ଓଡ଼ଗାଁ,(୦୫/୦୯):- ଆଜିର ପବିତ୍ର ଗୁରୁଦିବସ ଉପଲକ୍ଷେ ଓଡ଼ଗାଁ ବ୍ଲକ କୁରାଳ ପଞ୍ଚାୟତ ମେଡିକାଲସ୍ଥିତ ନୂତନ କଲ୍ୟାଣ ମଣ୍ଡପରେ ଗୁରୁପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କୁରାଳ ଅଞ୍ଚଳର ସମସ୍ତ ଅବସରପ୍ରାପ୍ତ ଶିକ୍ଷକଙ୍କୁ ନେଇ ଗୁରୁପୂଜନ ଉତ୍ସବରେ ପୂର୍ବତନ ସରପଞ୍ଚ ବିଜନ ପାଇକରାୟ ସଭାପତିତ୍ୱ କରିଥିବା ବେଳେ ରଘୁନାଥ ସମବାୟ ମହାବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ ଅଧିବାସ ପଣ୍ଡା ପ୍ରଦୀପ ପ୍ରଜ୍ଵଳନ କରି ଏହାକୁ ଶୁଭାରମ୍ଭ କରିଥିଲେ । ଅତିଥିଭାବେ ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ,ବିଜେଡି ସଭାପତି ସୂର୍ଯ୍ୟ ନାରାୟଣ ଚୌଧୁରୀ, ନିତ୍ୟାନନ୍ଦ ପ୍ରଧାନ ଉପସ୍ଥିତ ଥିଲେ। ସମାଜସେବୀ ପ୍ରଭାତ ପ୍ରଧାନ, ଶିକ୍ଷକ ରାଜନ ନାୟକ, ଅଶୋକ କଅଂର, ମନୋଜ ଦାସ, ସାମ୍ବାଦିକ ଗଣେଶ୍ୱର ସାହୁ, ଅର୍ଜୁନ ସାହୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଫୁଲ, ଚନ୍ଦନ ସହ ଉତ୍ତରୀୟ ଦେଇ ପୂଜନ କରିଥିଲେ। ଗୁରୁଙ୍କ ଉପଦେଶ ମାନିବା ସହ…
Read MoreCategory: ଓଡ଼ଗାଁ ବ୍ଲକ
ଜିଲ୍ଲା ପୁଲିସ ବିଭାଗରେ ଅଦଳବଦଳ
ନୟାଗଡ଼,(ନୟାଗଡ଼ ଦର୍ପଣ): ନୟାଗଡ଼ ଜିଲ୍ଲା ପୁଲିସ ବିଭାଗରେ ଆଜି ଏକ ଅଦଳବଦଳ ହୋଇଥିବା ସୂଚନା ମିଳିଛି । ଇଟାମାଟି ଥାନା ଭାରପ୍ରାପ୍ତ ଅଧିକାରୀ ବସନ୍ତ କୁମାର ସାହୁଙ୍କୁ ନୂଆଗାଁ ଥାନାକୁ ବଦଳି କରାଯାଇଥିବା ବେଳେ ନୂଆଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ରମେଶ କୁମାର ଦେବତାଙ୍କୁ ଇଟାମାଟି ଥାନାକୁ ବଦଳି କରାଯାଇଛି । ସେହିଭଳି ଭାବେ ଖଣ୍ଡପଡ଼ା ଥାନା ଏସ୍ଆଇ ଶ୍ରଦ୍ଧା ନାୟକଙ୍କୁ ଫତେଗଡ଼ ଥାନାକୁ, ଫତେଗଡ଼ ଥାନା ଏସ୍ଆଇ ରାଇବାରି ତିରିଆଙ୍କୁ ଇଟାମାଟି ଥାନାକୁ, ଇଟାମାଟି ଥାନା ଏଏସ୍ଆଇ ଦିଲ୍ଲୀପ କୁମାର ସେଠୀଙ୍କୁ ମଧ୍ୟଖଣ୍ଡ ଫାଣ୍ଡି, ଦଶପଲ୍ଲା ଥାନା ଏଏସ୍ଆଇ ସାଇନୁଲ୍ ଖାନ୍ଙ୍କୁ ଜଗନ୍ନାଥପ୍ରସାଦ ଫାଣ୍ଡିକୁ, ଦଶପଲ୍ଲା ଥାନା ଏଏସ୍ଆଇ ଜି.ଡି ମିଶ୍ରଙ୍କୁ ଇଟାମାଟି ଥାନାକୁ, ମଧ୍ୟଖଣ୍ଡ ଫାଣ୍ଡି ଅଧିକାରୀ ଅପର୍ତୀ ସାହୁଙ୍କୁ ଖଣ୍ଡପଡ଼ା ଥାନାକୁ, ଓଡ଼ଗାଁ ଥାନା ଏଏସ୍ଆଇ ଯୁଗଳ କିଶୋର ନାୟକଙ୍କୁ ଖଣ୍ଡପଡ଼ା ଥାନାକୁ,…
