ବିଜୁ ଯୁବ ଓ ଛାତ୍ର ଜନତାଦଳ ତରଫରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

ନୂଆଗାଁ: (ନୟାଗଡ଼ ଦର୍ପଣ) ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମହୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିସରରେ ବିଜୁ ଯୁବ ଓ ଛାତ୍ର ଜନତାଦଳ ତରଫରୁ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥିଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ କରୋନା ମହାମାରୀ ସମୟରେ ରକ୍ତର ଅଭାବ ଦୂରୀକରଣ ପାଇଁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ଆବଶ୍ୟକତା ବର୍ଣ୍ଣନା କରିଥିଲେ ।

ତତ୍ ସହିତ ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତା ଏବଂ ସ୍ଵେଚ୍ଛାକୃତ ରକ୍ତଦାତାମାନଙ୍କୁ ଧନ୍ୟବାଦ୍ ଦେଇଥିଲେ।ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ, ସାଂସଦଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍, ସମାଜସେବୀ ଦାମୋଦର ସାହୁ, ବିଜେଡ଼ି ସଭାପତି ସନାତନ ସାମଲ, ବରିଷ୍ଠ ବିଜେଡ଼ି ସଂଗଠକ ଦିଲ୍ଲୀପ କୁମାର ଦଳ ବେହେରା, ଯୁବ ସଂଗଠକ ସଞ୍ଜୟ କୁମାର ସାହୁ, ଉପ ସଭାପତି ମୁରଲୀ ଧର ଜେନା, ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ଛାତ୍ର ଉପ ସଭାପତି ଅମୂଲ୍ୟ ସାହୁ, ବ୍ଲକ୍ ଛାତ୍ର ସଭାପତି ସୁବ୍ରତ ପରିଡ଼ା, ସାଧାରଣ ସମ୍ପାଦକ ସୁନିଲ ଖଣ୍ଡୁଆଳ, ବ୍ଲକ୍ ଯୁବ ସଭାପତି ଶୁଭ୍ରାଂଶୁ ଶେଖର ସେନାପତି, ସଞ୍ଜୀବ କୁମାର ଡାକୁଆ, ବିଭୂତି ଭୂଷଣ ପ୍ରଧାନ, ପ୍ରଶାନ୍ତ କୁମାର ପଢିଆରିଙ୍କ ସମେତ ନୂଆଗାଁ ବ୍ଲକର ଯୁବ ଛାତ୍ରଜନତା ଦଳର ସଦସ୍ୟ ମାନେ ସହଯୋଗ କରିଥିଲେ। ମହିପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଦେବୀ ପ୍ରସାଦ ପ୍ରଧାନ ,ଜଗନ୍ନାଥ ପ୍ରସାଦ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଡ଼. ଏଲିଜା ପଟ୍ଟନାୟକ ଏବଂ ମହିପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଭ୍ର ସ୍ବାସ୍ଥ୍ୟ ବିଭାଗୀୟ କର୍ମଚାରୀ ଙ୍କ ଦ୍ଵାରା ୬୦ ରୁ ଉର୍ଦ୍ଧ୍ବ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।

Related posts