଳିତ ସହଯୋଗରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ନୟାଗଡର ବିଶିଷ୍ଟ ସମାଜସେବୀ ଦାମ ସାର, ଅନୁଷ୍ଠାନର ଉପସଭାପତି ତଥା ପରିବେଶବିତ୍ ଅନାଦି ଚରଣ ମହାନ୍ତି, ଫିଟନେସ ପ୍ଲାନେଟର ଜୀବନ ରାଓ, ଚିଦାନନ୍ଦ ହସ୍ପିଟାଲର ମୁଖ୍ୟ ଜିତେନ୍ଦ୍ର ସାହୁ ଓ ଡାକ୍ତର ଦେବିଦତ୍ତ ଭଞ୍ଜଦେଓ ପ୍ରଦୀପ ପ୍ରଜ୍ବଳନ କରି ଶିବିରକୁ ଉଦଘାଟନ କରିଥିଲେ। ଶିବିରରେ ମୋଟ ୧୮ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମକୁ ସୋହମ ଅନୁଷ୍ଠାନର ସମ୍ପାଦକ କାମାକ୍ଷା ପ୍ରସାଦ ଦାଶ ପରିଚାଳନା କରିଥିଲେ। ଏଥିରେ ସୂର୍ଯ୍ୟକାନ୍ତ ରଥ, ରବୀନ୍ଦ୍ର ନାୟକ, ଚରଣ ଗୁରୁ, ବାପିନ ନାୟକ, ମମତା ମିଶ୍ର, ରାଧାରାଣୀ ପାତ୍ର, ସାରସ୍ଵତ ସାହୁ…

Read More

ଜିଲ୍ଲା ସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳିନୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ ଜିଲ୍ଲା ସ୍ତରୀୟ ଆଶା ଓ ଗାଁ କଲ୍ୟାଣ ସମିତି ସମ୍ମିଳିନୀ ସ୍ଥାନୀୟ ପଠାଣି ସାମନ୍ତ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲାରେ ଭଲକାମ କରି ଗୋଷ୍ଠୀର ବିଶ୍ଵାସ ଭାଜନ ହୋଇପାରିଥିବାରୁ ପ୍ରତି ବ୍ଲକରୁ ଗୋଟିଏ ଶ୍ରେଷ୍ଠ ଗାଁ କଲ୍ୟାଣ ସମିତିକୁ ପୁରସ୍କାର ସହିତ ଅର୍ଥରାଶି ଜିଲ୍ଲାପାଳ ଶ୍ରୀମତୀ ସ୍ଵଧା ଦେବ ସିଂହଙ୍କ କର କମଳରେ ପ୍ରଦାନ କରାଯାଇଥିଲା । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆଶା କର୍ମୀମାନଙ୍କୁ ଛାଡି କୌଣସି ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ଚିନ୍ତା କରାଯାଇ ପାରିବ ନାହିଁ ବୋଲି ଦୃଢମତ ପୋଷଣ କରିଥିଲେ ତଥା ତୃଣମୂଳ ସ୍ତରରେ ଆଶାମାନଙ୍କ ମହନୀୟ କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ରାମାକାନ୍ତ ପଣ୍ଡା ଯୋଗଦେଇ…

Read More

ରୋଟାରୀ କ୍ଳବ୍ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର ଜୟଶ୍ରୀ ମହାନ୍ତି

ନୟାଗଡ଼- ଆଜି ନୟାଗଡ଼ ରୋଟାରୀ କ୍ଳବ୍ ପରିଦର୍ଶନ କଲେ ୩୨୬୨ ଜିଲ୍ଲା ଗଭର୍ଣ୍ଣର ଜୟଶ୍ରୀ ମହାନ୍ତି। ତାଙ୍କ ସହିତ ଥିଲେ ୩୨୬୨ ଜିଲ୍ଲା କାର୍ଯ୍ଯନିର୍ବାହୀ ସଚିବ ରୋଟାରିଆନ୍ ଆଶିଷ ସାହୁ। ଏହି ଅବସରରେ ରୋଟାରୀ କ୍ଳବ୍ ସଭାପତି ରୋଟାରିଆନ୍ ଅବଦୁଲ ଆରିଫ୍ ଖାନ୍ ଙ୍କ ସଭାପତିତ୍ୱରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ମୁଖ୍ଯ ଅତିଥି ଭାବେ ଜିଲ୍ଲା ଗଭର୍ଣ୍ଣର ଶ୍ରୀମତୀ ମହାନ୍ତି ଓ ସମ୍ମାନିତ ଅତିଥି ଭାବେ ରୋଟାରୀ ଜିଲ୍ଲା କାର୍ଯ୍ଯନିର୍ବାହୀ ସଚିବ ଶ୍ରୀଯୁକ୍ତ ସାହୁ ମଞ୍ଚାସୀନ ହୋଇ ରୋଟାରୀ କ୍ଳବ୍ ନୟାଗଡ଼ର ବିଭିନ୍ନ ସମାଜ କଲ୍ଯାଣ କାର୍ଯ୍ୟକ୍ରମ ଗୁଡିକୁ ଭୂୟସୀ ପ୍ରଶଂସା କରିଥିଲେ। ଉକ୍ତ କ୍ଳବ୍ ସେବା କ୍ଷେତ୍ରରେ ଓଡିଶାର ଏକ ଅଗ୍ରଣୀ କ୍ଳବ୍ ଭାବେ ନିଜର ପରିଚୟ ସ୍ରୁଷ୍ଟି କରିପାରିଛି ବୋଲି କହିଥିଲେ। ରୋଟାରୀ କ୍ଳବ୍ ର ଫିଜିଓଥେରାପି କେନ୍ଦ୍ର ଓ ଆମ୍ବୁଲାନ୍ସ…