Read Moreଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା
ଓଡ଼ଗାଁ,(ନୟାଗଡ଼ ଦର୍ପଣ):- ନୟାଗଡ଼ ଜିଲ୍ଲାରେ ଅବସ୍ଥିତ ୧୫ ଗୋଟି ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମାନଙ୍କୁ ନେଇ ଏକ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ପରିବେଶବିତ, ସାମାଜିକ କର୍ମୀ ସୁକାନ୍ତ ଚୌଧୁରୀଙ୍କ ସଭାପତିତ୍ବରେ ବନମାଳୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଖେଡପଡ଼ାଠାରେ ଅନୁଷ୍ଠିତ ଉକ୍ତ ସଭାରେ ଶିକ୍ଷକ ପରିବାରର ଜିଲ୍ଲା ସଭାପତି ଯୁଧିଷ୍ଠିର ପ୍ରଧାନ ଉଦବୋଧନ ଦେବା ସହିତ ସମ୍ପାଦକ ନୀଳାଦ୍ରି ବିହାରୀ ସୁବୁଦ୍ଧି ସଙ୍ଘୀୟ ବାର୍ତ୍ତା ପ୍ରଦାନ କରିଥିଲେ।ଗୋବର୍ଦ୍ଧନ ପ୍ରଧାନ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ବାଘୂଆପଲ୍ଲୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,ଭାପୁର, ନିତ୍ୟାନନ୍ଦ ବିଷୋୟୀ,ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ, ଖୁଣ୍ଟୁବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନୂଆଗାଁ ବ୍ଲକ ଓ ଶରତ ଚନ୍ଦ୍ର ନାୟକ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ, ପଞ୍ଚାୟତ ଉଚ୍ଚ…
Read Moreଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ
ଓଡ଼ଗାଁ,(୩୧/୦୮):- ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଭିନ୍ନ ୱାର୍ଡରେ ସଫେଇ କାର୍ୟ୍ୟକ୍ରମ କରାଯାଇଥିଲା। ଏନ୍ଏସି କାର୍ୟ୍ୟନିର୍ବାହୀ ଅଧିକାରୀ ସ୍ୱାତି ମିଶ୍ର ବ୍ଲକ ଛକ ନିକଟବର୍ତ୍ତୀ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ଏବଂ ଛାମୁସାହିରେ ଅବସ୍ଥାପିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରିଥିଲେ । ଏନ୍ଏସି କାର୍ୟ୍ୟାଳୟ ପରିସରରେ ବିଜ୍ଞାପିତ ଅଞ୍ଚଳ ପରିଷଦ ପ୍ରଶାସକ ତଥା ଉପଜିଲ୍ଲାପାଳ ଲଗ୍ନଜିତ ରାଉତ ପତାକା ଉତ୍ତୋଳନ କରିଥିଲେ । ସ୍ଥାନୀୟ ଇନଡୋର ଷ୍ଟାଡିୟମଠାରେ ସ୍ୱତନ୍ତ୍ରଭାବେ ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ତହସିଲଦାର ବିଜେୟିତା ସାମନ୍ତସିଂହାର, ଜିଲ୍ଲା ପରିଷଦ ସଭ୍ୟ ଲୋକନାଥ ସାହୁ ପ୍ରମୁଖ ଯୋଗ ଦେଇଥିଲେ । କାର୍ୟ୍ୟନିର୍ବାହୀ ଅଧିକାରୀ…
