ନୟାଗଡ଼,(୨୧ା୦୯): ଦୀର୍ଘ ୬୫ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ପାଳିତ ହୋଇ ଆସୁଥିବା ନୟାଗଡ଼ ସାର୍ବଜନୀନ ଦୁର୍ଗାପୂଜା କମିଟିର ଆଗାମୀ ଦୁର୍ଗାପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ କମିଟି ସଭାପତି ନିର୍ମଳ ଚନ୍ଦ୍ର ଶୂରଦେଓଙ୍କ ପୌରହିତ୍ୟରେ ସ୍ଥାନୀୟ ସାମ୍ବାଦିକ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ ମହାମାରୀ ଯୋଗୁଁ ଚଳିତ ବର୍ଷ ଦୁର୍ଗାପୂଜା ନିରାଡ଼ମ୍ବର ତଥା ରାଜ୍ୟ ସରକାରଙ୍କ କୋଭିଡ ନିୟମାନୁସାରେ ପାଳନ କରାଯିବାକୁ ଏହି ବୈଠକରେ ନିଷ୍ପତି ନିଆଯାଇଥିଲା । ନୟାଗଡ଼ ସାର୍ବଜନୀନ ଦୁର୍ଗାପୂଜା ପାଇଁ ସ୍ଥାୟୀ ପୂଜା ମଣ୍ଡପ ନଥିବାରୁ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରାଯାଇ ଆଗାମୀ ଦିନରେ ଏକ ସ୍ଥାୟୀ ପୂଜା ମଣ୍ଡପ ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ କମିଟି ପକ୍ଷରୁ ସ୍ଥିର କରାଯାଇଥିଲା । ଚଳିତ ବର୍ଷ ଦୁର୍ଗାପୂଜା ପାଳନ ପାଇଁ ନୟାଗଡ଼ ଅଧିବାସୀଙ୍କଠାରୁ ପାରମ୍ପରିକ ଚୂଲୀ ଚାନ୍ଦା ଆଦାୟ କରାଯିବା ସହ ଅଧିକ ସ୍ଥାୟୀ ସଭ୍ୟ ଗ୍ରହଣ ପାଇଁ ନିଷ୍ପତ୍ତି ନିଆଯାଇଥିଲା । ଏହି ପ୍ରସ୍ତୁତି ବୈଠକରେ ସଂପାଦକ ସୁମନ କୁମାର ସାହୁ, କୋଷାଧ୍ୟକ୍ଷ ବିଭୂପ୍ରସାଦ ହୋତା, ଉପଦେଷ୍ଟା ଭବରଂଜନ ଦାସ, ପ୍ରମୋଦ ପଟ୍ଟନାୟକ, ନିରଂଜନ ମିଶ୍ର, ଗୁରୁପ୍ରସାଦ ଜେନା, ପ୍ରଦୀପ ସାହୁ, ଲକ୍ଷ୍ମୀଧର ସାହୁ, ଅଶୋକ ମଲ୍ଲ, ରଂଜନରଶ୍ମୀ ଜେନା ପ୍ରମୁଖ ଯୋଗଦାନ କରିଥିଲେ ।
Related posts
-
ବିତର୍କ ପ୍ରତିଯୋଗିତା; ବରିଷ୍ଠରେ ଶୁଭାଶିଷ, କନିଷ୍ଠରେ ପ୍ରିୟରଞ୍ଜନ ପ୍ରଥମ
ନୟାଗଡ଼,(ନୟାଗଡ଼ ଦର୍ପଣ): ଦୈନିକ ଖବରକାଗଜ ‘ସକାଳ’ ୪ର୍ଥ ସ୍ୱନ୍ନକ୍ଷତ୍ର ଦିବସ ଉପଲକ୍ଷେ ନୟାଗଡ଼ ଜିଲ୍ଲାସ୍ତରୀୟ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି ।... -
ଜିଲ୍ଲା ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା କାର୍ଯ୍ୟକ୍ରମ
ନୟାଗଡ଼, (ନୟାଗଡ଼ ଦର୍ପଣ): ପ୍ରଜ୍ଞାନ ମିଶନ, ଓଡ଼ିଶାଦ୍ଵାରା ଜିଲ୍ଲାସ୍ତରୀୟ ଗୀତା ସୁଗୀତା କର୍ତ୍ତବ୍ୟା କାର୍ଯ୍ୟକ୍ରମ ତଥା ଗୀତା ଆବୃତ୍ତି ପ୍ରତିଯୋଗିତା ସ୍ଥାନୀୟ... -
ପାଣିପୋଇଲା ସରସ୍ୱତୀ ଶିଶୁମନ୍ଦିରର ବାର୍ଷିକ ଉତ୍ସବ
ନୟାଗଡ଼, (ନୟାଗଡ଼ ଦର୍ପଣ): ନୟାଗଡ଼ ବ୍ଲକ୍ ପାଣିପୋଇଲା ସରସ୍ୱତୀ ଶିଶୁବିଦ୍ୟାମନ୍ଦିରର ପଂଚଦଶ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି । ବିଦ୍ୟାମନ୍ଦିରର ସଂପାଦକ...