ନୟାଗଡ଼ରେ ପ୍ରତ୍ୟୁଷା ଏବଂ ସମ୍ବିତ ପାତ୍ରଙ୍କ ବିଶାଳ ବାଇକ ଶୋଭାଯାତ୍ରା

ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ରେ ବିଜେପି ନେତ୍ରୀ ପ୍ରତ୍ୟୁଷା ଏବଂ ସମ୍ବିତ ପାତ୍ରଙ୍କ ନେତୃତ୍ୱରେ ଏକ ବିଶାଳ ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଘଡୁଆଳ ପେଟ୍ରୋଲପମ୍ପ ଠାରୁ ବାହାରି ନୟାଗଡ଼ ମୁଖ୍ୟ ରାସ୍ତାଦେଇ ଚଣ୍ଡୀବସ୍ତ ପର୍ଯ୍ୟନ୍ତ ଯାଇଥିଲା। ଏହି ବାଇକ ଶୋଭାଯାତ୍ରାରେ ଶହ ଶହ ବାଇକରେ ଶତାଧିକ କର୍ମୀ ସାମିଲ ହୋଇଥିଲେ । ଦଳୀୟ କର୍ମୀମାନେ ଡାକବାଜି ଯନ୍ତ୍ରରେ ବିଜେପି ନାରା ଦେଇ ଯାଉଥିବା ଦେଖାଯାଇଥିଲା। ଏହି ବିଶାଳ ଶୋଭାଯାତ୍ରାରେ ପ୍ରତ୍ୟୁଷା ଓ ସମ୍ବିତ ପାତ୍ର ନୟାଗଡ଼ ଜନସାଧାରଣଙ୍କ ନିକଟତର ହେଉଥିବା ଜଣାପଡ଼ିଥିଲା। ଏହି ଶୋଭାଯାତ୍ରାରେ ନୟାଗଡ଼ ବିଜେପିର ଆଗଧାଡ଼ିର ନେତୃବୃନ୍ଦ ଯୋଗଦେଇଥିଲେ।

Related posts