Read Moreଶ୍ରୀଅରବିନ୍ଦଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ପାଠ୍ୟଚକ୍ର ଅନୁଷ୍ଠିତ
ଓଡ଼ଗାଁ,(୨୯/୦୮):- ଓଡ଼ଗାଁ ବ୍ଲକ ବିଜୟମଣ୍ଡପ ସାହିରେ ଶ୍ରୀଅରବିନ୍ଦଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ପିଲାମାନଙ୍କ ମନରେ ଆତ୍ମବିଶ୍ବାସ ବଢାଇବାର ଉପାୟ ଏବଂ ଶ୍ରୀ ଅରବିନ୍ଦ ଓ ଆଦର୍ଶ ଶିଶୁର ଲକ୍ଷଣ ଉପରେ ଆଲୋଚନା ହୋଇଥିଲା। ଏହି ପାଠଚକ୍ରରେ ଓଡ଼ଗାଁ ଓ ଆଖପାଖ ଅଞ୍ଚଳର ପ୍ରାୟ ୫୦ଜଣ ମାତୃପ୍ରେମୀ ଯୋଗଦେଇଥିଲେ। ବ୍ଲକ ଯୁଗ୍ମ ଆବାହକ ଶ୍ରୀ ସନ୍ତୋଷ କୁମାର ସାହୁ, ଜିଲ୍ଲା କାର୍ଯ୍ୟକାରୀ କମିଟି ସଭ୍ୟ ଶ୍ରୀ ରାଜକିଶୋର ନାୟକ, ଶ୍ରୀ ରଞ୍ଜିତ କୁମାର ମହନ୍ତ, ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ସଭ୍ୟା ଅପର୍ଣ୍ଣା ବିଶୋଇ, ଓଡ଼ଗାଁ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବରିଷ୍ଠ ଶିକ୍ଷକ ପ୍ରଦୀପ କୁମାର ସାହୁ, ହରିହର ଡାକୁଆ, ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ବୃନ୍ଦାବନ ରାଉତ, ଅର୍ଚନା ବିଶୋଇ, ବାସନ୍ତି ରାଉତ ଏବଂ ସ୍ବେଛାସେବୀ ଶ୍ରୀ କିଶୋର…
Read Moreନିୟମିତ ହୋଇଥିବା ଶିକ୍ଷକଙ୍କୁ ଓଡ଼ଗାଁ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସ୍ୱାଗତ
ଓଡ଼ଗାଁ,(୨୯/୦୮):- ଶରଣକୁଳ ମାଆ ଝାଡେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଓଡ଼ଗାଁ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ନୂତନ ଭାବେ ନିୟମିତ ହୋଇଥିବା ୪୬ ଜଣ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ଗୋଲାପ ଫୁଲ ଦେଇ ସ୍ବାଗତ କରାଯାଇଥିଲା। ଉକ୍ତ କାର୍ୟ୍ୟକ୍ରମକୁ ସଂଘର ସଭାପତି ନରେଶ ପାଣିଗ୍ରାହୀ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଂଘର ସଂପାଦକ ସୁକାନ୍ତ ସାହୁ, ସମସ୍ତ କର୍ମକର୍ତ୍ତା, ସମସ୍ତ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବନ୍ଧୁମାନେ, ଶ୍ରୀଧର ପରିଡ଼ା, ରାଜସିଂ ବେହେରା, ବିଭୂତି ଘଡେଇ, ସୋମନାଥ ଚୌଧୁରୀ ଓ ଗଙ୍ଗାଧର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଦେବାଶିଷ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।
