ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ୨୯ତମ ଶ୍ରାଦ୍ଧ ଦିବସ ପାଳିତ

ନୟାଗଡ଼: ନୟାଗଡ଼ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ରାଜୀବ ଗାନ୍ଧୀଙ୍କ ୨୯ତମ ଶ୍ରାଦ୍ଧ ଦିବସରେ ଜିଲ୍ଲା କଂଗ୍ରେସ କାର୍ୟ୍ୟାଳୟରେ ପାଳିତ ହୋଇଯାଇଛି । ପ୍ରଦେଶ କଂଗ୍ରେସ ନିର୍ଦ୍ଦେଶ କ୍ରମେ କଂଗ୍ରେସ କର୍ମୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ପ୍ରାୟ ୨୦୦ ରୋଗୀ ଅନ୍ତେବାସୀ, ସମର୍ପଣ ବୃଦ୍ଧାଶ୍ରମ ଅନ୍ତେବାସୀ ଏବଂ ସହରାଞ୍ଚଳ ବାସହୀନ ଅସହାୟ କେନ୍ଦ୍ର ଅନ୍ତେବାସୀଙ୍କ ସୁଖଦୁଃଖରେ ସାମିଲ ହୋଇ ଦୁଗ୍ଧ, ପାଉଁରୁଟି, ସାନିଟାଇଜର, ମାସ୍କ ହାତ ଧୁଆ ସାବୁନ ପ୍ରଦାନ କରିଥିଲେ । ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶଙ୍କ ନେତୃତ୍ୱରେ ଆୟୋଜିତ କାର୍ୟ୍ୟକ୍ରମରେ ବରିଷ୍ଠ ନେତା ହୁସେନ ଖାଁ, ଜିଲ୍ଲା କଂଗ୍ରେସ ଉପସଭାପତି କମଳ ଚରଣ ସାହୁ, ଜିଲ୍ଲା ଯୁବ କଂଗ୍ରେସ କାର୍ୟ୍ୟକାରୀ ସଭାପତି ପ୍ରତୀକ ମହାପାତ୍ର, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଜ୍ୟୋତିରଞ୍ଜନ ଦାଶ, ନୟାଗଡ଼ ବ୍ଲକ କଂଗ୍ରେସ…

Read More

ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ

ନୟାଗଡ଼: ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ପୂର୍ବାହ୍ନ  ୧୦ ଘଟିକା ସମୟରେ ଗୁଗୁଲ ମିଟ୍ ମାଧ୍ୟମରେ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାପାଳ ସର୍ବପ୍ରଥମେ ସାଂସଦ କଟକ ଭତୃହରି ମହତାବ, ବିଧାୟକ ରଣପୁର ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ, ବିଧାୟକ ଖଣ୍ଡପଡ଼ା ସୌମ୍ୟ ରଂଜନ ପଟ୍ଟନାୟକ ଏବଂ ମାନ୍ୟବର ବିଧାୟକ ଦଶପଲ୍ଲା ରମେଶ ଚନ୍ଦ୍ର ବେହେରା ଏବଂ ଉପସ୍ଥିତ ସମସ୍ତ ସଦସ୍ୟମାନଙ୍କୁ ବୈଠକକୁ ସ୍ଵାଗତ ଜଣାଇଥିଲେ । ଆଗାମୀ ଦିନରେ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟ ଯଥା ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସାମୁଦ୍ରିକ ଝଡ଼ ହେବାର ଆଶଙ୍କା ଥିବାରୁ ଏହାର ମୁକାବିଲା ପାଇଁ ଜିଲ୍ଲାପାଳ ଡା. ଟୁଡୁ ପୂର୍ବ ପ୍ରସ୍ତୁତି ବୈଠକ ଡକାଇଥିଲେ । ଏହି ବୈଠକରେ ଜିଲ୍ଲାପାଳ…

Read More

ନୟାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର କରୋନା ସ୍ଥିତି ପରଖିଲେ ମନ୍ତ୍ରୀ ଏବଂ ଜିଲ୍ଲାପାଳ

