ନୟାଗଡ଼ ସହର ଡିଆରଡିଏ ରୋଡ଼ରେ ଥିବା ବୃଦ୍ଧାଶ୍ରମ ସମର୍ପଣକୁ ୧ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ସହାୟତା ରାଶିକୁ ନୟାଗଡ଼ର ବିଶିଷ୍ଟ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ନାୟକ ୪୦ ହଜାର, ବ୍ଲକ ଉପାଧ୍ୟକ୍ଷ ସୁବାସ କଅଁର ୩୦ ହଜାର, ନୟାଗଡ଼ ମୁନିସପାଲଟିର ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା ୩୦ ହଜାର ଟଙ୍କା ଚେକ ପ୍ରଦାନ କରିଛନ୍ତି । “ସମର୍ପଣ” ପରିଚାଳନା କମିଟିର ପ୍ରମୋଦ ପଟ୍ଟନାୟକ, ଅରୁଣ ମହାନ୍ତି ଏବଂ ଶ୍ରୀଧର ସାହୁ ଉପସ୍ଥିତ ରହି ଏହି ସହାୟତା ରାଶିକୁ ଗ୍ରହଣ କରିବା ସହ ଏହି ଅର୍ଥ “ବୃଦ୍ଧାଶ୍ରମ”ର ପରିଚାଳନା ଏବଂ ଉନ୍ନତି କରଣ କାର୍ଯ୍ୟରେ ବିନିଯୋଗ ହେବ ବୋଲି କହିଛନ୍ତି।
ସମାଜସେବୀଙ୍କ ଦ୍ଵାରା ବୃଦ୍ଧାଶ୍ରମ ସମର୍ପଣକୁ ୧ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ
