ନୂଆଗାଁ,(ନୟାଗଡ଼ ଦର୍ପଣ): କରୋନା ମହାମାରୀର ଦ୍ୱିତୀୟ ଲହରୀ ଯୋଗୁଁ ନୟାଗଡ଼ ରକ୍ତଭଣ୍ଡାରରେ ଏବେ ରକ୍ତସଙ୍କଟ ଦେଖାଦେଇଛି। ଏଣୁ, ଏହି ସମୟରେ ରକ୍ତଭଣ୍ଡାରରେ ରକ୍ତାଭାବକୁ ଦୃଷ୍ଟିରେ ରଖି ନୟାଗଡ଼ ଜିଲ୍ଲା ସେବା ଉତ୍ସବ ସମିତି ପକ୍ଷରୁ ଜିଲ୍ଲାବ୍ୟାପି ଏକ ମାରାଥନ ରକ୍ତଦାନ ଶିବିର ଅନୁଷ୍ଠିତ ହେଉଛି। ଏହି ଅବସରରେ ମଙ୍ଗଳବାର ମହୀତମା ପ୍ରାଥମିକ ବିଦ୍ୟାଳୟ ପରିସରରେ ନୟାଗଡ଼ ସେବା ଉତ୍ସବ ସମିତି ଆନୁକୂଲ୍ୟରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ସମସ୍ତ ରକ୍ତଦାତାଙ୍କ ଆଣ୍ଟିଜେନ ଟେଷ୍ଟ କରାଯିବା ସହ କୋଭିଡ କଟକଣା ନିୟମ ଅନୁଯାୟୀ ରକ୍ତ ସଂଗ୍ରହ କରାଯାଇଥିଲା। ସେବା ଉତ୍ସବ ସମିତି ଅଧକ୍ଷ ଶିବରାମ ମହାପାତ୍ରଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ମୋଟ ୨୧ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଆଜିର ଏହି ଶିବିରକୁ ନୟାଗଡ଼ ଜିଲ୍ଲାର ବିଶିଷ୍ଠ ସମାଜସେବୀ ଦାମୋଦର ସାହୁ, କୋରଡ଼ାର ପୂର୍ବତନ ସମିତିସଭ୍ୟ ସୁବ୍ରତ ମିଶ୍ର, ସମାଜସେବୀ ଚିତ୍ତରଂଜନ ପାତ୍ର, ରଂଜନ କୁମାର ପରିଡ଼ା, ପ୍ରଭାକର ସାହୁ, ଅଭିଷେକ ଷଡ଼ଙ୍ଗୀ, ଅନ୍ତର୍ଯ୍ୟାମୀ ସୁବୁଦ୍ଧି, ସମୀର ମହାପାତ୍ର, ପ୍ରଦୀପ କୁମାର ସାହୁ, ଶଙ୍କର ଦୟାଲ ପାତ୍ର, ସନିଦେଓଲ ସାହୁ, ଅଂଶୁମାନ ମିଶ୍ର, ଆଶୁତୋଷ ମିଶ୍ର ପ୍ରମୁଖ ପରିଚାଳନା କରିବା ସହ ରକ୍ତଦାତା-ଜୀବନ ଦାତାଙ୍କୁ ଉତ୍ସାହିତ କରିଥିଲେ।

