ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ପଠାଣି ସାମନ୍ତ ସଂସ୍କୃତି ଭବନରେ ବଚପନ୍ ଓ ଗାଇଡ଼ାନ୍ସ ପବ୍ଲିକ ସ୍କୁଲର ଦ୍ୱାଦଶ ବାର୍ଷିକ ଉତ୍ସବ ମେମୋରିଆ (୨୦୨୩-୨୪)ବିଦ୍ଯାଳୟର ପ୍ରତିଷ୍ଠାତା ଚେୟାରମ୍ୟାନ ଅବିନାଶ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମ ଦିବସରେ ମୁଖ୍ଯ ଅତିଥି ଭାବେ ନୟାଗଡ଼ ପୌରପରିଷଦ ପୌରଧ୍ଯକ୍ଷା ନିରୁପମା ଖଟେଇ ଯୋଗଦେଇଥିବା ବେଳେ ମୁଖ୍ଯ ବକ୍ତା ଭାବେଜିଲ୍ଲା ଲେଖକ ପରିଷଦର ସଭାପତି ପ୍ରଧାନୀ ବୃନ୍ଦାବନ ମହାପାତ୍ର , ସମ୍ମାନିତ ଅତିଥି ଭାବେ ବିଶିଷ୍ଟ ଶିଶୁ ସାହିତ୍ୟିକ ବସିରନ୍ ବିବି, ଯୋଗଦେଇଥିବା ବେଳେ ବିଶିଷ୍ଟ ସାହିତ୍ୟିକ ନିର୍ମଳ ଚନ୍ଦ୍ର ଶୂରଦେଓ ଅଧ୍ଯକ୍ଷତା କରିଥିଲେ।

ଦ୍ବିତୀୟ ଦିବସରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ଯକ୍ଷ ଇଂ ଦେବାଶିଷ ପଟ୍ଟନାୟକ, ମୁଖ୍ଯ ବକ୍ତା ଭାବେ ନୟାଗଡ଼ ବ୍ଳକ ଶିକ୍ଷା ଅଧିକାରୀ ନିମାଇଁ ଚରଣ ପ୍ରଧାନ, ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ତଥା ସମାଜସେବୀ ଅନାଦି ଚରଣ ମହାନ୍ତି ଯୋଗ ଦେଇଥିଲା ବେଳେ ସମର୍ପଣ ବୃଦ୍ଧାଶ୍ରମ ସଂପାଦକ ସମାଜସେବୀ ଶ୍ରୀଧର ସାହୁ ସଭାପତିତ୍ୱ କରିଥିଲେ।

ବିଦ୍ଯାଳୟର ଶିକ୍ଷୟିତ୍ରୀ ଶ୍ରୀମତୀ ସୁଶ୍ରୀ ସାଗରିକା ସାହୁ ବାର୍ଷିକ ବିବରଣୀରେ ବିଦ୍ଯାଳୟ ଛାତ୍ରଛାତ୍ରୀ ମାନଙ୍କ ସଫଳତା କାହାଣୀ ବର୍ଣ୍ଣନା କରିଥିଲେ। ଛାତ୍ରଛାତ୍ରୀ ମାନେ ଉତ୍ତମ ମଣିଷ ହୋଇ ଯୁଗନିର୍ମାଣରେ ବ୍ରତୀ ହେବା ସହ ସମାଜସେବା କ୍ଷେତ୍ରରେ ଅଗ୍ରଣୀ ଭୂମିକା ନିର୍ବାହ କରନ୍ତୁ ବୋଲି ଅତିଥି ମାନେ ପରାମର୍ଶ ଦେବା ସହିତ ଛାତ୍ରଛାତ୍ରୀମାନେ କିପରି ମାନସିକ, ବୌଦ୍ଧିକ, ଆଧ୍ୟାତ୍ମିକ ଓ ଶାରୀରିକ କ୍ଷେତ୍ରରେ ସୁସଙ୍ଗଠିତ ହୋଇ ଦେଶସେବାରେ ବ୍ରତୀ ହେବେ ଓ ଦେଶର ଏକତା ଅଖଣ୍ଡତାକୁ ବଜାୟ ରଖିବେ ସେଥିପାଇଁ ପରାମର୍ଶ ଦେଇଥିଲେ। ଶିକ୍ଷୟତ୍ରୀ ସୁଶ୍ରୀ ମୋନାଲି ପ୍ରିୟଦର୍ଶିନୀ ମଞ୍ଚ ପରିଚାଳନା କରିଥିଲେ। ପ୍ରଥମ ଦିବସରେ ପୂର୍ବ ପ୍ରାଥମିକ ଶ୍ରେଣୀ ଗୁଡ଼ିକର ପୁରସ୍କାର ବିତ୍ତରଣ କରାଯାଇଥିବା ବେଳେ କୁନି କୁନି ଶିଶୁ ମାନଙ୍କ ଦ୍ଵାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ଦ୍ଵିତୀୟ ଦିବସରେ ପ୍ରାଥମିକ ଶ୍ରେଣୀ ଗୁଡ଼ିକର ପୁରସ୍କାର ବିତ୍ତରଣ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଅଛି। ବରିଷ୍ଠ ଶିକ୍ଷୟତ୍ରୀ ଶ୍ରୀମତୀ ମଧୁମିତା ମିଶ୍ରଙ୍କ ରଚନା ଓ ଶିକ୍ଷୟତ୍ରୀ ଶ୍ରୀମତୀ ସୁଶ୍ରୀ ସଗରିକା ସାହୁଙ୍କ ନିର୍ଦ୍ଦେଶନା ରେ ଦୁଇଗୋଟି ନାଟକ “ସ୍ବଚ୍ଛତା ଅଭିଯାନ” ଓ ” ଶିକ୍ଷାର ମହତ୍ତ୍ଵ” ମଞ୍ଚସ୍ଥ ହୋଇଥିଲା। ଇଣ୍ଟରନ୍ୟାସନାଲ ଅଲମ୍ପିଆଡ ରେ ୧୯ ଜଣ ଛାତ୍ର , ଛାତ୍ରୀ ସ୍ଵର୍ଣ୍ଣ ପଦକ ଓ ଦୁଇ ଜଣ ଛାତ୍ର , ଛାତ୍ରୀ ଆନ୍ତର୍ଜାତିକ ସ୍ତରରେ ସ୍ୱର୍ଣ୍ଣ ପଦକ ପାଇ ବିଦ୍ୟାଳୟ ପାଇଁ ଗୌରବ ଅର୍ଜନ କରିଥିବାରୁ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷୟତ୍ରୀ ସୁଶ୍ରୀ ମୋନାଲି ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ । ଶ୍ରୀମତୀ କଳ୍ପନା ଭଦ୍ର ଓ ବିଦ୍ୟାଳୟର ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ ।