Read Moreସମ୍ବର୍ଦ୍ଧନା ମ୍ୟୁଜିକର କ୍ୟାସେଟ୍ ଉନ୍ମୋଚନ
ଓଡ଼ଗାଁ,(୨୯/୦୮):- ଆଜି ସମ୍ବର୍ଦ୍ଧନା ମ୍ୟୁଜିକ ତରଫରୁ ‘ହାଟବାହୁଡା’ ନାମରେ ଗୋଟିଏ ଭଜନ କ୍ୟାସେଟ୍ ଓ ‘ଫେରିଆ ପ୍ରିୟା’, ‘କୁହୁଳା ସ୍ମୃତି’ ନାମରେ ଦୁଇଟି ଆଧୁନିକ ଆଲବମ୍ ଏହିପରି ତିନୋଟି କ୍ୟାସେଟ୍ ଓଡ଼ଗାଁର ଶ୍ରୀ ରାଧାମାଧବ ମନ୍ଦିର, ରାମସାଗର ପାର୍କ ଓ ପଥପ୍ରାନ୍ତ ସୁବିଧା କେନ୍ଦ୍ର ପରିସରରେ ଉନ୍ମୋଚିତ ହୋଇଛି।ଗୀତ ଗୁଡିକୁ ବନ୍ଦନା ମହାପାତ୍ର ରଚନା କରିଥିବା ବେଳେ ସ୍ୱରରେ ସଜାଇଛନ୍ତି ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଅଞ୍ଜନ କୁମାର।ଏମ୍. ଦୀନବନ୍ଧୁଙ୍କ ପ୍ରଯୋଜନାରେ ଉକ୍ତ କ୍ୟାସେଟ୍ ଗୁଡ଼ିକରେ କଣ୍ଠଦାନ କରିଛନ୍ତି ସୁନାମଧନ୍ୟ ଦୂରଦର୍ଶନ ଧାରାବାହିକ ଅଭିନେତ୍ରୀ ସବିତା ସାହୁ, ମୋନାଲି ପ୍ରିୟଦର୍ଶିନୀ ଓ ପ୍ରୟାତତ୍ମା ରଥ। “କୁହୁଳା ସ୍ମୃତି”କୁ ନେଇ ପ୍ରସ୍ତୁତ ଆଲବମ ଭିଡିଓରେ ଅଭିନୟ କରିଛନ୍ତି ଲିଟନ୍, ସବିତା ଓ କୁମାର୍ ଜ୍ୟୋତି। ଉକ୍ତ ଉନ୍ମୋଚନ କାର୍ଯ୍ୟକ୍ରମରେ ପ୍ରଯୋଜକ ଏମ୍. ଦୀନବନ୍ଧୁଙ୍କ ସମେତ ସମସ୍ତ ଆଲବମ ଭିଡିଓ କଳାକାର,…
Read Moreଗାଁ କଲ୍ୟାଣ ସମିତି ପକ୍ଷରୁ କରୋନା ସଚେତନତା କାର୍ଯ୍ୟକ୍ରମ
ଓଡ଼ଗାଁ,(୨୯/୦୮): ମହାମାରୀ କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଓଡ଼ଗାଁ ବ୍ଲକ କୁରାଳ ଓ ତୋଟାସାହି ଗାଁ କଲ୍ୟାଣ ସମିତି ତରଫରୁ ଆଜି କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଭୁ ଶ୍ରୀଶ୍ରୀ ଦଧିବାମନ ଜୀଉଙ୍କ ପୀଠରୁ ଏହି କାର୍ଯ୍ୟକୁ କୁରାଳ ସରପଞ୍ଚ ଶ୍ରୀମତୀ ଝିଲ୍ଲୀ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ହଲାଇ ଶୁଭାରମ୍ଭ କରିଥିବା ବେଳେ ସମ୍ମାନୀତ ଅତିଥିବାବେ ପୂର୍ବତନ ସରପଞ୍ଚ ବିଜନ ପାଇକରାୟ ଯୋଗଦେଇଥିଲେ। ଅଙ୍ଗନବାଡି କର୍ମୀ ବୈଜୟନ୍ତି ମଙ୍ଗରାଜ, ଦିବ୍ୟା ଭାରତୀଙ୍କ ସମେତ ପଞ୍ଚାୟତର ସମସ୍ତ ଅଙ୍ଗନବାଡି ଓ ଆଶାକର୍ମୀ ମଧ୍ୟ ଯୋଗଦେଇଥିଲେ। ଏହି ଜନସଚେତନତା କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ସଂଖ୍ୟାରେ ପୁରୁଷ, ମହିଳା, ଯୁବଗୋଷ୍ଠୀ କୋଭିଡ଼୍ ଗାଇଡ଼୍ ଲାଇନ୍ ଅନୁସାରେ ମାସ୍କ ପିନ୍ଧି ସାମାଜିକ ଦୂରତା ନିୟମ ପାଳି ବିଭିନ୍ନ ସଚେତନତା ମୂଳକ ପ୍ଲାକାର୍ଡ଼, ସ୍ଲୋଗାନ ଏବଂ ଲିଫଲେଟ୍…
