ନୟାଗଡ଼ ଜିଲ୍ଲା ପରିଷଦର ୧୦ମ ସାଧାରଣ ଅଧିବେଶନ

ନୟାଗଡ଼,(୨୨/୦୯): ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ସଭାଗୃହ ‘ସୃଜନ’ ଠାରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ବୈଜୟନ୍ତିମାଳା ମହାନ୍ତିଙ୍କ ଅଧ୍ୟକ୍ଷତାରେ ନୟାଗଡ଼ ଜିଲ୍ଲା ପରିଷଦର ୧୦ମ ସାଧାରଣ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ବୈଜୟନ୍ତୀମାଳା ମହାନ୍ତି, ମାନ୍ୟବର ବିଧାୟକ ରଣପୁର ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀ ସତ୍ୟନାରାୟଣ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିଧାନ ଚନ୍ଦ୍ର ରାୟ, ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାଷ ଚନ୍ଦ୍ର ରାୟ, ମାନ୍ୟବର ସାଂସଦ ପୁରୀଙ୍କ ପ୍ରତିନିଧି, ସମସ୍ତ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା, ପଂଚାୟତ ସମିତିର ଅଧ୍ୟକ୍ଷ/ଅଧ୍ୟକ୍ଷା, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ଲାଇନ ବିଭାଗର ପଦସ୍ଥ ଅଧିକାରୀଙ୍କୁ ସ୍ୱାଗତ ଜଣାଇ ଏହି ଅଧିବେଶନ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ସର୍ବପ୍ରଥମେ ନୟାଗଡ଼ ବନଖଣ୍ଡ ବିଭାଗର ବନୀକରଣ ସଂପର୍କରେ ଆଲୋଚନା କରାଯାଇଥିଲା । କେଉଁ ଅଂଚଳରେ କେତେ ବୃକ୍ଷ ରୋପଣ କରାଯାଇଛି ଏବଂ ସେଗୁଡ଼ିକର ରକ୍ଷଣା ବେକ୍ଷଣ ଉପରେ କି ପଦକ୍ଷେପ ନିଆଯାଇଛି ସେ ସଂପର୍କରେ ଆଲୋଚନା କରାଯାଇଥିଲା । ସେହିପରି ଗ୍ରାମ୍ୟ ଉନ୍ନୟନ ବିଭାଜନ-୧ ଓ ୨ ସଂପର୍କରେ ନୟାଗଡ ଜିଲ୍ଲାରେ଼ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ମାଧ୍ୟମରେ ନିର୍ମାଣ ହୋଇଥିବା ଏବଂ ନିର୍ମାଣଧିନ ଥିବା ବିଭିନ୍ନ ପ୍ରକଳ୍ପ ଗୁଡ଼ିକ ସଂପର୍କରେ ବୈଠକରେ ବିଶଦ ଭାବରେ ଆଲୋଚନା କରାଯାଇଥିଲା । ପରେ ପରେ ନୟାଗଡ଼ ରାସ୍ତା ଓ କୋଠାବାଡ଼ି ବିଭାଜନ ଦ୍ୱାରା ଜିଲ୍ଲାରେ ହୋଇଥିବା ବିଭିନ୍ନ ରାସ୍ତା ଓ କୋଠାବାଡ଼ି ସଂପର୍କରେ ଆଲୋଚନା କରାଯାଇ ନିର୍ମାଣଧିନ ଥିବା କାର୍ଯ୍ୟଗୁଡ଼ିକୁ ତୁରନ୍ତ ଶେଷ କରିବା ପାଇଁ ବୈଠକରେ ମତ ପ୍ରକାଶ ପାଇଥିଲା । ପରେ ପରେ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଜନର ବିଭିନ୍ନ କାର୍ଯ୍ୟ ଆଲୋଚନା କରାଯାଇ ନଳକୂଅଗୁଡ଼ିକର ତୁରନ୍ତ ମରାମତି ଏବଂ ପାଇପ୍ ଲାଇନ ଦ୍ୱାରା ପାନୀୟ ଜଳ ଯୋଗାଣକୁ ତ୍ୱରାନ୍ନିତ କରିବା ପାଇଁ ସଂପୃକ୍ତ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ବିଶେଷକରି କଂଟିଲୋ ଓ ଖଣ୍ଡପଡ଼ା ଅଂଚଳରେ ପାନୀୟ ଜଳର ସୁବନ୍ଦୋବସ୍ତ କରାଯିବା ପାଇଁ ସଂପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ରାଜ୍ୟ ପଂଚମ ଅର୍ଥ କମିଶନଙ୍କ ସୁପାରିଶ ଆଧାରରେ ଓଡ଼ିଶା ସରକାରଙ୍କ ପଂଚାୟତିରାଜ ଓ ପାନୀୟଜଳ ବିଭାଗ ଦ୍ୱାରା ଜିଲ୍ଲା ପରିଷଦକୁ ପ୍ରାପ୍ତ ହୋଇଥିବା ବିଭିନ୍ନ ଅର୍ଥର ବିନିଯୋଗ ବିଷୟରେ ଆଲୋଚନା କରାଯାଇଥିଲା । ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଯୋଜନା ପ୍ରସ୍ତୁତ କରି ରାଜ୍ୟ ସରକାରଙ୍କ ଅନୁମୋଦନ ନିମନ୍ତେ ପ୍ରେରଣ କରିବାକୁ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀମ଼ାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଏହାପରେ ଜଳସେଚନ ବିଭାଜନ, କ୍ଷୁଦ୍ର ଜଳ ସେଚନ ବିଭାଜନ, ଉଠାଜଳସେଚନ ବିଭାଜନ, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ କାର୍ଯ୍ୟକ୍ରମ, ଜିଲ୍ଲାରେ ଉଦ୍ୟାନ କୃଷି ବିଭାଗ ଅନ୍ତର୍ଗତ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ଗଏଘଜଋଏଝ ଯୋଜନାରେ ହୋଇଥିବା କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା । ପରେ ପରେ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୁବାସ ଚନ୍ଦ୍ର ରାୟ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ ପରେ ପରେ ସଭା ସାଙ୍ଗ କରାଯାଇଥିଲା ।

Related posts