ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଲିଫ୍ଟ ଇରିଗେଶନ ଅଫିସରେ ଲାଞ୍ଚ ନେଉଥିବା ବେଳେ ଯନ୍ତ୍ରୀ ଓ ଠିକାଦାରଙ୍କୁ କାବୁ କଲା ଭିଜିଲାନ୍ସ। ସୂଚନା ଅନୁଯାୟୀ ନୟାଗଡ଼ ରଣପୁର ଅଂଚଳର ମନୋରଞ୍ଜନ ଦାସଙ୍କ ବୋରୱେଲ କରିଦେବା ପାଇଁ ଲିଫ୍ଟ ଇରିଗେଶନର କନିଷ୍ଠ ଯନ୍ତ୍ରୀ ଗୋପବନ୍ଧୁ ବୋଇତାଇ ଓ ଠିକାଦାର ଶ୍ରୀକାନ୍ତ ପତି ୯ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏହାକୁ ଭିତି କରି ମନୋରଞ୍ଜନ କାହାକୁ କିଛି ନ ଜଣାଇ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ମନୋରଞ୍ଜନଙ୍କ ଅଭିଯୋଗ ପାଇବାପରେ ଆଜି ଦିବା ୧୨ଟା ସମୟରେ ମନୋରଞ୍ଜନଙ୍କ ଠାରୁ କନିଷ୍ଠଯନ୍ତ୍ରୀ ଓ ଠିକାଦାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଚଢ଼ାଉ କରିଥିଲା। ୯ହଜାର ଟଙ୍କା ସହ ଦୁଇ ଜଣକୁ କାବୁ କରିଥିଲା ଭିଜିଲାନ୍ସ । ଲାଞ୍ଚ ଟଙ୍କାକୁ ମଧ୍ୟ ଜବତ କରିଥିଲା ଭିଜିଲାନ୍ସ।
Related posts
-
ଧରିତ୍ରୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନର ଜିଲ୍ଲାସ୍ତରୀୟ ପରାମର୍ଶ ବୈଠକ “ମନ୍ଥନ ଶିବିର”
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଦିଲିପ କୁମାର ବଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସଦ୍ଭାବନା ସଭାଗୃହରେ ଧରିତ୍ରୀ ଆବା ଜନଜାତୀୟ... -
PCPNDT ପରାମର୍ଶ ସମିତିର ସମୀକ୍ଷା ବୈଠକ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରୱାଲଙ୍କ ଅଧ୍ୟକ୍ଷତାରେ ଗର୍ଭଧାରଣ ପୂର୍ବ ଏବଂ ଜନ୍ମପୂର୍ବ ଲିଙ୍ଗ ନିରୂପଣ ଅଧିନିୟମ ଉପରେ... -
ବିଜୁ ଜନତା ଦଳ ପ୍ରତିଷ୍ଠା ଦିବସ ପାଳିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ ଅବସରରେ ଆଜି ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ପାଳନ...