ନୟାଗଡ଼, (ନୟାଗଡ଼ ଦର୍ପଣ): ୨୦୨୪ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଆଦର୍ଶ ଆଚରଣ ଵିଧି କାର୍ଯ୍ୟକାରୀ ହେବା ପରେ ନୟାଗଡ ଜିଲ୍ଲା ର ସମସ୍ତ ବ୍ଲକ, ମୁନିସିପାଲିଟି, ଏନଏସି ସମେତ ବିଭିନ୍ନ ଯାନ୍ତ୍ରିକ ଲାଇନ ବିଭାଗ ଯଥା ପୂର୍ତ୍ତ, ଜଳସେଚନ, ଗ୍ରାମ୍ୟ ଉନ୍ନୟନ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ, କ୍ଷୁଦ୍ର ଜଳସେଚନ, ଉଠା ଜଳସେଚନ, ଡ୍ରେନେଜ ଇତ୍ୟାଦି ମୃତିକା ସଂରକ୍ଷଣ କାର୍ଯ୍ୟାଳୟ ରୁ ଉନ୍ନୟନ ମୂଳକ କାର୍ଯ୍ୟ ସଂକ୍ରାନ୍ତୀୟ ରେଜିଷ୍ଟର ଯଥା ଈସୁ, ଡେସପାଚ, କାର୍ଯ୍ୟାଦେଶ, ଏଗ୍ରିମେଣ୍ଟ ନଥିପତ୍ର ଆଜି ତୁରନ୍ତ ଜବତ କରିବା ପାଇଁ ଆଜି ଦେଶର ମୁଖ୍ୟ ନିର୍ବାଚନ କମିଶନ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏବଂ ନୟାଗଡ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଙ୍କୁ ପତ୍ର ଲେଖି ଜଣାଇଛନ୍ତି ଜିଲ୍ଲା କଂଗ୍ରେସ ସଭାପତି ତଥା ବରିଷ୍ଠ ଆଇନଜୀବୀ ରଣଜିତ ଦାଶ। ଯଦି ଏସବୁ ନଥିପତ୍ର ଜିଲ୍ଲପାଳ ଆଜି ଜବତ ନକଲେ ଆଦର୍ଶ ଆଚରଣ ଵିଧି କାର୍ଯ୍ୟକାରିତା ତଥା ସ୍ୱଚ୍ଛତା ଭିତ୍ତିରେ ନିର୍ବାଚନ ପରିଚାଳନା ନେଇ ସନ୍ଦେହ ସମ୍ଭାବନା କୁ ଅସ୍ବୀକାର କରାଯାଇ ପାରିବ ନାହିଁ ବୋଲି କଂଗ୍ରେସ ପକ୍ଷରୁ ପତ୍ରରେ ଉଲ୍ଲେଖ କରାଯାଇଛି।
Related posts
-
ଅଖିଳ ଭାରତୀୟ ଗ୍ରାହକ ପଂଚାୟତ ନୟାଗଡ ଜିଲ୍ଲା ଗ୍ରାହକ ଦିବସ ପାଳିତ
ନୟାଗଡ, (ନୟାଗଡ଼ ଦର୍ପଣ): ଅଖିଳ ଭାରତୀୟ ଗ୍ରାହକ ପଂଚାୟତ ନୟାଗଡ ଜିଲ୍ଲା ତରଫରୁ ମଙ୍ଗଳବାରଦିନ ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଜାତୀୟ... -
ଯେଉଁମାନେ ଆମ ଜିଲ୍ଲାର ଅସ୍ମିତା ସେହି ମହାପୁରୁଷଙ୍କୁ ନୟାଗଡ଼ ଜିଲ୍ଲା ମହୋତ୍ସବରେ ସ୍ଥାନ ନାହିଁ
December 24, 2024 Jajati Comments Off on ଯେଉଁମାନେ ଆମ ଜିଲ୍ଲାର ଅସ୍ମିତା ସେହି ମହାପୁରୁଷଙ୍କୁ ନୟାଗଡ଼ ଜିଲ୍ଲା ମହୋତ୍ସବରେ ସ୍ଥାନ ନାହିଁନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର କଳା, ସାହିତ୍ୟ, ସଂସ୍କୃତି ଓ ପରମ୍ପରାକୁ ଉଜ୍ଜିବିତ କରିବା ପାଇଁ ପାଳନ ହୋଇ ଆସୁଛି... -
ଭଏସ୍ ଅଫ୍ ନୟାଗଡ଼ ଫାଇନାଲରେ “ଭଏସ୍ ଅଫ୍ ନୟାଗଡ଼” ହେଲେ ବିଷ୍ଣୁ ପ୍ରିୟା ବେହେରା
December 23, 2024 Jajati Comments Off on ଭଏସ୍ ଅଫ୍ ନୟାଗଡ଼ ଫାଇନାଲରେ “ଭଏସ୍ ଅଫ୍ ନୟାଗଡ଼” ହେଲେ ବିଷ୍ଣୁ ପ୍ରିୟା ବେହେରାନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲାର ସର୍ବବୃହତ ସଂଗୀତ ପ୍ରତିଯୋଗିତା ଭଏସ୍ ଅଫ୍ ନୟାଗଡ଼, ସିଜନ୍ ୫ର ଫାଇନାଲ ଅଡିସନ୍ ରୋଟାରୀ...