ନୟାଗଡ,(୨୭/୦୮):- ଚଳିତ ଖରିଫ୍ ଋତୁରେ ନିଅଂଟିଆ ବର୍ଷା ଯୋଗୁଁ ନୟାଗଡ ଜିଲ୍ଲାରେ ଉପୁଜିଥିବା ମରୁଡି ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା କୃଷି ବିଭାଗ, ଉଦ୍ୟାନ କୃଷି ବିଭାଗ, ମଧ୍ୟମ ଜଳସେଚନ ବିଭାଗ, କ୍ଷୁଦ୍ର ଜଳସେଚନ ବିଭାଗ, ଉଠା ଜଳସେଚନ ବିଭାଗ, ଓଡ଼ିଶା ଆଗ୍ରୋ ଇଣ୍ଡୋଷ୍ଟ୍ରିଜ୍, ଜଳଛାୟା ପ୍ରକଳ୍ପର ପ୍ରକଳ୍ପ ନିର୍ଦ୍ଦେଶକ, ବିଭିନ୍ନ ସାର କମ୍ପାନୀର ଅଧିକୃତ ବିକ୍ରେତା ଓ କମ୍ପାନୀର ଅଧିକାରୀ ଗଣ, ଜିଲ୍ଲାସ୍ତରୀୟ ଓ ବ୍ଲକସ୍ତରୀୟ କୃଷି ଅଧିକାରୀ ଏବଂ ସମବାୟ ବିଭାଗର ଅଧିକାରୀଗଣ ଉପସ୍ଥିତ ରହି ସେମାନଙ୍କର ବିଭାଗୀୟ ତଥ୍ୟ ସହ ସ୍ୱଳ୍ପ ବୃଷ୍ଟି ଜନିତ ଉପୁଜିଥିବା ସମସ୍ୟାର ନିରାକରଣ ନିମନ୍ତେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ସମ୍ମାନନୀୟା ଜିଲ୍ଲାପାଳ…
Read MoreCategory: ନୟାଗଡ଼ ବ୍ଲକ
ମା’ ଉତ୍କଳ ଭାରତୀ ପାଲାଗାୟିକା ଓ କଳାକାର ପରିଷଦ ପକ୍ଷରୁ ଦାବିପତ୍ର ପ୍ରଦାନ
ନୟାଗଡ଼,(୨୭/୦୮):- ମା’ ଉତ୍କଳ ଭାରତୀ ପାଲାଗାୟିକା ଓ କଳାକାର ପରିଷଦ ପକ୍ଷରୁ ଆଜି ଜିଲ୍ଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । କରୋନା ମହାମାରୀ ସମୟରେ କଳାକାରମାନେ ଦୁଃଖ ଓ କଷ୍ଟରେ କାଳାତିପାତ କରୁଛନ୍ତି। ଯାହାକୁ ନେଇ ଆଜି ପରିଷଦ ପକ୍ଷରୁ ଗାୟିକା ପ୍ରତିମା ରଥ, ବନଜା ବେହେରା, ପ୍ରଭାତି ରଣା ପ୍ରମୁଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଦାବିପତ୍ର ପ୍ରଦାନ କରିଛନ୍ତି। କଳାକାର ଭତ୍ତା ବୃଦ୍ଧି, ବଞ୍ଚିତ ହୋଇଥିବା କଲାକାରଙ୍କୁ ଭତ୍ତା ପ୍ରଦାନ, ପାଲା କଳାକାରଙ୍କୁ କରୋନା ସହାୟତା, ପରିଷଦ ପାଇଁ ଭୁବନେଶ୍ୱର କିମ୍ବା କଟକରେ ବିନା ମୁଲ୍ୟରେ ଜମି, ପଞ୍ଚିକୃତ କଳାକାରଙ୍କୁ ପରିଚୟ ପତ୍ର ପ୍ରଦାନ ପଭୃତି ଏକ ୧୦ଦଫା ଦାବିପତ୍ର ପ୍ରଦାନ କରାଯାଇଛି ।
Read Moreସୁଧା ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଉତ୍କଳ ସାମ୍ୱାଦିକ ସଙ୍ଘର ରାଜ୍ୟ ସଭାପତି ପ୍ରମୋଦ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧନା
ନୟାଗଡ଼,(୨୬/୦୮):- ରାଜ୍ୟର ସର୍ଵ ପୁରାତନ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ଭାବେ ନୟାଗଡ଼ର ବରିଷ୍ଠ ସାମ୍ବାଦିକ ତଥା ସୁଧା ସାଂସ୍କୃତିକ ଅନୁଷ୍ଠାନର ଉପଦେଷ୍ଟା ପ୍ରମୋଦ ପଟ୍ଟନାୟକ ନୂତନ ରାଜ୍ୟ ସଭାପତିଭାବେ ନିଯୁକ୍ତ ହୋଇଥିବାରୁ ତାଙ୍କୁ ଅନୁଷ୍ଠାନ ପକ୍ଷରୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦିଆଯାଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ନାଟ୍ୟକାର ତଥା ସୁଧା ଅନୁଷ୍ଠାନର ଆବାହକ ଡ. ଆଶୁତୋଷ ମିଶ୍ରଙ୍କ ପୌରହିତ୍ୟରେ ଆୟୋଜିତ ଏହି ସଭାରେ ଶେଖ ଅବଦୁଲ ଖାଲିକ, ଗଣେଶ ମିଶ୍ର, ଆଦିତ୍ୟ ମିଶ୍ର, ରଞ୍ଜନ ରଶ୍ମି ଜେନା, ଅଶୋକ ମଲ୍ଲ, ସରୋଜ ସାହୁ, ଲଷ୍ମୀକାନ୍ତ ରଥ, ବିରୁପାକ୍ଷ ସ୍ୱାଇଁ, ଗୋକୁଳ ଷଡ଼ଙ୍ଗୀ ପ୍ରମୁଖ ଶ୍ରୀ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ବୁଲବୁଲ ମାନସିଂହ, ଆୟୁଷ୍ମାନ ଓ ଦେବରାଜଙ୍କ ସଂଯୋଜନାରେ ଆୟୋଜିତ ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସତ୍ୟବ୍ରତ…
Read Moreନୟାଗଡ ଜିଲ୍ଲାରେ କିନ୍ନର ମାନଙ୍କର ଦକ୍ଷତା ବୃଦ୍ଧି ତାଲିମ ଶିବିର
ନୟାଗଡ଼,(୨୬/୦୮):- ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଗଣିଆ ଉନୟନ କମିଟି କାଯ୍ୟଳୟ ଘଡୁଆଳ ତାଲିମ ଗୃହରେ ଗତ ଦୁଇଦିନ ଧରି ଜିଲ୍ଲାର ୨୫ଜଣ କିନ୍ନରଙ୍କୁ ନେଇ “ବ୍ୟକ୍ତିତ୍ୱର ବିକାଶ” ସମ୍ପର୍କୀୟ ତାଲିମ ଅନୁଷ୍ଠିତ ହୋଇଯାଇଛି। ଗଣିଆ ଉନୟନ କମିଟିର ସଭାପତି ଉଷା ପଟ୍ଟନାୟକ ସଭାପତିତ୍ୱ କରିଥିବାବେଳେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାତ କୁମାର ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ କିନର ମାନଙ୍କର ସାମଗ୍ରୀକ ବିକାଶ କିପରି ହୋଇପାରିବ ସେ ସମ୍ପର୍କରେ ଆଲୋଚନା କରିଥିଲେ। ଗଣିଆ ଉନୟନ କମିଟି ଦ୍ୱାରା ପରିଚାଳିତ ସ୍ୱୀକୃତି ପ୍ରକଳ୍ପ ମାଧ୍ୟମରେ କିନ୍ନରମାନଙ୍କୁ ଚିନ୍ହଟ କରିବା ସେମାନଙ୍କର ଆଧାରକାର୍ଡ ସଂଶୋଧନ କରିବା ସେମାନଙ୍କୁ ସ୍ୱତନ୍ତ ପରିଚୟ ପ୍ରଦାନ କରିବା, କିନର ମାନଙ୍କୁ ନେଇ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରିବା, ସରକାରଙ୍କର ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରାଇବା ବିଶେଷ କରି…
