ନୟାଗଡ଼,(୨୧/୦୯): ଭାରତ ବିକାଶ ପରିଷଦ ନୟାଗଡ଼ ଶାଖା ପକ୍ଷରୁ ସ୍ଥାନୀୟ ଏନଏସି ହାଇସ୍କୁଲ ସମ୍ମୁଖରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଙ୍ଗଳବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର କରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଦାୟୀ ବନଖଣ୍ଡ ଅଧିକାରୀ ଏଚଡି ଧନରାଜ ଯୋଗଦାନ କରି ଚାରା ରୋପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭାରତ ବିକାଶ ପରିଷଦ ଅଧ୍ୟକ୍ଷ ହରେକୃଷ୍ଣ ସାହୁ, ସଚୀବ ଅନାଦି ଚରଣ ମହାନ୍ତି, ସାମଜସେବୀ ଦାମୋଦର ସାହୁ, ପ୍ରମୋଦ ପଟ୍ଟନାୟକ, ପ୍ରଦୀପ ସାହୁ, କାମାକ୍ଷା ଦାସ, ପ୍ରଫୁଲ ନାୟକ, ଯୁଗଳ ପଟ୍ଟନାୟକ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରି ଚାରା ରୋପଣ କରିଥିବା ବେଳେ ବିଦ୍ୟାଳୟ ପକ୍ଷରୁ ଶିକ୍ଷକ ପ୍ରଦୀପ ଡାକୁଆ, ଲକ୍ଷ୍ମୀଧର ସାହୁ, ଉମାକାନ୍ତ ମିଶ୍ର, କୈଳାସ ରଥ, ନବଜ୍ୟୋତି ମହାପାତ୍ର, ରଂଜିତ ଦାସ ପ୍ରମୁଖ ସହଯୋଗ କରିଥିଲେ ।
ଭାରତ ବିକାଶ ପରିଷଦ ପକ୍ଷରୁ ଏନଏସି ହାଇସ୍କୁଲରେ ବୃକ୍ଷରୋପଣ