Read Moreଅନଲାଇନରେ କ୍ରାନ୍ତି କବିତା ଆସର ଅନୁଷ୍ଠିତ
ଓଡ଼ଗାଁ,(୨୮/୦୮):- ଓଡ଼ଗାଁର ଲୋକପ୍ରିୟ ସାହିତ୍ୟ ଅନୁଷ୍ଠାନ ଶ୍ରୀ ଶ୍ରୀ ରଘୁନାଥ ସାରସ୍ୱତ ସଂସଦ ଗୁଗୁଲ ମିଟ୍ ମାଧ୍ୟମରେ ଏହାର ତୃତୀୟ କବିତା ଆସର (କ୍ରାନ୍ତି କବିତା ଆସର)ଆୟୋଜନ କରିଛି। ଅନୁଷ୍ଠାନ ତରଫରୁ ନୟାଗଡ଼ ଜିଲ୍ଲା ମହାବୀର କ୍ଷେତ୍ର ଦଶପଲ୍ଲାର କବି କବୟିତ୍ରୀଗଣଙ୍କୁ ନିମନ୍ତ୍ରଣ କରାଯାଇଥିଲା। ମୁଖ୍ୟଅତିଥି ରୂପେ ନିରାକାରପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ବେଣୁଧର ଦାସ ଉପସ୍ଥିତ ରହି ନିଜର ବକ୍ତବ୍ୟ ରଖିଥିବାବେଳେ କାର୍ଯ୍ୟକ୍ରମରେ ପଞ୍ଚାନନ ପଣ୍ଡା ସଭାପତି ଦାୟିତ୍ୱ ତୁଲାଇବା ସହ ସଂସଦର ସଂପାଦକ ଭାବଗ୍ରାହୀ ମହାପାତ୍ର, ସହସମ୍ପାଦକ ଯଶୋବନ୍ତ ପଟ୍ଟନାୟକ କବିତାଗୁଡିକୁ ସଂଯୋଜନା କରିଥିଲେ। ଦଶପଲ୍ଲା ବ୍ଲକର ଅଗ୍ରଣୀ ଅନୁଷ୍ଠାନ ଗଠନ ପରିବାରର ବରିଷ୍ଠ କବି ହାଡ଼ିବନ୍ଧୁ ମହାଖୁଡ଼, ବିଘ୍ନେଶ୍ୱର ବେହେରା, ପ୍ରଫୁଲ୍ଲ କୁମାର ଦାଶ, ଲିଙ୍ଗରାଜ ପାଣି, ମହେଶ୍ବର ବେହେରା, ସନ୍ତୋଷ କୁମାର ସାହୁ, ପ୍ରମୋଦ କୁମାର ପ୍ରଧାନ, ପ୍ରଭଞ୍ଜନ ସାଥୁଆ,…
Read Moreବିଶ୍ୱ ପର୍ଯ୍ୟାବରଣ ଦିବସ ପାଳିତ
ଓଡ଼ଗାଁ,(୨୮/୦୮):- ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଭାରତ ମଜଦୁର ସଂଘ ଓ ପବ୍ଲିକ ରାଇଟସ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଆଜି ବିଶ୍ୱ ପର୍ଯ୍ୟାବରଣ ଦିବସ ପାଳନ କରାଯାଇଛି।ଏ ଅବସରରେ ଜିଲ୍ଲା ମଜଦୁର ସଂଘ ସମ୍ପାଦକ ସୁକାନ୍ତ କୁମାର ମହାପାତ୍ର, ଅନ୍ୟତମ ସଭ୍ୟ ଲକ୍ଷ୍ମଣ ବିଶୋଇ, ପବ୍ଲିକ ରାଇଟସ ଆସୋସିଏସନର ରାଜ୍ୟ ଉପଦେଷ୍ଟା ଯଶୋବନ୍ତ ପଟ୍ଟନାୟକ, ସଭାନେତ୍ରୀ ଜଲି ଦାଶ, ସମ୍ପାଦିକା ରାଜଲକ୍ଷ୍ମୀ ସେନାପତି, ଡାକ୍ତର ବଳରାମ ପ୍ରଧାନ, ଡାକ୍ତର ପ୍ରଣତି ମଞ୍ଜରୀ ଶର୍ମା, ସିକ୍ୟୁରିଟି ଗାର୍ଡ ବସନ୍ତ ଉପାଧ୍ୟାୟ, ସୁଇପର୍ ସୁବାସ ନାୟକ, ଶିକ୍ଷକ ଭାବଗ୍ରାହୀ ମହାପାତ୍ର, ବରିଷ୍ଠ ଶିକ୍ଷକ ଅଚ୍ୟୁତ ପଣ୍ଡା, ହେଡ୍ କନଷ୍ଟେବଳ ବୀରେନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଡାକ୍ତରଖାନା ପରିସରରେ ୫୦ରୁ ଉର୍ଦ୍ଧ୍ବ ଚାରା ରୋପଣ କରାଯାଇଥିଲା।
Read More