ନିର୍ବାଚନକୁ ନେଇ ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ

ନୟାଗଡ଼, (ନୟାଗଡ଼ ଦର୍ପଣ): ନିର୍ବାଚନ ତାରିଖ ଘୋଷଣା ହେବା ପରେ ନୟାଗଡ଼ ଜିଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ। ଜିଲ୍ଲାପାଳ ସ୍ଵଧାଦେବ ସିଂଙ୍କ ସଭାପତିତ୍ବରେ ଏହି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ଅତିରିକ୍ତ ଜିଲ୍ଲାପାଳ ନିର୍ବାଚନ ରୋଜିନା ଦାସ, ଜିଲ୍ଲାପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦେବଦତ ପଣ୍ଡା, ଉପଜିଲ୍ଲାପାଳ କର୍ଣଦେବ ସମାଦାର, ଡେପୁଟି କଲେକ୍ଟର ଅଭିଜିତ ଷଡ଼ଙ୍ଗୀ, ଅନ୍ୟତମ ଡେପୁଟି କଲେକ୍ଟର ପ୍ରାପ୍ତି ରାଜ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲାର ୪ଗୋଟି ନିର୍ବାଚନ ମଣ୍ଡଳୀରେ କିପରି ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ଅନୁଷ୍ଠିତ ହେବ ସେଥି ନିମନ୍ତେ ସମସ୍ତ ପଦକ୍ଷେପ ନିଆଯାଇଥିବା ଜିଲ୍ଲାପାଳ ଜଣାଇଥିଲେ।

ନିର୍ବାଚନ ଆଚରଣ ଵିଧି ଲାଗୁ ହେବାପରେ କୌଣସି ସ୍ଥାନରେ ନୂଆ କାମ କିମ୍ବା ନୂଆ ନିଯୁକ୍ତି ପ୍ରଦାନ କରାଯିବ ନାହିଁ,ନିର୍ବାଚନ ତାରିଖ ଘୋଷଣା ହେବା ପରେ ସମସ୍ତ କାର୍ଯ୍ୟାଳୟ ଚାଲୁ ରହିଥିବା କାର୍ଯ୍ୟକୁ ପ୍ରଶାସନ ପକ୍ଷରୁ ସିଲ କରାଯାଇଛି। ସହର ମଧ୍ୟରେ ଥିବା ସମସ୍ତ ସରକାରୀ ଵିଜ୍ଞାପନ ଉପରେ କପଡା ଘୋଡା ଯାଇଛି। ଚାଲୁ ରହିଥିବା ପୁରୁଣା କାର୍ଯ୍ୟ ଚାଲୁ ରହିବ। ପ୍ରତ୍ୟକ ସୋମବାର ହେଉଥିବା ଜିଲାପାଳଙ୍କ ଅଭିଯୋଗ ଶୁଣାଣିକୁ ଜୁନ ୬ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖଯାଇଛି। ଲୋକମାନଙ୍କ ବିନା ଅନୁମତିରେ ରାଜନୈତିକ ଦଳମାନେ ମନ ଇଚ୍ଛା ପୋଷ୍ଟର ବ୍ୟାନର ଲଗାଇ ପାରିବେ ନାହିଁ ପ୍ରଶାସନ ପକ୍ଷରୁ କଣ୍ଟ୍ରୋଲ ରୁମ ଖୋଲା ଯାଇଥିବା ବେଳେ ୨୦୧୯ମସିହାରେ ଜିଲ୍ଲାରେ ମୋଟ ୯୩୬ଟି ବୁଥ ଥିବାବେଳେ, ଚଳିତ ନିର୍ବାଚନରେ ୯୩୭ଟି ବୁଥ କରାଯାଇଛି।୨୦୧୯ମସିହାରେ ୭ଲକ୍ଷ ୯୧ହଜାର ୩୫୦ଭୋଟର ରହିଥିବା ବେଳେ ଏଥର ନିର୍ବାଚନରେ ମୋଟ ୮ଲକ୍ଷ ୨ହଜାର ୮୦୨ଭୋଟର ରହିଛନ୍ତି। ଏଥିରେ ପୁରୁଷ ଭୋଟର ୪ଲକ୍ଷ ୧୯ହଜାର ୯୮୪ଥିବା ବେଳେ ମହିଳା ଭୋଟର ୩ଲକ୍ଷ ୮୨ହଜାର ୭୫୬ଜଣ ଅଛନ୍ତି। ତତସହିତ ଓଡ଼ଗାଁ ବ୍ଳକରେ ୮୬ଗୋଟି ବୁଥ ଥିବା ବେଳେ ରଣପୁର ରେ ୧୬୩ଗୋଟି ବୁଥ ରହିଛି, ଖଣ୍ଡପଡ଼ାରେ ୧୬୦, ଭାପୁରରେ ୧୦୧, ଗଣିଆରେ ୪୧, ଦଶପଲ୍ଲାରେ ୧୦୦, ନୂଆଗାଁରେ ୯୦ ଓ ନୟାଗଡ଼ ବ୍ଳକ ରେ ୧୬୦ଟି ବୁଥ ରହିଛି।

ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ପାଇଁ ନିର୍ବାଚନ ଅଧିକାରୀଭାବେ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀଙ୍କୁ ଦାୟିତ୍ୱ ଦିଆ ଯାଇଥିବା ବେଳେ ନୟାଗଡ଼ ନିର୍ବାଚନ ମଣ୍ଡଳୀ ପାଇଁ ଉପଜିଲାପାଳଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ସେହିପରି ରଣପୁର ନିର୍ବାଚନ ମଣ୍ଡଳୀ ପାଇଁ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ଖଣ୍ଡପଡା ନିର୍ବାଚନ ମଣ୍ଡଳୀପାଇଁ ଅତିରିକ୍ତ ଜିଲ୍ଲାପାଳ ନିର୍ବାଚନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଜିଲ୍ଲାରେ ଗୋଟିଏ ମଡେଲ ବୁଥ ନିର୍ମାଣ କରାଯିବ। ମହିଳାମାନଙ୍କ ପାଇଁ ୧୨୦ଟି ସଖି ବୁଥ ହେବ। ପ୍ରଚଣ୍ଡ ଗ୍ରୀଷ୍ମ ଦାଉରୁ ରକ୍ଷା ନିମନ୍ତେ ପ୍ରତ୍ୟେକ ବୁଥରେ ପାନୀୟ ଜଳର ବ୍ୟବସ୍ଥା ସହିତ ବିଶ୍ରାମ ପାଇଁ ଟେଣ୍ଟ ନିର୍ମାଣ କରାଯିବ। ନିର୍ବାଚନକୁ ପ୍ରଶାସନ ପ୍ରସ୍ତୁତ ରହିଥିବା ବେଳେ ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟ ଠାରେ ସମସ୍ତ ବୁଥ କର୍ମଚାରୀମାନଙ୍କୁ ଗ୍ରହଣ କରାଯିବା ସହିତ ସେଠାରୁ ଡେସପ୍ୟାଚ କରାଯିବ। କାଉଁଟିଙ୍ଗ ବ୍ୟବସ୍ଥା କରାଯାଇଥିବା ବେଳେ, ୮୫ବର୍ଷରୁ ଉର୍ଦ୍ଧ ନାଗରିକଙ୍କ ପାଇଁ ଘରୋଇ ଭୋଟିଙ୍ଗ ବ୍ୟବସ୍ଥା କରାଯିବ। ଦିବ୍ୟାଙ୍ଗମାନେ ଏହାର ସୁବିଧା ନେଇ ପାରିବେ। ଶାନ୍ତିପୁର୍ଣ ନିର୍ବାଚନ ଅନୁଷ୍ଠିତ ହେବା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ପ୍ରକାଶ କରିବା ସହ ସ୍ୱତନ୍ତ୍ର ପ୍ରୟାସ ଓ ସ୍ୱତନ୍ତ୍ର ଟିମ ମାଧ୍ୟମରେ ଅନେକୱାରେଣ୍ଟି ମାନଙ୍କୁ ଗିରଫ, ବହୁ ଗଞ୍ଜେଇ ଓ ବ୍ରାଉନ ସୁଗାର ଜବତ ସହ ୧୨ଗୋଟି ଫ୍ଲାଇଙ୍ଗ ସ୍କ୍ୱାଡ଼ ଗଠନ କରିଥିବା ଆରକ୍ଷୀ ଅଧିକ୍ଷକ ରାହୁଲ ଜୈନ ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ସମସ୍ତ ଜିଲ୍ଲା ସ୍ତରୀୟ ସାମ୍ବାଦିକମାନେ ଉପସ୍ଥିତ ଥିଲେ।

Related posts