ନୟାଗଡ଼: ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆଜି ନୟାଗଡ଼ ମୁନିସପାଲିଟିର ବିଭିନ୍ନ ୱାର୍ଡ଼ ବୁଲି ଲୋକଙ୍କୁ କରୋନା ସମ୍ବଦ୍ଧରେ ସଚେତନ କରିବା ସହ ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ପଚାରି ବୁଝିଛନ୍ତି। ସହରର ବିକାଶ ପାଇଁ ସାଧାରଣ ଲୋକଙ୍କ ଆବଶ୍ୟକତା ଏବଂ ମୈାଳିକ ସୁବିଧା ପ୍ରତି ପ୍ରାଧାନ୍ୟ ଦିଆଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି । ବୁଲିବା ସମୟରେ ବରିଷ୍ଠ ନାଗରିକମାନଙ୍କ ପରାମର୍ଶକୁ ମଧ୍ୟ ସହୃଦୟତାର ସହ ଶୁଣୁଥିଲେ ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ତୁରନ୍ତ ଗ୍ରହଣ କରିବାକୁ ଉପସ୍ଥିତ ମୁନିସିପାଲିଟିର ଅଧିକାରୀଙ୍କୁ ନିର୍ଦ୍ଦେଶ ମଧ୍ୟ ଦେଉଥିଲେ। ଏଥିସହିତ ବିଗତ ଦିନରେ ପୈାରାଞ୍ଚଳ ଦ୍ୱାରା କରାଯାଇଥିବା ଉନ୍ନତି ମୂଳକ କାର୍ଯ୍ୟର ସମୀକ୍ଷା ଏବଂ ତଦାରଖ କରିଛନ୍ତି । ମନ୍ତ୍ରୀଙ୍କ ସହ ପୈାରନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା, ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା ପ୍ରମୁଖ ସାମିଲ ହୋଇଥିବା ଜଣାଯାଇଛି।
ନୟାଗଡ଼ ମୁନିସପାଲିଟିର ବିଭିନ୍ନ ୱାର୍ଡ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ମନ୍ତ୍ରୀ
