ଓଡ଼ଗାଁ: (ନୟାଗଡ଼ ଦର୍ପଣ) ଓଡ଼ଗାଁ ଏନ.ଏ.ସି.ରେ ଥିବା କୋର୍ଟ ପରିସରରେ ଆଜି ଭର୍ଚୁଆଲ ମାଧ୍ୟମରେ ନୂତନ ‘ଦୌରାଜଜ’ କୋର୍ଟ ଓଡିଶା ହାଇକୋର୍ଟ ମୂଖ୍ୟ ବିଚାରପତି ଡ଼ଃ ଏସ-ମୁରଲୀଧରଙ୍କ କରକମଳରେ ଉଦଘାଟିତ ହୋଇଯାଇଛି । ଓଡ଼ଗାଁ ଓକିଲ ସଂଘ ସଭାପତି ପବିତ୍ର ମୋହନ ସାହୁଙ୍କ ସଭାପିତତ୍ୱରେ ଅନୁଷ୍ଠିତ ଉତ୍ସବରେ ବିଚାରପତି ଡ଼ଃ ବି.ଆର.ଷଡ଼ଙ୍ଗୀ ଓ ଵିଚାରପତି ପ୍ରମୋଥ ପଟ୍ଟନାୟକ ନିମନ୍ତ୍ରୀତ ଅତିଥିଭାବେ ଉପସ୍ଥିତ ଥିଲେ । ସମ୍ମାନୀତ ଅତିଥିଭାବେ ଓଡ଼ଗାଁ କୋର୍ଟର ଜିଲ୍ଲା ଜଜ ରୂପଶ୍ରୀ ଚୌଧୁରୀ ଯୋଗଦେଇଥିବା ବେଳେ ନବ ନିଯୁକ୍ତ ଜଜ ଶିଭାଶିଷ ଗିରି, କନିଷ୍ଠ ବିଭାଗ ଦେୱାନୀ ମାଜିଷ୍ଟ୍ରେଟ ଅପୂର୍ବ ରାୟ ଓ ନ୍ୟାୟଧୀଷ ସୁଧାବାଇ ଅଗ୍ରୱାଲ ଉପସ୍ଥିତ ଥିଲେ । ଏହି ଉଦଘାଟନ କାର୍ଯ୍ୟକ୍ରମକୁ ରାଜ୍ୟ ସରକାରଙ୍କ କୋଭିଡ ନିୟମକୁ ସମ୍ମାନ ଜଣାଇ ଓକିଲ ସଂଘ ସଭାପତି ପବିତ୍ର ମୋହନ ସାହୁ ଓ ସମ୍ପାଦକ ବସନ୍ତ କୁମାର ମହାନ୍ତି ପରିଚାଳନା କରିଥିବା ବେଳେ ସମସ୍ତ ଆଇନଜୀବୀମାନେ ସହଯୋଗ କରିଥିଲେ ।
ଓଡ଼ଗାଁରେ ଦେୱାନୀ ସହକାରୀ ‘ଦୌରାଜଜ୍’ କୋର୍ଟ ଉଦଘାଟିତ
