‘ୟୁଥ ଫର ଆକ୍ସନ’ ପକ୍ଷରୁ ଜିଲ୍ଲା ସଦସ୍ୟଙ୍କ ନାମ ଘୋଷଣା

ନୟାଗଡ଼,(୨୨/୦୯): ଆଜି ‘ୟୁଥ ଫର ଆକ୍ସନ’ ସଙ୍ଗଠନ ପକ୍ଷରୁ ହୋଟେଲ ନୀଳମାଧବ ଠାରେ ଜିଲ୍ଲା ସ୍ତରୀୟ କର୍ମକର୍ତ୍ତା ଘୋଷଣା କରାଯାଇଛି । ‘ୟୁଥ ଫର ଆକ୍ସନ’ର ନୟାଗଡ଼ ଜିଲ୍ଲା ସଭାପତି ପରମେଶ୍ୱର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ଏହି ସଭାରେ ରାଜ୍ୟ ସଭାପତି ଦେବାଶିଷ ନାୟକ, ଓଡ଼ିଶା କାର୍ଯ୍ୟକାରୀ ସଭାପତି ସୁଜିତ ସିଂ, ପୂର୍ବାଞ୍ଚଳ ଜୋନ ସଭାପତି ରାଜେନ୍ଦ୍ର ନାୟକ, ପୂର୍ବାଞ୍ଚଳ ଉପସଭାପତି ତଥା ଜିଲ୍ଲା ପ୍ରଭାରୀ ସଞ୍ଜୟ କୁମାର ନାୟକ ଉପସ୍ଥିତ ଥିଲେ ।

ଉକ୍ତ ସଭାରେ ନୟାଗଡ଼ ଜିଲ୍ଲା ପାଇଁ କର୍ମକର୍ତ୍ତା ମାନଙ୍କର ଏକ ବୈଠକ ହେବା ସହିତ ଦାୟିତ୍ୱ ଘୋଷଣା ପର୍ବ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ଜିଲ୍ଲାର ୨୪ ଜଣିଆ କାର୍ଯ୍ୟକାରିଣୀ ଦଳ ସହ ୮ଗୋଟି ବ୍ଲକ ସମେତ ୩ଗୋଟି ବିଜ୍ଞାପିତ ଅଞ୍ଚଳ ଓ ନୟାଗଡ଼ ମ୍ୟୁନିସପାଲଟିର ସଭାପତି ମାନଙ୍କର ନାମ ଘୋଷଣା କରାଯାଇଥିଲା । ଏହି ବୈଠକରେ ଶ୍ରୀକାନ୍ତ ଖଟେଇ, ସମାଜସେବୀ ଦାମୋଦର ସାହୁ, ନୟାଗଡ଼ ବ୍ଲକର ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରହଲ୍ଲାଦ ବରାଡ଼, ଆଇନଜିବି ଚନ୍ଦ୍ରବିଜୟୀ ମିଶ୍ର, ପୂର୍ବତନ ସରପଞ୍ଚ ସୌମ୍ୟରଞ୍ଜନ ପ୍ରଧାନ, ଜଗନ୍ନାଥପ୍ରେମୀ ଆଫତବ ହୁସେନ ଓ ନିଗମାନନ୍ଦ ଦାସ ପ୍ରମୁଖ ଉପସ୍ଥିତ ରହି ସଙ୍ଗଠନକୁ କେମିତି ସୁଦୃଢ଼ କରାଯିବ ତା’ ଉପରେ ମତ ରଖିଥିଲେ ।

Related posts