ନୟାଗଡ: ନୟାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ଗ୍ରାମ ପଂଚାୟତର କୋଭିଡ୍ ସ୍ଥିତି ଉପରେ ସମୀକ୍ଷା କଲେ ଜିଲ୍ଲାପାଳ ଡଃ. ପୋମା ଟୁଡୁ। ଜିଲ୍ଲାପାଳ ଡ଼ଃ ଟୁଡୁ ଏହା ପୂର୍ବରୁ ଜିଲ୍ଲାର ଅନ୍ୟ ୩ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀର ସମୀକ୍ଷା ବୈଠକ କରିସାରିଛନ୍ତି । ଆଜିର ଏହି ବୈଠକରେ ନୟାଗଡ଼ ବିଧାୟକ ତଥା କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଵିକାଶ ଏବଂ ଉଚ୍ଚଶିକ୍ଷା ଵିଭାଗ ମନ୍ତ୍ରୀ ଡ଼ଃ ଅରୁଣ ସାହୁ ଉପସ୍ଥିତ ଥିଲେ। କୋଭିଡର ଦ୍ୱିତୀୟ ଲହର ସାଙ୍ଘାତିକ ଭାବରେ ବ୍ୟାପି ଚାଲିଥିବା ବେଳେ ଅନେକ ଲୋକଙ୍କ ଜୀବନ ବି ଗଲାଣି । ଏବେ ସହର ଠାରୁ ଗ୍ରାମ ପର୍ଯ୍ୟନ୍ତ ସବୁ ଠାରେ କରୋନା ରୋଗୀ ବାହାରିବାର ଲାଗିଛନ୍ତି । ଏହାର କାରଣ ଲୋକମାନଙ୍କ ଅସାବଧାନତା, ଖାମ ଖିଆଲ ମନୋଭାବ, ମାସ୍କ…

Read More

ନୟାଗଡ଼ ଜିଲ୍ଲାର ବରିଷ୍ଠ ନାଗରିକଙ୍କ ପାଇଁ ହେଲ୍ପଲାଇନ ନମ୍ୱର ଜାରି କରନ୍ତୁ ଜିଲ୍ଲାପାଳ

ନୟାଗଡ଼: ମହାମାରୀ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟରେ ଲକଡାଉନ୍ ସର୍ଟଡାଉନ କଟକଣା ଲାଗି ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ଏଥିରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ନୟାଗଡ଼ ଜିଲ୍ଲାର ବରିଷ୍ଠ ନାଗରିକମାନେ । ବରିଷ୍ଠ ନାଗରିକମାନଙ୍କୁ ସୁରକ୍ଷିତ ରଖିବା ପାଇଁ ପ୍ରଶାସନ ତରଫରୁ ହେଲ୍ପଲାଇନ ନମ୍ୱର ଜାରି କରିବା ପାଇଁ ଦାବି କରିଛନ୍ତି ଜିଲ୍ଲା ବରିଷ୍ଠ ନାଗରିକ ସଂଘ ସଭାପତି ପ୍ରମୋଦ ପଟ୍ଟନାୟକ। କରୋନାର ଏହି ଘଡିସନ୍ଧି ମୁହୂର୍ତ୍ତରେ ବିଶେଷ କରି ବରିଷ୍ଠ ନାଗରିକମାନେ ସ୍ୱାସ୍ଥ୍ୟ ସମସ୍ୟା ଦେଇ ଗତି କରୁଛନ୍ତି । କେତେକ ପରିବାର ଆର୍ଥିକ ସମସ୍ୟା ହେତୁ ସେମାନଙ୍କ ଯତ୍ନ ନେଉ ନଥିବା ବେଳେ କେତେକ ସେମାନଙ୍କୁ ବୋଝ ଭାବି ଖରାପ ବ୍ୟବହାର ପ୍ରଦର୍ଶନ କରୁଛନ୍ତି । ବରିଷ୍ଠ ନାଗରିକମାନେ ସ୍ୱାସ୍ଥ୍ୟ ସେବା ପାଇଁ ଚିକିତ୍ସାଳୟକୁ ଯିବା ପାଇଁ ଚାହିଁଲେ…

