ବିଶ୍ୱ ପର୍ଯ୍ୟାବରଣ ଦିବସ ପାଳିତ

ଓଡ଼ଗାଁ,(୨୮/୦୮):- ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଭାରତ ମଜଦୁର ସଂଘ ଓ ପବ୍ଲିକ ରାଇଟସ ଆସୋସିଏସନର ମିଳିତ ଆନୁକୂଲ୍ୟରେ ଆଜି ବିଶ୍ୱ ପର୍ଯ୍ୟାବରଣ ଦିବସ ପାଳନ କରାଯାଇଛି।ଏ ଅବସରରେ ଜିଲ୍ଲା ମଜଦୁର ସଂଘ ସମ୍ପାଦକ ସୁକାନ୍ତ କୁମାର ମହାପାତ୍ର, ଅନ୍ୟତମ ସଭ୍ୟ ଲକ୍ଷ୍ମଣ ବିଶୋଇ, ପବ୍ଲିକ ରାଇଟସ ଆସୋସିଏସନର ରାଜ୍ୟ ଉପଦେଷ୍ଟା ଯଶୋବନ୍ତ ପଟ୍ଟନାୟକ, ସଭାନେତ୍ରୀ ଜଲି ଦାଶ, ସମ୍ପାଦିକା ରାଜଲକ୍ଷ୍ମୀ ସେନାପତି, ଡାକ୍ତର ବଳରାମ ପ୍ରଧାନ, ଡାକ୍ତର ପ୍ରଣତି ମଞ୍ଜରୀ ଶର୍ମା, ସିକ୍ୟୁରିଟି ଗାର୍ଡ ବସନ୍ତ ଉପାଧ୍ୟାୟ, ସୁଇପର୍ ସୁବାସ ନାୟକ, ଶିକ୍ଷକ ଭାବଗ୍ରାହୀ ମହାପାତ୍ର, ବରିଷ୍ଠ ଶିକ୍ଷକ ଅଚ୍ୟୁତ ପଣ୍ଡା, ହେଡ୍ କନଷ୍ଟେବଳ ବୀରେନ୍ଦ୍ର ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଡାକ୍ତରଖାନା ପରିସରରେ ୫୦ରୁ ଉର୍ଦ୍ଧ୍ବ ଚାରା ରୋପଣ କରାଯାଇଥିଲା।

Related posts