ନୟାଗଡ଼,(୨୨/୦୯): ନୟାଗଡ଼ ବ୍ଲକ୍ ଓ ପୌରପରିଷଦ ପାଇଁ ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ନୟାଗଡ଼ ବିଧାୟକ ତଥା ରାଜ୍ୟ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁଙ୍କ ପରାମର୍ଶ କ୍ରମେ ଆଜି ବିଜୁ ଯୁବ ଜନତା ଦଳ କାର୍ଯ୍ୟାଳୟ ପରିସରରେ ନୟାଗଡ଼ ବ୍ଲକ୍ ଓ ପୌରପରିଷଦର କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛନ୍ତି ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ରମେଶ କୁମାର ସାହୁ ଓ ଉପ ସଭାପତି ରବିନ୍ଦ୍ର କୁମାର ଜେନା । ନୟାଗଡ଼ ବ୍ଲକ୍ ଅଧିନରେ ଥିବା ୨୯ ଟି ପଞ୍ଚାୟତର ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତା ଓ ପଞ୍ଚାୟତ ସଭାପତି ଚୟନ କରାଯାଇଥିବା ବେଳେ ନୟାଗଡ଼ ପୌର ପରିଷଦ ଅଧିନରେ ଥିବା ୧୩ଟି ୱାର୍ଡ ସଭାପତି ଓ ସୋସିଆଲ ମେଡିଆର କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ଼ ବ୍ଲକ୍ ବିଜୁ ଯୁବ ଜନତା ଦଳର ସଭାପତି ଦୁର୍ଯୋଧନ ବେହେରା, ପୌର ପରିଷଦର ବିଜୁ ଯୁବ ଜନତା ଦଳର ସଭାପତି ସତ୍ୟବ୍ରତ ପଟ୍ଟନାୟକ, ଉପ ସଭାପତି ସତ୍ୟଜିତ୍ ମହାନ୍ତି ଓ ସୋସିଆଲ ମିଡିଆ ସଭାପତି ଅଜୟ କୁମାର ସାହୁ ଉପସ୍ଥିତ ଥିଲେ ।
ବ୍ଲକ୍ ଓ ପୌର ପରିଷଦର କର୍ମକର୍ତ୍ତାଙ୍କ ନାମ ଘୋଷଣା କଲା ଯୁବ ବିଜେଡ଼ି
