ନୟାଗଡ଼: କୋଭିଡ ଲକଡାଉନ ପ୍ରଭାବରେ ଦୈନିକ ରୋଜଗାର ହରାଇ ଅତ୍ୟନ୍ତ ଦୁଃଖର ସହ ପରିବାର ପ୍ରତିପୋଷଣ କରୁଥିବା ନୟାଗଡ ଶ୍ରୀ ଜଗନ୍ନାଥ ମନ୍ଦିରରେ ଠାକୁରଙ୍କ ନୀତିକାନ୍ତି ସେବା କରୁଥିବା ଅଭାବି ପୂଜକ, ସେବାସୀ, ସୁଆର, କାହଳିଆ, ଘଣ୍ଟୁଆମାନଙ୍କୁ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ୧୦କିଲା ଚାଉଳ ପ୍ୟାକେଟ, ମାସ୍କ, ସାନିଟାଇଜର ବଣ୍ଟନ କରାଯାଇ ଅସହାୟ ଦୁଃଖୀ ଲୋକଙ୍କ ଦୁଃଖରେ ସାମିଲ ହେବାପାଇଁ ଜିଲ୍ଲାରେ କଂଗ୍ରେସ ଦଳ ଛୋଟିଆ ପ୍ରୟାସ କରିଛି ।
ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶଙ୍କ ଉଦ୍ୟମରେ ଆୟୋଜିତ ଏହି ସେବା କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ଉପ ସଭାପତି କମଳ. ଚରଣ ସାହୁ, ନୟାଗଡ ବ୍ଲକ କଂଗ୍ରେସ ସଭାପତି ଫକୀର ଚରଣ ମଲ୍ଲ, ନୂଆଗାଁ ବ୍ଲକ କଂଗ୍ରେସ ସଭାପତି ଅଶୋକ ନାୟକ ପ୍ରମୁଖ ସହଯୋଗ କରିଥିଲେ। ଜିଲ୍ଲା କଂଗ୍ରେସ ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ଅମଜାଦ ଖାଁ ଏବଂ ଯୁବନେତା ହବିବ ଖାଁଙ୍କ ସହଯୋଗରେ ସିନ୍ଦୁରିଆ କଲୋନୀ ସାହି ଏବଂ ମୁଣ୍ଡିଆ ସାହି ଅଧିବାସୀଙ୍କୁ ଜିଲ୍ଲା କଂଗ୍ରେସ ପକ୍ଷରୁ ମାସ୍କ ସାନିଟାଇଜର ବଣ୍ଟନ କରୋନା ସଚେତନତା ବାର୍ତା ଦିଆଯାଇଥିଲା। ଆଗକୁ ଏଭଳି ସେବା କାର୍ଯ୍ୟକ୍ରମ ଜାରି ରହିବ ବୋଲି ଦଳ ପକ୍ଷରୁ କୁହାଯାଇଛି।