ନୟାଗଡ଼:- (ନୟାଗଡ଼ ଦର୍ପଣ) ଆଧୁନିକ ଗଳ୍ପ ଓ ଉପନ୍ୟାସର ଏଯାବତ୍ ଅପ୍ରତିଦ୍ୱନ୍ଦୀ ସମ୍ରାଟ ଫକୀରମୋହନ ସେନାପତିଙ୍କ ଶ୍ରାଦ୍ଧ ଦିବସ ନୟାଗଡ଼ର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ତଥାସ୍ତୁ ଆନୂକୂଲ୍ୟରେ ଭର୍ଚୁଆଲ ଦ୍ୱାରା ଆୟୋଜିତ ହୋଇଅଛି। ଓଡ଼ିଆ ଭାଷା ସାହିତ୍ୟର ଉନ୍ନତି, ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ଆଦି କ୍ଷେତ୍ରରେ ଫକୀର ମୋହନ ସେନାପତିଙ୍କ ଅବଦାନ ଓଡ଼ିଆ ଜାତି ପାଇଁ ଅବିସ୍ମରଣୀୟ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ। ତଥାସ୍ତୁର ସଭାପତି ବସିରନ୍ ବିବିଙ୍କ ଅଧ୍ୟକ୍ଷତାରେ ଏବଂ ସଂପାଦକ ଶରତ ଆଚାର୍ଯ୍ୟଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୟାଗଡର ସଂସ୍କୃତି ପୁରଷ ପ୍ରଦୀପ୍ତ କୁମାର ପଟ୍ଟନାୟକ ମୁଖ୍ୟ ଅତିଥି ତଥା କବି, କଥାକାର, ସ୍ତମ୍ଭକାର ଶତ୍ରୁଜିତ୍ ସମ୍ମାନିତ ବକ୍ତା ଭାବେ ଫକୀରମୋହନ ସେନାପତିଙ୍କ ସାହିତ୍ୟ,ଜୀବନୀ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ହୃଷୀକେଶ ଦାଶ, ସୁଧୀର ମହାପାତ୍ର, ଶରତ ଚନ୍ଦ୍ର ଷଡ଼ଙ୍ଗୀ, ହାଡିବନ୍ଧୁ ମହାକୁଡ଼, ଦିଲ୍ଲୀପ କୁମାର ସାହୁ, ସୁଦର୍ଶନ ପ୍ରଧାନ, ଅନନ୍ୟା ଦାଶ, ସୃଷ୍ଟି ସୈ।ରଭ ମିଶ୍ର ପ୍ରମୁଖ ସ୍ମୃତିଚାରଣ କରିବା ସହ କବିତା ପାଠ କରିଥିଲେ।
ଡିଜିଟାଲ ପ୍ଲାଟଫର୍ମରେ ଫକୀରମୋହନ ସେନାପତିଙ୍କ ଶ୍ରାଦ୍ଧ ଦିବସ ପାଳିତ
