ଜୁମ ଆପରେ ଦଶପଲ୍ଲା ବିଧାୟକଙ୍କ ବୈଠକ

ଦଶପଲ୍ଲା: (ନୟାଗଡ଼ ଦର୍ପଣ) ଦଶପଲ୍ଲା ବିଧାୟକ ତଥା ନୟାଗଡ଼ ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଆଜି ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ ନେଇ କୋରୋନା ମହାମାରୀକୁ କିଭଳି ପ୍ରତିହତ ମୁକାବିଲା କରାଯିବ ଏନେଇ ଏକ ଭର୍ଚୁଆଲ ମିଟିଂ ଆୟୋଜିତ ହୋଇଯାଇଛି । ଏଥିରେ ମାନ୍ୟବର ବିଧାୟକ ଯୋଗଦେଇ ଲୋକମାନଙ୍କୁ କିଭଳିଭାବେ ସଚେତନ କରାଯିବ ଏବଂ ଆଗାମୀ ଦିନରେ ଅଧିକରୁ ଅଧିକ ବୃକ୍ଷ ରୋପଣ କରାଯିବ ସହ କୋରୋନା ସମୟରେ ଲୋକମାନଙ୍କର ବିଭିନ୍ନ ସମସ୍ୟାକୁ ଦୂର କରାଯିବ ଏବଂ ବର୍ତ୍ତମାନ ପରିସ୍ଥିତିରେ ଜିଲ୍ଲାରେ ରକ୍ତର ଘୋର ଅଭାବ ଦେଖାଯାଇଥିବା ବେଳେ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ରକ୍ତ ଦାନ ଶିବିର ମାନକରି କିଭଳି ରକ୍ତ ଅଭାବକୁ ଦୂର କରାଯିବ ସେ ବିଷୟରେ ଆଲୋଚନା କରିଥିଲେ।

Related posts