Read More

ଅକ୍ଷି ମୁଠି ଅନୁକୂଳ କଲେ କୃଷିମନ୍ତ୍ରୀ ଡଃ. ଅରୁଣ କୁମାର ସାହୁ

ନୟାଗଡ: ଆଜି ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ନୟାଗଡ଼ ବ୍ଳକ ଅନ୍ତର୍ଗତ ବାଲୁଗାଁ ପଞ୍ଚାୟତର ଖେଡପଡାରେ ଅକ୍ଷିମୁଠି ଅନୁକୁଳ କରିଛନ୍ତି ରାଜ୍ୟ ସରକାରଙ୍କ କୃଷିମନ୍ତ୍ରୀ ଡ. ଅରୁଣ କୁମାର ସାହୁ । ଓଡିଶାରେ ଏହି ଦିନଟିର ମାହାତ୍ମ୍ୟ ଆହୁରି ଅଧିକ ବିଶେଷ କରି କୃଷି ପ୍ରଧାନ୍ୟ ରାଜ୍ୟ ହୋଇଥିବାରୁ କୃଷି ଭିତ୍ତିକ କାର୍ଯ୍ୟର ଶୁଭାରମ୍ଭ କରାଯାଇଥାଏ । ଆଜିର ଦିନରେ ଅକ୍ଷି ମୁଠି ଅନୁକୂଳ କରାଯାଏ । ଚାଷୀମାନେ ନୂଆ ଧାନ ନେଇ ନିଜ କ୍ଷେତରେ ବୁଣି ହଳ କରିଥାନ୍ତି । ଏଥିସହ ଧରିତ୍ରୀ ମାତା ଓ ଭୂମିଜାଙ୍କର ପୂଜା କରିଥାନ୍ତି । ଏହି ଦିନ ଶ୍ରୀ ଜଗନ୍ନାଥଙ୍କ ୪୨ ଦିନ ବ୍ୟାପି ଚାଲିବାକୁ ଥିବା ଚନ୍ଦନ ଯାତ୍ରାର ଶୁଭାରମ୍ଭ ହୋଇଥାଏ । ଏହି ପର୍ବ ହେଉଛି କୃଷିର ପରମ୍ପରା, ଚାଷୀମାନଙ୍କୁ ସମ୍ମାନ ଦେବା ତଥା ଚାଷକୁ…

Read More

ସମ୍ମୁଖ ଯୋଦ୍ଧା ଭାବେ ଆସିଲେ ବିଭିନ୍ନ ବର୍ଗର କର୍ମଚାରୀ, ନେବେ କରୋନା ଟୀକା

ନୟାଗଡ଼: ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି। ଟୀକା ପାଇଁ ସମ୍ମୁଖ ଯୋଦ୍ଧା ଭାବେ ରାଜ୍ୟରେ ବିଭିନ୍ନ ବର୍ଗର କର୍ମଚାରୀଙ୍କୁ ସାମିଲ କରାଯାଇଛି। ବନ ଅଧିକାରୀ, ଫରେଷ୍ଟ ଗାର୍ଡ, ବ୍ୟାଙ୍କ କର୍ମଚାରୀ, ବୀମା କମ୍ପାନୀ କର୍ମଚାରୀ, ଏଟିଏମ ଦାୟିତ୍ଵରେ ଥିବା କର୍ମଚାରୀ, ଫିଲିଂ ଷ୍ଟେସନ, କଷ୍ଟମର କେୟାର କର୍ମଚାରୀ, ରେଲୱେ କର୍ମଚାରୀ, ଅମ୍ଳଜାନ ପ୍ଳାଣ୍ଟ କର୍ମଚାରୀ, ଜିଲ୍ଲା ଶିଶୁ ସୁରକ୍ଷା କର୍ମଚାରୀ, ୧୦୮ ହେଲ୍ପ ଲାଇନ ନମ୍ବର କର୍ମଚାରୀ ଏବଂ କଲ୍ ସେଣ୍ଟରରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ଟୀକା ପାଇଁ ସମ୍ମୁଖ ଯୋଦ୍ଧା ତାଲିକାରେ ସାମିଲ କରାଯାଇଛି। ଏନେଇ ସବୁ ଜିଲ୍ଲାପାଳ ଏବଂ ପୌରାଞ୍ଚଳ କମିଶନରଙ୍କୁ ଚିଠି ଲେଖି ଏସିଏସ ନିର୍ଦ୍ଦେଶ ଦେଇଛନ୍ତି।

Read More

ଶ୍ରମିକ ନେତା ଯୋଗେନ୍ଦ୍ର ଖୁଣ୍ଟିଆଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଭର୍ଚୁଆଲରେ ଅନୁଷ୍ଠିତ

