ଏନ.ଏ.ସି ହାଇସ୍କୁଲରେ ଶିକ୍ଷକ ଅଭିଭାବକ ବୈଠକ

ନୟାଗଡ଼,(୨୨/୦୯): ନୟାଗଡ଼ ସ୍ଥିତ ଏନଏସି ଉଚ୍ଚ ବିଦ୍ୟାଳୟ ପରିସରରେ ଶିକ୍ଷକ ଏବଂ ଅଭିଭାବକଙ୍କ ମଧ୍ୟରେ ଏକ ଗୁରୁତ୍ୱପୁର୍ଣ୍ଣ ବୈଠକ ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷକ କୈଳାସ ଚନ୍ଦ୍ର କରଙ୍କ ପୌରହିତ୍ୟରେ ଆୟୋଜିତ ଏହି ସଭାରେ କେବଳ ନବମ ଏବଂ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମାନଙ୍କ ଅଭିଭାବକମାନେ ଯୋଗଦାନ କରିଥିଲେ । କୋଭିଡ ମହାମାରୀ ସମୟରେ ସରକାରଙ୍କ ନିର୍ଦ୍ଦେଶନାମା କଡ଼ାକଡ଼ିଭାବେ ପାଳନ ପୂର୍ବକ ଉଭୟ ଅନଲାଇନ ଏବଂ ଅଫଲାଇନ ମାଧ୍ୟମରେ ଶିକ୍ଷାଦାନ ପ୍ରକ୍ରିୟା ଚାଲୁ ରହିଛି । ଏହି ସମୟରେ ଯେପରି ବିଦ୍ୟାର୍ଥିମାନେ ଶତପ୍ରତିଶତ ବିଦ୍ୟାଳୟରେ ଉପସ୍ଥିତ ରହି ଶିକ୍ଷାଲାଭ କରି ପାରିବେ ତାହା ଉପରେ ଅଭିଭାବକ ଏବଂ ଶିକ୍ଷକମାନଙ୍କ ମଧ୍ୟରେ ବ୍ୟାପକ ଭାବେ ଆଲୋଚନା କରାଯାଇଥିବା ବେଳେ ପ୍ରଧାନଶିକ୍ଷକ ଶ୍ରୀଯକ୍ତ କର ଆଗାମୀ ମାଟ୍ରିକ ପରୀକ୍ଷା ଏବଂ ମୂଲ୍ୟାୟନ ପଦ୍ଧତି ସଂପର୍କରେ ଅଭିଭାବକ ମାନଙ୍କୁ ବିସ୍ତୃତଭାବେ ବୁଝାଇଥିଲେ । ମୋ’ବିଦ୍ୟାଳୟ କାର୍ଯ୍ୟକ୍ରମର ସଭାପତି ଲକ୍ଷ୍ମୀଧର ମହାପାତ୍ର ଅତିଥିଭାବେ ଯୋଗଦାନ କରି ପିଲାମାନେ ନିୟମିତ ବିଦ୍ୟାଳୟକୁ ଆସିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିବା ବେଳେ ଶିକ୍ଷକ ପ୍ରଦୀପ୍ତ ଡାକୁଆ, ପୂର୍ଣ୍ଣିମା ତ୍ରିପାଠି, ଲକ୍ଷ୍ମୀଧର ସାହୁ, ନବଜ୍ୟୋତି ମହାପାତ୍ର, ରସିଦା ଖାତୁନ, ମମତା ମିଶ୍ର, ରୋଜାଲିନ ମିଶ୍ର, ସୁଚିତ୍ରା ଦେବୀ, ରୀନାମାଳି ଦେଇ, କାଦମ୍ବିନୀ କରଣ, ଉମାକାନ୍ତ ମିଶ୍ର,ରଂଜିତ ଦାସ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଶିକ୍ଷକ ଲକ୍ଷ୍ମୀଧର ସାହୁ ଉପସ୍ଥିତ ଅଭିଭାବକ ମାନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Related posts