ନୟାଗଡ଼,(୨୨/୦୯): ନୟାଗଡ଼ ସଦରଥାନା ପୁଲିସ ଜଣେ ବେଆଇନ ଚୋରା ମଦ ବେପାରୀକୁ ଗିରଫ କରିବା ସହ ବିଦେଶୀ ମଦ ଜବତ କରିଛି । ସଦରଥାନା ଅନ୍ତର୍ଗତ ବଳଭଦ୍ରପୁର ଗାଁ ଛକରେ ଥିବା ଏକ ତେଜେରାତି ଦୋକାନୀରେ ବିଦେଶୀ ମଦ ବିକ୍ରି ହେଉଥିବା ନେଇ ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ଶରତ ଚନ୍ଦ୍ର ପୃଷ୍ଟି (୪୬ବର୍ଷ) ତାଙ୍କ ତେଜରାତି ଦୋକାନରେ ବିଦେଶୀ ମଦ ବିକ୍ରି କରାଯାଉଥିବା ଦେଖାଯାଇଥିଲା । ସେହି ଦୋକାନରୁ ୬୨ ବୋତଲ ବିଦେଶୀ ମଦ ଜବତ କରାଯିବା ସହ ଶରତକୁ ଗିରଫ କରାଯାଇଥିବା ସଦର ଥାନା ଅଧିକାରୀ ଦିପକ ଖଣ୍ଡାୟତରାୟ ସୂଚନା ଦେଇଛନ୍ତି।
ତେଜରାତି ଦୋକାନରେ ବିଦେଶୀ ମଦ, ଜଣେ ଗିରଫ