ନୟାଗଡ: ନୟାଗଡ ଜିଲ୍ଲାର ବିଶିଷ୍ଟ ଶ୍ରମିକ ନେତା ଯୋଗେନ୍ଦ୍ର ଖୁଣ୍ଟିଆଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଭରଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲାର ଜଣେ ବିଶିଷ୍ଠ ଗାନ୍ଧୀବାଦୀ, ନୟାଗଡ଼ ଚିନିକଳର ପୂର୍ବତନ ଶ୍ରମିକ ନେତା ସ୍ବର୍ଗତ ଖୁଣ୍ଟିଆଙ୍କ ଅବଦାନକୁ ଏହି ଅବସରରେ ସ୍ମୃତି ଚାରଣ କରାଯାଇଥିଲା l ନୟାଗଡ଼ ଚିନିକଳକୁ ପୁନଃ ଚାଲୁକରିବା ଦାବିରେ ସ୍ବର୍ଗତ ଖୁଣ୍ଟିଆଙ୍କ ସଂଗ୍ରାମକୁ ଜିଲ୍ଲା ବାସୀ ସଦାସର୍ବଦା ମାନେ ରଖିବେ ବୋଲି ଏହି ଅବସରରେ ଉପସ୍ଥିତ ଅତିଥି ମାନେ ମତ ରଖିଥିଲେ l ନିଜର ଗାନ୍ଧୀବାଦୀ ଜୀବନ ଦର୍ଶନ ପାଇଁ ନୟାଗଡ଼ର ଗାନ୍ଧୀଭାବେ ସ୍ବର୍ଗତ ଖୁଣ୍ଟିଆବାବୁଙ୍କ ବେଶ ଖ୍ୟାତି ଥିଲା ବୋଲି ଏହି ଅବସରରର ମତ ପ୍ରକାଶ ପାଇଥିଲା l ନୟାଗଡ଼ ଚିନିକଳ କ୍ରିୟାନୁଷ୍ଠାନର ସଦସ୍ୟ ଶିବରାମ ମହାପାତ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ଏହି ସ୍ମୃତି ସଭାରେ ଚିନିକଳ କର୍ମଚାରୀ ସଙ୍ଘ ସଭାପତି ସନ୍ତୋଷ…

Read More

ଜିଲ୍ଲା ପୁଲିସ ବିଭାଗରେ ଅଦଳ ବଦଳ

ନୟାଗଡ଼: ନୟାଗଡ଼ ଜିଲ୍ଲାରେ ପୁଲିସ ଅଦଳ ବଦଳକୁ ନେଇ ଗତ କିଛି ଦିନ ଧରି ଚର୍ଚ୍ଚା ଜୋର ରହିଥିଲା । ଆଜି ଆରକ୍ଷି ଅଧିକ୍ଷକ ସିଦ୍ଧାର୍ଥ କଟାରିଆ ୧୧ଜଣ ପୁଲିସ ଅଧିକାରୀଙ୍କୁ ଜିଲ୍ଲା ଭିତରେ ଅଦଳ ବଦଳ କରିଛନ୍ତି । ସୂଚନାମୁତାବକ, ଇଟାମାଟି ଥାନାରେ ଥିବା ଇନିସପେକ୍ଟର ଦୀପକ କୁମାର ଖଣ୍ଡାୟତରାୟଙ୍କୁ ନୟାଗଡ଼ ସଦର ପୁଲିସ ଷ୍ଟେସନକୁ ବଦଳି କରାଯାଇଥିବା ବେଳେ ଶରଣକୁଳ ଥାନାରେ ଥିବା ବିମଲ କୁମାର ମଲ୍ଲିକଙ୍କୁ ଗଣିଆ ଥାନାକୁ ବଦଳି କରାଯାଇଛି। ସେହିପରି ଜିଲ୍ଲା ହେଡକ୍ୱାର୍ଟରରେ ଥିବା ଇନିସପେକ୍ଟର ପୂର୍ଣ୍ଣଚନ୍ଦ୍ର ପଟ୍ଟାୟତଙ୍କୁ ଶରଣକୁଳ ଥାନାକୁ ବଦଳି କରାଯାଇଥିବା ହେଡକ୍ୱାର୍ଟରରେ ଥିବା ଇନିସପେକ୍ଟର ବିଶ୍ୱପ୍ରକାଶ ପଟ୍ଟନାୟକଙ୍କୁ ଡିସିଆରବି ଭାବେ ଦାୟିତ୍ୱ ଦିଆଯାଇଛି। ଇନିସପେକ୍ଟର ନିଶାମଣି ମହାନ୍ତିଙ୍କୁ ଡିଏଚଆରପିସି ଭାବେ ନିଯୁକ୍ତି ଦିଆଯାଇଛି । ଇନିସପେକ୍ଟର ଚନ୍ଦ୍ରମଣି ହୋତାଙ୍କୁ ଡିଆଇବି ଦାୟିତ୍ୱ ଦିଆଯାଇଛି । ଇଟାମାଟି…