Read More

ଲୋକାର୍ପିତ ହେଲା ନୟାଗଡ଼ ବ୍ଲକର ଅତ୍ୟାଧୁନିକ ସମ୍ମିଳନୀ କକ୍ଷ

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ସହର ଦିନକୁ ଦିନ ବିକଶିତ ହେବାରେ ଲାଗିଛି । ସହରର ଥିବା ସମସ୍ତ କାର୍ଯ୍ୟାଳୟର ଗେଟ ଗୁଡ଼ିକୁ ସରସ ସୁନ୍ଦର ଭାବେ ନିର୍ମାଣ କରାଯାଉଛି । ଆଉ କିଛି ଦିନ ପରେ ଏହା ନୂଆ ରୂପରେଖ ନେବ । ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ କଠିନ ପରିଶ୍ରମ ଲାଗି ଏହି ସଵୁ କାର୍ଯ୍ୟ ସମ୍ଭବ ହୋଇପାରୁଛି । ବିଗତ ଦିନରେ ଥିବା ନୟାଗଡ଼ର ସହର ଓ ଆଜିର ସହର ଭିତରେ ଅନେକ ଫରକ ଦେଖିବାକୁ ମିଳିଛି । ଏଭଳି ବିକାଶ ଧାରାରେ ସାମିଲ ହୋଇଛି ନୟାଗଡ଼ ବ୍ଲକରେ ନିର୍ମାଣ ହୋଇଥିବା ଅତ୍ୟାଧୁନିକ ସମ୍ମିଳନୀ କକ୍ଷ । ଅତ୍ୟାଧୁନିକ ନିର୍ମାଣ ଶୈଳୀରେ ଏହି ସମ୍ମିଳନୀ କକ୍ଷକୁ ନିର୍ମାଣ କରାଯାଇଛି ।ଏଥି ନିମନ୍ତେ ଦେଢ଼ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି…

Read More

ନବନିର୍ମିତ ସମ୍ମିଳନୀ କକ୍ଷରେ ପ୍ରଥମ ସାହିତ୍ୟ ସଭା

ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଏକ ଅତ୍ୟାଧୁନିକ ସମ୍ମିଳନୀ କକ୍ଷ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି। ପ୍ରାୟ ଦେଢ଼କୋଟି ବ୍ୟୟ ବରାଦରେ ନିର୍ମିତ ଏହି ଦୁଇଶହ ଆସନ ବିଶିଷ୍ଟ ସମ୍ମିଳନୀ କକ୍ଷରେ ଆଜି ନୟାଗଡ଼ ଅଞ୍ଚଳରେ ଥିବା ବିଭିନ୍ନ ସହିତ୍ୟନୁଷ୍ଠାନ ମାନଙ୍କୁ ନେଇ ଏକ ସାହିତ୍ୟ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ନୟାଗଡ଼ ବିଧାୟକ ଡ.ଅରୁଣ ସାହୁ ଯୋଗଦେଇ ସାହିତ୍ୟ ଜୀବନକୁ ସରସ ସୁନ୍ଦର ଓ ସାବଲୀଳ କରିଥାଏ ବୋଲି ବକ୍ତବ୍ୟ ରଖିଥିଲେ। ଅନ୍ୟତମ ଅତିଥି ଭାବରେ ଜିଲ୍ଲା ଶିକ୍ଷାଧିକାରୀ ରାଜଶ୍ରୀ ପଟ୍ଟନାୟକ, ବ୍ଲକ୍ ଶିକ୍ଷା ଅଧିକାରୀ ନିମାଇଁ ପ୍ରଧାନ, ନାଟ୍ୟଭୁଷଣ ଡ. ବିଜୟ କୁମାର ଚୌଧୁରୀ, ସମାଜସେବୀ ପ୍ରମୋଦ ପଟ୍ଟନାୟକ,ନାଟ୍ୟକାର ପ୍ରଧାନୀ ବୃନ୍ଦାବନ ମହାପାତ୍ର, କବୟିତ୍ରୀ ଡ. ସୁକାନ୍ତି ମହାନ୍ତି, ଅନୁବାଦକ ଶରତ ଆଚାର୍ଯ୍ୟ, କବି…

