ଖୁବଶୀଘ୍ର ଓଡଗାଁର ବିଭିନ୍ନ ଅଞ୍ଚଳରେ 4G ମୋବାଇଲ ସେବା

ଓଡ଼ଗାଁ,(ନୟାଗଡ଼ ଦର୍ପଣ): ନିର୍ବାଚନ ପାଖେଇ ଆସୁଥିବା ବେଳେ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ଭୋଟ ଗ୍ରହଣ କେନ୍ଦ୍ର ସ୍ଥାପନ ହେଉଅଛି। ସେହି ସ୍ଥାନ ମାନଙ୍କରେ ସ୍ୱଚ୍ଛ, ଅବାଧ ଭୋଟ ହେବାପାଇଁ ମୋବାଇଲ ସେବା ନିତ୍ୟାନ୍ତ ଆବଶ୍ୟକ। ଏହା ଦୃଷ୍ଟିରେ ରଖି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୪-ଜି ସେବା ଯୋଗାଇବା ଲକ୍ଷ୍ୟ ନେଇ ବିଏସଏନଏଲ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଫଳରେ ଆଦିବାସୀ ଇଲ୍ଲାକାର ଲୋକମାନେ ଉପକୃତ ହେବେ। ନୟାଗଡ଼ ଜିଲ୍ଲାରେ ଏଭଳି ୮୭ଟି ଗାଁରେ ଏହି ସେବା ପହଞ୍ଚିବ ବୋଲି ଜଣାପଡିଛି। ଏହି କ୍ରମରେ ଓଡ଼ଗାଁ ବ୍ଲକର ୫ଗୋଟି ଗାଁ ଏହି ତାଲିକାରେ ସ୍ଥାନ ପାଇଛି। ସେହି ଅଞ୍ଚଳକୁ ଆଜି ପର୍ଯ୍ୟନ୍ତ ମୋବାଇଲ୍ ସେବା ପହଞ୍ଚି ପାରିନଥ‌ିବାରୁ ଛାତ୍ରଛାତ୍ରୀ ପାଠ ପଢିବା ପାଇଁ ନାହିଁ ନ ଥ‌ିବା ଅସୁବିଧାର ଶିକାର ହେଉଥିଲେ। ସେହିପରି ଲୋକମାନେ କୌଣସି ଜରୁରୀକାଳୀନ ସେବା କିମ୍ବା ପ୍ରିୟ ପରିଜନଙ୍କ ସହ ସମ୍ପର୍କ ସ୍ଥାପନ ବଞ୍ଚିତ ହେଉଥିଲେ । ଅଧିକାଂଶ ସମୟ ଜରୁରୀକାଳୀନ ସେବା ତଥା ଆମ୍ବୁଲାନ୍ସ, ଅଗ୍ନିଶମ କିମ୍ବା ପୁଲିସକୁ ଖବର ଦେବା ସମ୍ଭବ ହେଉ ନ ଥିଲା। ଏବେ ସେହି ସମସ୍ୟା ଦୂର ହେବାକୁ ଯାଉଛି। ଖୁବଶ୍ରୀଘ୍ର ଓଡ଼ଗାଁ ବ୍ଲକର ୫ଟି ଆଦିବାସୀ ଗାଁରେ ବିଏସ୍ଏନ୍‌ଏଲ୍ ପକ୍ଷରୁ ସେବା ଯୋଗାଇ ଦିଆଯିବ। ବ୍ଲକର ବାଣ୍ଠପୁର ପଞ୍ଚାୟତର ଓସ୍ତିଆମାଳ, ଭୋବସର, ନାଣ୍ଡିଗିରି, ନେପାଳ ଓ କଜଳାଇପଲ୍ଲୀ ପଞ୍ଚାୟତର ଗୋଚ୍ଛା ଗ୍ରାମରେ ବିଏସ୍ଏନ୍ଏଲ୍ ଟାୱାର ନିର୍ମାଣ କାର୍ଯ୍ୟ ଇତି ମଧ୍ୟରେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ନିର୍ବାଚନ ପୂର୍ବରୁ ଲୋକମାନଙ୍କ ପାଖରେ ୪-ଜି ମୋବାଇଲ୍ ସେବା ପହଞ୍ଚିବ ବୋଲି ଜଣାପଡିଛି।

Related posts