ନୟାଗଡ଼,(୨୨/୦୯): ଓଡ଼ିଆ ମଞ୍ଚ ନାଟକ କ୍ଷେତ୍ରରେ ରାଜ୍ୟ ତଥା ଜାତୀୟସ୍ତରରେ ବେଶ୍ ଖ୍ୟାତି ଅର୍ଜନ କରିଥିବା ମଞ୍ଚକଳାର ନିପୁଣ ବିନ୍ଧାଣୀ ତଥା ନିର୍ଦ୍ଦେଶକ, ଅଭିନେତା ଓ ନାଟ୍ୟକାର ପ୍ରଭାତ କୁମାର ମହାରଣାଙ୍କୁ ନୟାଗଡ଼ର ‘ରାଗେଶ୍ରୀ ନିଳୟମ୍’ ଏବଂ କଳା ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ‘ତଥାସ୍ତୁ’ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି। ଚଳିତବର୍ଷ ମଞ୍ଚକଳା ନିମନ୍ତେ ଶ୍ରୀ ମହାରଣାଙ୍କୁ ଓଡ଼ିଆ ସଂଗୀତ ନାଟକ ଏକାଡେ଼ମୀ ପୁରସ୍କାର ପ୍ରଦାନ କରାଯିବା ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା ନନ୍ଦିଘୋର ଗ୍ରାମରେ ଜନ୍ମଗ୍ରହଣ କରିଥିବା ଏହି ନାଟ୍ୟ ପ୍ରତିଭାଙ୍କୁ ନୟାଗଡ଼ ଜିଲ୍ଲାର ଗୈାରବ ବୃଦ୍ଧି କରିଥିବାରୁ ଜିଲ୍ଲାର କଳାକାରମାନଙ୍କ ଉପସ୍ଥିତିରେ ସମ୍ମାନିତ କରାଗଲା। ସ୍ଥାନୀୟ ଇନସ୍ପାୟାର ଆବାସିକ ମହାବିଦ୍ୟାଳୟ ପ୍ରେକ୍ଷାଳୟ ଠାରେ ଆୟୋଜିତ ଏହି ସମ୍ବର୍ଦ୍ଧନା ଉତ୍ସବରେ ଗୁରୁ ପ୍ରଭାତ କୁମାର ଦାଶଙ୍କ ସଭାପତିତ୍ବ ତଥା ଅଭିନେତା ଗଣେଶ ମିଶ୍ର ଏବଂ କବୀ ସୈ।ଦାମିନୀ ସ୍ଵାଇଁ ଙ୍କ ସଂଯୋଜନା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କଣ୍ଠଶିଳ୍ପୀ, ପୂର୍ବରୁ ସୁଗମ ସଂଗୀତ ପାଇଁ ଓଡ଼ିଶା ସଂଗୀତ ନାଟକ ଏକାଡେ଼ମୀ ପୁରସ୍କାର ପ୍ରାପ୍ତ କଣ୍ଠଶିଳ୍ପୀ ସୂରଗନ୍ଧର୍ବ ନବକଳେବର ମିଶ୍ର ଯୋଗଦେଇଥିଲେ , ସମ୍ମାନିତ ଅତିଥି ଭାବେ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ତଥା ପ୍ରାଧ୍ୟାପକ ଅଶୋକ କୁମାର ନାୟକ, ବରିଷ୍ଠ ନିର୍ଦ୍ଦେଶକ ସୁବାସ ଚନ୍ଦ୍ର କହଁର, ନୟାଗଡ଼ ଡିଜିଟାଲ ମିଡିଆର ସଭାପତି ଅନୱର ଅଲ୍ଲୀ ଯୋଗଦେଇ ନୟାଗଡ଼ର ସମୃଦ୍ଧ ନାଟ୍ୟ ପରମ୍ପରା ଏବଂ ପୂଜ୍ୟପୂଜାର ବିଶେଷତା ଉପରେ ଆଲୋକପାତ କରିଥିଲେ। ସଂଗୀତ, ନାଟକ, ସାହିତ୍ୟ କ୍ଷେତ୍ରରେ ନୟାଗଡ଼ର ସ୍ୱତନ୍ତ୍ର ପରିଚୟ ରହିଛି ବିଶେଷକରି ମଞ୍ଚ ନାଟକରେ ନୟାଗଡ଼ର ନାଟ୍ୟ ପରମ୍ପରା ବେଶ୍ ସମୃଦ୍ଧ ତେଣୁ ଏ ମାଟିରେ ଜନ୍ମ ଗ୍ରହଣ କରି ମୁଁ ନିଜକୁ ସୈ।