Read Moreନୟାଗଡ଼ରେ ମେଗା ସ୍ୱୟଂ ସହାୟକ ଗୋଷ୍ଠୀ ସମନ୍ୱୟ ମେଳା ଅନୁଷ୍ଠିତ
ନୟାଗଡ଼,(୨୫/୦୮): ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ନୟାଗଡ଼ ସୃଜନ ସଭାଗୃହରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ସହାୟତାରେ ଏକ ମେଗା ସ୍ୱୟଂ ସହାୟକ ଗୋଷ୍ଠୀ ସମନ୍ୱୟ ମେଳା ଅନୁଷ୍ଠିତ ହୋଇଯାଇଛି । ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ଜରିଆରେ ଜିଲ୍ଲାର ୬୭୨ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀର କାଗଜପତ୍ର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆକୁ ମିଶନଶକ୍ତି ଋଣ ପାଇଁ ପ୍ରେରଣ କରାଯାଇଥିଲା। ତନ୍ମଧ୍ୟରୁ ୫୦୩ଟି ସ୍ୱୟଂ ସହାୟକ ଗୋଷ୍ଠୀର ଲୋନ ବ୍ୟାଙ୍କ ତରଫରୁ ଅନୁମୋଦନ କରାଯାଇଥିଲା। ଯାହାକି ମୋଟ ୧୨.୮୮ କୋଟି ଟଙ୍କା ବୋଲି ସୂଚନା ମିଳିଛି । ଏହି ରାଶି ଏହି ୫୦୩ଟି ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନଙ୍କୁ ବ୍ୟାଙ୍କ ତରଫରୁ ଲୋନ ଯୋଗାଇ ଦିଆଯିବ । ଯାହା ଫଳରେ ଓଡିଶା ଜୀବିକା ମିଶନ, ମିଶନ ଶକ୍ତିର ଏସ୍ଏଚ୍ଜି ମାନଙ୍କ ଜୀବିକାରେ ଉନ୍ନର୍ତି ଆସିବ…
Read Moreସମର୍ପଣ(ବୃଦ୍ଧାଶ୍ରମ)ରେ ଭାରତୀୟ ଷ୍ଟେଟ୍ ବ୍ଯାଙ୍କର ଦାନ ଉତ୍ସବ
ନୟାଗଡ଼,(୨୫/୦୮):- ନୟାଗଡ଼ ଲେଖନପୁରଠାରେ ଗଢ଼ି ଉଠିଥିବା ସମର୍ପଣ(ବୃଦ୍ଧାଶ୍ରମ)ରେ ଭାରତୀୟ ଷ୍ଟେଟ୍ ବ୍ଯାଙ୍କର ଦାନ ଉତ୍ସବ ତଥା ସାମାଜିକ ପ୍ରତିବଦ୍ଧତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମର୍ପଣର ସଭାପତି ତଥା ନୟାଗଡ଼ ଜିଲ୍ଲାପାଳ ଡା. ପୋମା ଟୁଡୁଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ଏହି ଦାନ ଉତ୍ସବରେ ଭାରତୀୟ ଷ୍ଟେଟ୍ ବ୍ଯାଙ୍କର ଓଡ଼ିଶା ମୁଖ୍ଯ ଶ୍ରୀମତୀ ବିଦ୍ଯା କ୍ରିଷ୍ଣନ୍ ମୁଖ୍ଯଅତିଥିଭାବେ ଯୋଗ ଦେଇଥିଲା ବେଳେ ଜେନେରାଲ ମ୍ଯାନେଜର ଅଭୟ କିଶୋର ପାଣ୍ଡେ, ଡିଜିଏମ୍ ଆନନ୍ଦ ବିକ୍ରମ, ସୁନୀଲ କୁମାର ଖେରନାର, ରିଜିଓନାଲ ମ୍ଯାନେଜର ଭୂପଦେବ ପ୍ରଧାନ ଓ ନୟାଗଡ଼ ଜିଲ୍ଲା ପ୍ରକଳ୍ପ ନିର୍ଦେଶକ ସୁବାସ ଚନ୍ଦ୍ର ରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଭାରତୀୟ ଷ୍ଟେଟ୍ ବ୍ଯାଙ୍କର ସାମାଜିକ ପ୍ରତିବଦ୍ଧତା କାର୍ଯ୍ୟକ୍ରମ ଜରିଆରେ ସମର୍ପଣକୁ ଆଜି ଏକ ଫ୍ରିଜ୍ ଦାନ କରିବା ସହିତ ଅନ୍ତେବାସୀମାନଙ୍କୁ ଅତିଥିମାନେ ବସ୍ତ୍ରଦାନ କରିଥିଲେ। ସମର୍ପଣ ପରିସର ପରିଦର୍ଶନ…
Read Moreଲଡ଼ୁବାବାଙ୍କୁ ଦର୍ଶନ କଲେ କେନ୍ଦ୍ରାପଡ଼ା ବିଧାୟକ ଶଶୀଭୁଷଣ ବେହେରା
ଓଡ଼ଗାଁ,(୨୪/୦୮):- କେନ୍ଦ୍ରାପଡ଼ା ବିଧାୟକ ଶଶୀଭୁଷଣ ବେହେରା ଆଜି ଓଡିଶାର ପ୍ରସିଦ୍ଧ ଶୈବପୀଠ ଶରଣକୁଳର ଲଡ଼ୁବାବା ପୀଠକୁ ଗସ୍ତ କରି ବାବାଙ୍କ ଦର୍ଶନ କରିଛନ୍ତି । ଲଡ଼ୁବାବା ମନ୍ଦିର ଦର୍ଶନ ସାରି, ଶରଣକୁଳ ମନ୍ଦିର କମିଟି ଏବଂ ସ୍ଥାନୀୟ ନେତୃ ମଣ୍ଡଳୀଙ୍କ ସହିତ ବିଭିନ୍ନ ପ୍ରକାର ଆଲୋଚନା କରିଥିଲେ । ମନ୍ଦିରର ଉନ୍ନତି ନିମନ୍ତେ ମନ୍ଦିର ପୋଖରୀ ଭିତରେ ୱାଟର ଡାନ୍ସ., ପାର୍କିଙ୍ଗ ବ୍ୟବସ୍ଥା ପାଇଁ ପର୍ୟ୍ୟଟନ ମନ୍ତ୍ରୀ ସହ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।
Read Moreସୁନାଚେନ ଲୁଟେରା ଗିରଫ, ସୁନାଚେନ ଜବତ
ନୟାଗଡ଼(୨୪/୦୮):- ନୟାଗଡ଼ ଟାଉନଥାନା ପୁଲିସ ଆଜି ଜଣେ ସୁନାଚେନ ଲୁଟେରାକୁ ଗିରଫ କରିଛି । ଲୁଟେରା ଜଣଙ୍କ ଶରଣକୁଳ ଥାନା ଗମ୍ଭାରିଡିିହି ଗ୍ରାମର ଦେବାଶିଷ ପ୍ରଧାନ ବୋଲି ସୂଚନା ମିଳିଛି । କିଛିଦିନ ତଳେ ସେ ନୟାଗଡ଼ ସହରରେ ଜଣେ ମହିଳା ବ୍ୟବସାୟୀଙ୍କ ବେକରୁ ଚେନ ଭିଡ଼ି ଚାଲି ଯାଇଥିଲେ । ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ଆଜି ଦେବାଶିଷକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ତାଙ୍କ ନିକଟରୁ ଲୁଟ ହୋଇଥିବା ସୁନାଚେନକୁ ଜବତ କରାଯାଇଛି।
Read Moreକଂଗ୍ରେସ ସେବା ଦଳ ଷ୍ଟିଅରିଂ କମିଟି ସଭ୍ୟ ହେଲେ ନୟାଗଡ଼ର ମନୋଜ କୁମାର ସାହୁ
