ନୟାଗଡ଼: ନୟାଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ କମୁ ନଥିବା ବେଳେ ସରକାରଙ୍କ କୋଭିଡ ନିୟମ ପାଳନ କରୁନଥିବା ଅମାନିଆଙ୍କ ସଂଖ୍ୟା ବୃଦ୍ଧି ପାଉଛି । ସରକାର ଜାରି କରିଥିବା ସପ୍ତାହନ୍ତ ସଟଡାଉନ ଶନିବାର ଓ ରବିବାରରେ ମଧ୍ୟ ନୟାଗଡ଼ ଉପକଣ୍ଠ ସିନ୍ଦୁରିଆରେ କିଛି ଅମାନିଆ ମାଛ ଓ ମାଂସ ଦୋକାନ ଖୋଲି ବେଧଡ଼କ ବେପାର କରୁଥିଲେ । ବିଶ୍ୱସ୍ତ ସୂତ୍ରରୁ ଖବରପାଇ ନୟାଗଡ଼ ତହସିଲଦାର ଭିକାରୀ ସାହୁ ଏବଂ ଟାଉନଥାନା ପୁଲିସ ଚଢ଼ାଉ କରିଥିବା ଜଣାଯାଇଛି । ସିନ୍ଦୁରିଆର ବିଭିନ୍ନ ଦୋକାନଙ୍କଠାରୁ ୩୬ଶହ ଟଙ୍କା ଜୋରିମାନା ଆଦାୟ କରିଛି । ସେହିଭଳି ଭାବେ ଇଟାମାଟିରେ ରଘୁନାଥ ଟିୟୁଟୋରିଆଲକୁ ୨ହଜାର ଏବଂ ଆଉ ଏକ ରାସନ ଦୋକାନୀଙ୍କଠାରୁ ୧ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ସୂଚନା ମିଳିଛି ।
ସଟଡାଉନରେ ଚାଲିଥିଲା ବେପାର ପହଞ୍ଚିଗଲେ ପୁଲିସ ଏବଂ ତହସିଲଦାର