ଭାଗ୍ୟବାନ୍ ମନେକରୁଛି ବୋଲି ସମ୍ବର୍ଦ୍ଧନାର ପ୍ରତ୍ୟୁତ୍ତରରେ ଶ୍ରୀ ମହାରଣା ମତବ୍ୟକ୍ତ କରିଥିଲେ। ଏ ଉତ୍ସବରେ ନୟାଗଡ଼ର ପ୍ରମୁଖ ନାଟ୍ୟ ଅନୁଷ୍ଠାନ ଚମତ୍କାର, ସୁଧା ସାଂସ୍କୃତିକ ପରିଷଦ, ସିରିୟସ ଜୋନ୍, ସଂସ୍କୃତି ସଂସଦ, ମଞ୍ଚାୟନ ଆଦିର ଅନେକ କଳାକାର, ନିର୍ଦ୍ଦେଶକ ଉପସ୍ଥିତ ରହି ସମ୍ବର୍ଦ୍ଧିତ ପ୍ରତିଭୁଙ୍କ ସହ ମଞ୍ଚ ନାଟକ ଆଧାରିତ ବିଭିନ୍ନ ଦିଗ ,ଏହାର ସମସ୍ୟା ଓ ସମାଧାନ ଉପରେ ଆଲୋଚନା କରିଥିଲେ। ନାଟ୍ୟକାର ତଥା ନିର୍ଦ୍ଦେଶକ ଶରତ ଆଚାର୍ଯ୍ୟ କାର୍ଯ୍ୟକ୍ରମ ପ୍ରାରମ୍ଭରୁ ସାଂପ୍ରତିକ ନୟାଗଡ଼ ନାଟକର ସ୍ଥିତି ଉପରେ ଆଲୋକପାତ କରିବା ସହ ଉପସ୍ଥିତ ନାଟ୍ୟକର୍ମୀ ଓ ନାଟ୍ୟପ୍ରେମୀମାନଙ୍କୁ ସ୍ୱାଗତ କରିଥିଲେ ଏବଂ ବରିଷ୍ଠ ଅଭିନେତା ଗୋକୁଳ କୁମାର ଷଡଙ୍ଗୀ ଧନ୍ୟବାଦ ପ୍ରଦାନ କରିଥିଲେ। ପରିଶେଷରେ ଦୂରଦର୍ଶନ ଦାଶକାଠି କଳାକାର ବିଶ୍ୱନାଥ ପ୍ରଧାନ ଓ ସାଥି ଦାଶକାଠି ପରିବେଷଣ କରିଥିଲେ।
Related posts
-
ମାଟ୍ରିକର ୮୪ବ୍ୟାଚ ସହପାଠୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି
ନୟାଗଡ଼,(ନୟାଗଡ଼ ଦର୍ପଣ): ମାଟ୍ରିକର ୮୪ବ୍ୟାଚର ସହପାଠୀ ତଥା ଆଦର୍ଶ ଶିକ୍ଷକ କିଶୋର ଚନ୍ଦ୍ର ସେନାପତିଙ୍କ ଆକସ୍ମିକ ବିୟୋଗରେ ଏକ ଶୋକ ତଥା... -
ନୟାଗଡ଼ ସରସ୍ବତୀ ଶିଶୁଵିଦ୍ୟା ମନ୍ଦିରରେ ବାର୍ଷିକ କ୍ରୀଡା
ନୟାଗଡ଼, (ନୟାଗଡ଼ ଦର୍ପଣ): ଗତ ଦୁଇଦିନ ଧରି ନୟାଗଡ଼ ସରସ୍ବତୀ ଶିଶୁଵିଦ୍ୟାମନ୍ଦିରର ବାର୍ଷିକ କ୍ରୀଡା PTS ପଡିଆରେ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନ... -
ଭଏସ୍ ଅଫ୍ ନୟାଗଡ଼ ସିଜିନ-୫
ଚଳିତ ବର୍ଷ ନଭେମ୍ବର ୨୪ ତାରିଖ ରବିବାର ଠାରୁ ଆରମ୍ଭ ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ର ଏକ ଅନନ୍ଯ ଅନୁଷ୍ଠାନ ନୟାଗଡ଼...