ରାତି ଅଧରେ ଚଢ଼ାଉ କଲେ ନୟାଗଡ ତହସିଲଦାର

ନୟାଗଡ଼, (ନୟାଗଡ଼ ଦର୍ପଣ): ବିଶେଷ ସୂତ୍ରରୁ ଖବର ପାଇ ବିଳମ୍ବିତ ରାତିରେ ତହସିଲଦାରଙ୍କ ଚଢ଼ାଉ । ଗୋଟିଏ ମୋରମ ବୋଝେଇ ଟ୍ରାକ୍ଟର ସହ ଗୋଟିଏ ଜେସିବି ଗାଡି ଜବତ କରିଛନ୍ତି ନୟାଗଡ଼ ତହସିଲଦାର ରାଜେଶ କେଶରୀ ସ୍ଵାଇଁ । ସୂଚାନୁସାରେ, ନୟାଗଡ଼ ତହସିଲ ଅନ୍ତର୍ଗତ ବଡ଼ ପଣ୍ଡୁସର ନିକଟରେ ବିଳମ୍ବିତ ରାତିରେ ଅନାବଧ୍ୟ ଭାବେ ମୋରମ ଖୋଳି ଚାଲାଣ ହେଉଥ‌ିବା ବେଳେ ନୟାଗଡ଼ ତହସିଲଦାର ଘଟଣା ସ୍ଥଳରେ ଚଢ଼ାଉ କରିଥିଲେ । ଚଢ଼ାଉ ସମୟରେ ମୋରମ ବୋଝଇ ସ୍ବରାଜ ଟ୍ରାକ୍ଟର ନମ୍ବର (OD 25F 8348) ଓ ଜେସିବି ନମ୍ବର (OD 33A 5539) ଉଭୟ ଗାଡିକୁ ଇଟାମାଟି ଥାନାକୁ ଆଣି କାଗଜ ପତ୍ର ଯାଞ୍ଚ କରିବା ସହ ଜବତ କରିଥିଲା ଏହା ସହିତ ଗୋଟିଏ ମାଙ୍କଡା ବୋଝେଇ ଟ୍ରକ ନମ୍ବର (OR 02 BE 9827)କୁ ଜବତ କରାଯାଇଛି l ଏହିପରି ଭାବରେ ଆଗକୁ ଚେକିଂ କଡାକଡି କରିବା ନେଇ ନୟାଗଡ଼ ତହସିଲଦାର ରାଜେଶ କେଶରୀ ସ୍ଵାଇଁ ସୂଚନା ଦେଇଛନ୍ତି ।

Related posts