Read More

ଶିଖରପୁରରେ ସି.ପି.ଆଇ.ଏମର କର୍ମୀ ସମ୍ମିଳନୀ

ଶରଣକୁଳ, (ନୟାଗଡ଼ ଦର୍ପଣ): ଶିଖରପୁରଠାରେ ସି.ପି.ଆଇ.(ଏମ୍) ପକ୍ଷରୁ ଏକ ବଡ଼ ଧରଣର କର୍ମୀ ସମ୍ମିଳନୀରେ କେନ୍ଦ୍ରରେ କୃଷକ-ଶ୍ରମିକ ବିରୋଧୀ ବିଜେପି ମେଣ୍ଟ ସରକାରକୁ ଏବଂ ତାକୁ ସମର୍ଥନ କରୁଥିବା ଓଡିଶାର ବିଜେଡ଼ି ଦଳକୁ ଆଗାମୀ ସାଧାରଣ ନିର୍ବାଚନରେ ପରାସ୍ତ କରିବା ପାଇଁ ନିଷ୍ପତ୍ତି ନେବା ସହିତ ସି.ପି.ଆଇ.ଏମ୍ ପ୍ରାର୍ଥୀଙ୍କୁ ବିଜୟୀ କରିବା ପାଇଁ ଅଣ୍ଟା ଭିଡିବାକୁ ଶପଥ ନିଆଯାଇଛି। ପାର୍ଟିର ବରିଷ୍ଠ ନେତା ବିଶ୍ଵନାଥ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ୟ କମ୍ରେଡ୍ ସୁରେଶ ପାଣିଗ୍ରାହୀ ଓ ଦୁଷ୍ମନ୍ତ ଦାସ କେନ୍ଦ୍ର ବିଜେପି ସରକାରର ଦରବୃଦ୍ଧି ନୀତି,ଘରୋଇକରଣ ନୀତି, ଗଣତନ୍ତ୍ର ଆଉ ସାମ୍ବିଧାନିକ ବିଧିବ୍ୟବସ୍ଥା ବିରୋଧୀ ଏକଛତ୍ରବାଦ ନୀତି ବିରୁଦ୍ଧରେ ବ୍ୟାପକ ଆଲୋଚନା ରଖିଥିଲେ। ଜିଲ୍ଲାର ଅନ୍ୟତମ ନେତୃତ୍ବ କମ୍ରେଡ୍ ଶରତଚନ୍ଦ୍ର ବେହେରା, ଗୋଲକ ବିହାରୀ ମୁଦୁଲି, ପବିତ୍ର ଇନ୍ଦ୍ରଜିତ, ନିତ୍ୟାନନ୍ଦ…

Read More

ମାର୍ଚ୍ଚ ୩ରେ ନୟାଗଡ଼ ସାହିତ୍ୟ ଉତ୍ସବକୁ ନେଇ ନୟାଗଡ଼ରେ ପ୍ରସ୍ତୁତି ବୈଠକ

ନୟାଗଡ଼,(ନୟାଗଡ଼ ଦର୍ପଣ): ଓଡ଼ିଆ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ଆନୁକୂଲ୍ୟରେ ଆୟୋଜିତ ହେଉଛି ଜିଲ୍ଲାର ସର୍ବବୃହତ୍ ସାରସ୍ୱତ ସମାବେଶ ତୃତୀୟ ନୟାଗଡ଼ ସାହିତ୍ୟ ଉତ୍ସବ। ଆଜି ଅପରାହ୍ଣରେ ସ୍ଥାନୀୟ ସିନ୍ଦୁରିଆ ବିଦ୍ୟାଳୟ ପ୍ରାଙ୍ଗଣରେ ଏ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଆସନ୍ତା ମାର୍ଚ୍ଚ ୩ ତାରିଖ ରବିବାର ଦିନ ଏହି ଉତ୍ସବ ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି। ନବନିର୍ମିତ ବଲାଙ୍ଗି ବନ୍ଧ ପ୍ରମୋଦ ଉଦ୍ୟାନ ପରିସରରେ ଏହି ଉତ୍ସବ ଆୟୋଜିତ ହେବ ବୋଲି ବିଶିଷ୍ଟ ଲେଖକ ତଥା ଓଡ଼ିଆ ମିଡିଆର ନିର୍ଦ୍ଦେଶକ ଶୁଭ୍ରାଂଶୁ ପଣ୍ଡା ସୂଚନା ଦେଇଛନ୍ତି। ନୟାଗଡ଼ର ଲେଖକଙ୍କ ଭିତରେ ସହଭାବ (fellow feelings) ବୃଦ୍ଧି କରିବା ସହ ଆଞ୍ଚଳିକ ସାହିତ୍ୟର ପ୍ରଚାର ଓ ପ୍ରସାର ଲକ୍ଷ୍ୟରେ ୨୦୨୧ ମସିହାଠାରୁ ଏ ଉତ୍ସବ ଆୟୋଜିତ ହୋଇଆସୁଛି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଏଥର ଜିଲ୍ଲାର…

Read More