ନୟାଗଡ଼, (୨୨/୦୯): ନୟାଗଡ଼ ଜିଲ୍ଲା ବନଖଣ୍ଡ ଅଧିକାରୀ ଏଚ.ଡି ଧନରାଜଙ୍କର କେନ୍ଦୁଝର ବଦଳି ହୋଇଯିବାରୁ ଉକ୍ତ ପଦବୀଟି ଖାଲି ପଡ଼ିଥିଲା । ଆଜି ପୂର୍ବାହ୍ନରେ ନୟାଗଡରେ ନୂତନ ବନଖଣ୍ଡ ଅଧିକାରିଣୀ ଭାବେ ପୂର୍ଣ୍ଣିମା ପାଣ୍ଡିଆନ ଯୋଗ ଦେଇଛନ୍ତି । ପୂର୍ବତନ ବନଖଣ୍ଡ ଅଧିକାରୀ ଏଚ.ଡି ଧନରାଜ ନୂତନ ଅଧିକାରିଣୀ ପୂର୍ଣ୍ଣିମା ପାଣ୍ଡିଆନଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି । ପୂର୍ଣ୍ଣିମା ପାଣ୍ଡିଆନ ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲା ସହ ନୟାଗଡ଼ ଜିଲ୍ଲା ଦାୟିତ୍ୱରେ ରହିଛନ୍ତି । ଆଜି ନୟାଗଡରେ ନୂତନ ଭାବେ ଯୋଗ ଦେଇଥିବା ବନଖଣ୍ଡ ଅଧିକାରିଣୀ ପୂର୍ଣ୍ଣିମା ପାଣ୍ଡିଆନ ମଜୁରିଆପଲ୍ଲୀ ବ୍ରିଜ ଠାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରି ସେଠାରେ ବୃକ୍ଷରୋପଣ କରିଛନ୍ତି । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ପୂର୍ବତନ ଡି.ଏଫ.ଓ ଧନରାଜ ଏଚ.ଡି, ଏ.ସି.ଏଫ ସ୍ବେତାଲିନ ସାହୁଙ୍କ ସହ ବହୁ ବନ ବିଭାଗ କର୍ମଚାରୀ ଯୋଗ ଦେଇଥିଲେ ।