Read More

ସ୍ଥିତି ସମୀକ୍ଷା କଲେ କେନ୍ଦ୍ରାଞ୍ଚଳ ଆରଡିସି

ନୟାଗଡ଼: ଭର୍ଚୁଆଲ ମାଧ୍ୟମରେ କେନ୍ଦ୍ରାଞ୍ଚଳ ଆରଡିସି ତଥା ଜିଲ୍ଲା କୋଭିଡ ପର୍ଯ୍ୟବେକ୍ଷକ ଅନୀଲ କୁମାର ସାମଲ କରୋନାର ପରିସ୍ଥିତି ଉପରେ ସମୀକ୍ଷା କରିଛନ୍ତି। ଉକ୍ତ ଭର୍ଚୁଆଲରେ ଜିଲ୍ଲାପାଳ ଡ. ପୋମା ଟୁଡୁ, ବନଖଣ୍ଡ ଅଧିକାରୀ ଏଚ.ଡି. ଧନରାଜ, ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ ସୁବାଶ ଚନ୍ଦ୍ର ରାୟ, ଉପ ଜିଲ୍ଲାପାଳ ଲଗ୍ନଜିତ ରାଉତ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶକ୍ତିପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ନୟାଗଡ଼ ଜିଲ୍ଲାରେ କରୋନାର ସ୍ଥିତି ଦିନକୁଦିନ ବୃଦ୍ଧି ପାଉଥିବା ବେଳେ ବର୍ତ୍ତମାନ ଜିଲ୍ଲାର ପରିସ୍ଥିତି କିଭଳି ଅଛି ସେ ଉପରେ ସମୀକ୍ଷା କରିଥିଲେ । ଆବଶ୍ୟକ ଅନୁଯାୟୀ ଅକ୍ସିଜେନ ସିଲିଣ୍ଡର ମହଜୁଦ ଅଛି କି ନାହିଁ, କେତେ ପରିମାଣରେ ଟିକା ରହିଛି ଏହା ଉପରେ ସମୀକ୍ଷା କରିବା ସହ ଯେଉଁମାନେ ପ୍ରଥମ ଟିକା ନେଇ ସାରିଛନ୍ତି…

Read More

ଅନନ୍ୟା ଫାଉଣ୍ଡେସନର ସହାୟତା

ନୟାଗଡ଼: ଅନନ୍ୟା ଫାଉଣ୍ଡେସନର କର୍ମକର୍ତ୍ତାମାନେ ଆଜି ନୟାଗଡ଼ ବ୍ଲକ ଶଙ୍ଖେଇ ଗ୍ରାମର ଜଙ୍ଗଲ ମଧ୍ୟରେ ରହୁଥିବା କିଛି ପରିବାର ପାଖରେ ପହଂଚି ସେମାନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ସେଠି ରହୁଥିବା ସମସ୍ତଙ୍କୁ ଅନନ୍ୟା ଫାଉଣ୍ଡେସନ ପକ୍ଷରୁ କିଛି ଶୁଖିଲା ଖାଦ୍ୟ ଓ ମାସ୍କ ପ୍ରଦାନ କରା ଯାଇଥିଲା। ପଢ଼ୁଥିବା କୁନିକୁନି ପିଲାଙ୍କ ପାଇଁ କିଛି ପାଠ୍ୟ ଉପକରଣ ପ୍ରଦାନ କରାଯାଇଥିଲା। କରୋନା ଭୟାବହତାକୁ ଦୃଷ୍ଟିରେ ରଖି ମାସ୍କ୍ ଓ ସାନିଟାଇଜର ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି। ଯଦି କୌଣସି ଲୋକଙ୍କ ଦେହରେ କରୋନା ଲକ୍ଷଣ ଦେଖଯାଏ ତେବେ ସଙ୍ଗେସଙ୍ଗେ ପରୀକ୍ଷା କରି ଆବଶ୍ୟକ ଅନୁସାରେ ସଂଗରୋଧ କିମ୍ବା ଡାକ୍ତରଖାନା ଯିବାକୁ ପରାମର୍ଶ ଦିଆଯାଇଛି।

Read More