ରାଜସୁନାଖଳାକୁ ଏନ.ଏ.ସି. ଘୋଷଣା ପାଇଁ ଦାବୀ, ନହେଲେ ଆନ୍ଦୋଳନ

ରାଜସୁନାଖଳା,(ନୟାଗଡ଼ ଦର୍ପଣ): ରାଜସୁନାଖଳାକୁ ଏନ.ଏ.ସି. ପାଇଁ ଓଡିଶା ସରକାରଙ୍କ ପକ୍ଷରୁ ବିଧାନସଭାରେ ତତକାଳୀନ ନଗର ଉନ୍ନୟନ ମନ୍ତ୍ରୀ ଏଥିପାଇଁ ପ୍ରସ୍ତାବ ଅଛି ବୋଲି ଘୋଷଣା କରିଥିଲେ। କିନ୍ତୁ ଚଳିତ ବର୍ଷ ୨୦୨୪ରେ ନଗର ଉନ୍ନୟନ ବିଭାଗ ତରଫରୁ ଦୁଇଟି ପର୍ଯ୍ୟାୟରେ ଏନ.ଏ.ସି ଘୋଷଣା ହୋଇଥିବା ବେଳେ ରାଜସୁନାଖଳାକୁ ଏନ.ଏ.ସିରୁ ବାଦ ଦେବା ସମଗ୍ର ରାଜସୁନାଖଳା ଓ ନରେନ୍ଦ୍ରପୁର ଗ୍ରାମ ପଂଚାୟତବାସୀଙ୍କ ଭାବାବେଗକୁ ଗଭୀର ଆଘାତ ଦେଇଛି। ଯେହେତୁ ଏନ.ଏ.ସି ମାନ୍ୟତା ପାଇଁ ଭୌଗଳିକ, ଜନସଂଖ୍ୟା, ଗମନାଗମନ ଓ ବିଭିନ୍ନ ପାରିପାଶ୍ଵିକ ଦୃଷ୍ଟି କୋଣକୁ ଲକ୍ଷ୍ଯ କରି ନିଷ୍ପିତ ନିଆଯାଇଥାଏ। ଯେଉଁଥିପାଇଁ କି ରାଜସୁନାଖଳା ଅଞ୍ଚଳ ଯୋଗ୍ୟ ଅଟେ। କାରଣ ୨୦୧୧ଜନଗଣନା ଅନୁଯାୟୀ ରାଜସୁନାଖଳା ଗ୍ରାମ ପଞ୍ଚାୟତ ଜନସଂଖ୍ୟା ୯୯୬୭ ହୋଇଥିବା ବେଳେ ଅଦ୍ୟବିଧି ଏହା ୧୫୦୦୦ରୁ ଉର୍ଦ୍ଧ ହେବେ ତତସହିତ ନରେନ୍ଦ୍ରପୁର ଗ୍ରାମପଞ୍ଚାୟତକୁ ଯୋଡି ଏହା କରାଯାଇଥିଲା। ସେହିଭଳି ଏହି ଅଞ୍ଚଳ ନୟାଗଡ ଓ ଖୋର୍ଦ୍ଧା ଜିଲ୍ଲାର ମଧ୍ୟଭାଗ ସହ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ, ରାଷ୍ଟ୍ରାୟତ ବ୍ୟାଙ୍କ, ଡିଆଇଇଟି, ଫାଣ୍ଡି ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ମାନ ରହିଅଛି । ତେଣୁ ସବୁଦୃଷ୍ଟିରୁ ଦେଖିବାକୁ ଗଲେ ରାଜସୁନାଖଳା ଏନ.ଏ.ସି ହେବା ପାଇଁ ଉପଯୁକ୍ତ ଅଞ୍ଚଳ ଅଟେ। ତୁରନ୍ତ ରାଜସୁନାଖଳାକୁ ଏନ.ଏ.ସି ଦାବୀ ସ୍ବରପ ଏହି ଆନ୍ଦୋଳନାତ୍ମକ ବୈଠକ ରାଜସୁନାଖଳାର ଭକ୍ତଚରଣ ପୁସ୍ତକ ମେଳା କମିଟିର ମୁଖ୍ୟ ସଂଯୋଜକ ତଥା ଯୁବ ଆଇନଜୀବି ରାଜିବ ଲୋଚନ ପ୍ରଧାନଙ୍କ ସଭାପତିତ୍ୱ ଓ ରାଜସୁନାଖଳା ଗ୍ରାମପଞ୍ଚାୟତ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନଙ୍କ ସଂଯୋଜନା କ୍ରମେ ଅନୁଷ୍ଠିତ ହୋଇଯାଇଅଛି। ଏହି ଆନ୍ଦୋଳନାତ୍ମକ ବୈଠକରେ ବିଭିନ୍ନ ସଂଗଠନ ଯଥା ବିନାୟକ ଯୁବକ ସଂଘ, ବେଢାକାଳୀକା ଯୁବକ ସଂଘ, ମହାବୀର ବରିଷ୍ଟ ନାଗରିକ ସଂଘ, ଦୁର୍ଗା ବଜାର ବଣିକ ସଂଘ, ଭକ୍ତଚରଣ ପୁସ୍ତକ ମେଳା କମିଟି, ଉତ୍କଳୀୟମ ଫାଉଣ୍ଡେସନ, ଆଞ୍ଚଳିକ ସାମ୍ୱାଦିକ ସଂଘ, ବଧିପାଟଣା ଗ୍ରାମ୍ୟ କମିଟିର ନିଜର ସମର୍ଥନ ଜଣାଇଛନ୍ତି । ଆଗାମୀ ଦିନରେ ଯଦି ରାଜସୁନାଖଳାକୁ ଏନ.ଏ.ସି ଘୋଷଣା କରା ନଯାଏ ତେବେ ଏକ ବଡଧରଣର ଜନଆନ୍ଦୋଳନ କରାଯିବ ବୋଲି ମହାବୀର ବରିଷ୍ଠ ନାଗରିକ ମହାସଂଘର କାର୍ଯ୍ୟକାରୀ ସଭାପତି ଶିଶିର କୁମାର ସାହୁ ଜଣାଇଛନ୍ତି।

Related posts