ନୟାଗଡ଼,(୨୩/0୮): ନୟାଗଡ଼ ଅଖିଳ ଭାରତ କଂଗ୍ରେସ ସେବାଦଳ ଷ୍ଟିଅରିଂ କମିଟିର ସଦସ୍ୟ ହେଲେ ନୟାଗଡ଼ ବ୍ଲକ ଇଟାମାଟିର ପୂର୍ବତନ ସରପଞ୍ଚ ତଥା ନୟାଗଡ ନିର୍ବାଚନ ମଣ୍ଡଳୀରୁ ୨୦୧୯ ନିର୍ବାଚନରେ କଂଗ୍ରେସ ଦଳ ପକ୍ଷରୁ ହୋଇଥିବା ବିଧାୟକ ପ୍ରାର୍ଥୀ ମନୋଜ କୁମାର ସାହୁ। ସେବା ଦଳ ମୁଖ୍ୟ ସଙ୍ଗଠକ ଲାଲାଜୀ ଦେଶାଇ ଶ୍ରୀ ସାହୁଙ୍କୁ କମିଟିର ସଦସ୍ୟ ଭାବେ ଅନୁମୋଦନ କରିଛନ୍ତି। ସଦସ୍ୟ ହେବାପରେ ସେ ପ୍ରଦେଶ କଂଗ୍ରେସ ସେବା ଦଳ ମୁଖ୍ୟ ସଙ୍ଗଠକ ଡ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି। ଆଗାମୀ ଦିନରେ ପ୍ରଦେଶ କଂଗ୍ରେସ ସେବା ଦଳ କିପରି ସାରା ରାଜ୍ୟରେ କ୍ରିୟାଶୀଳ ହେବ ସେ ଦିଗରେ ଅହରହ ଉଦ୍ୟମ ଜାରି ରଖିବି ବୋଲି ଶ୍ରୀଯୁକ୍ତ ମନୋଜ କୁମାର ସାହୁ…
Read More‘ଫୋକସ୍ ଫାଉଣ୍ଡେସନ୍ ଲୋଗୋ’ ଉନ୍ମୋଚନ
ନୂଆଗାଁ(୨୨/୦୮): ସମାଜସେବା କ୍ଷେତ୍ରରେ ସାମିଲ ହୋଇଥିବା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ମଧୁବନ ଫୋକସ୍ ଫାଉଣ୍ଡେସନ୍ ପକ୍ଷରୁ ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଯାଇଛି । ଫାଉଣ୍ଡେସନ୍ ସଭାପତି ଦିନେଶ ବିଶ୍ୱାଳଙ୍କ ତତ୍ୱବଧାନରେ ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମକୁ ନିଆରା ଢଙ୍ଗରେ ଉନ୍ମୋଚନ କରାଯାଇଛି । ଫୋକସ୍ ଫାଉଣ୍ଡେସନର ସଦସ୍ୟମାନେ ଲୋଗୋକୁ ଉନ୍ମୋଚନ କରିବା ପାଇଁ ଅତିଥିମାନଙ୍କ ପାଖରେ ପହଞ୍ଚି ଫୋକସ୍ ଫାଉଣ୍ଡେସନର ଲୋଗୋ ଉନ୍ମୋଚନ କରିଥିଲେ । ଏହି ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥିଭାବେ ନୟାଗଡ଼ ସଦର ଥାନା ଅଧିକାରୀ ଦିପକ୍ କୁମାର ଖଣ୍ଡାୟତରାୟ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିସିନ୍ ସ୍ପେଶାଲିଷ୍ଟ ଡ଼ ସିଦ୍ଧାର୍ଥ ଦାସ, ଡ଼ ସତ୍ରୁଘ୍ନ ନାୟକ, ଡ଼ ପ୍ରଶନ୍ନ ପ୍ରସାଦ ସାହୁ, ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ସଂଯୋଜକ ଅନୁରାଗ କୁମାର, ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ନୂଆଗାଁ ବ୍ଲକ୍…
Read More