ଓଡ଼ଗାଁ,(୨୯/୦୮):- ଆଜି ସମ୍ବର୍ଦ୍ଧନା ମ୍ୟୁଜିକ ତରଫରୁ ‘ହାଟବାହୁଡା’ ନାମରେ ଗୋଟିଏ ଭଜନ କ୍ୟାସେଟ୍ ଓ ‘ଫେରିଆ ପ୍ରିୟା’, ‘କୁହୁଳା ସ୍ମୃତି’ ନାମରେ ଦୁଇଟି ଆଧୁନିକ ଆଲବମ୍ ଏହିପରି ତିନୋଟି କ୍ୟାସେଟ୍ ଓଡ଼ଗାଁର ଶ୍ରୀ ରାଧାମାଧବ ମନ୍ଦିର, ରାମସାଗର ପାର୍କ ଓ ପଥପ୍ରାନ୍ତ ସୁବିଧା କେନ୍ଦ୍ର ପରିସରରେ ଉନ୍ମୋଚିତ ହୋଇଛି।ଗୀତ ଗୁଡିକୁ ବନ୍ଦନା ମହାପାତ୍ର ରଚନା କରିଥିବା ବେଳେ ସ୍ୱରରେ ସଜାଇଛନ୍ତି ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ଅଞ୍ଜନ କୁମାର।ଏମ୍. ଦୀନବନ୍ଧୁଙ୍କ ପ୍ରଯୋଜନାରେ ଉକ୍ତ କ୍ୟାସେଟ୍ ଗୁଡ଼ିକରେ କଣ୍ଠଦାନ କରିଛନ୍ତି ସୁନାମଧନ୍ୟ ଦୂରଦର୍ଶନ ଧାରାବାହିକ ଅଭିନେତ୍ରୀ ସବିତା ସାହୁ, ମୋନାଲି ପ୍ରିୟଦର୍ଶିନୀ ଓ ପ୍ରୟାତତ୍ମା ରଥ। “କୁହୁଳା ସ୍ମୃତି”କୁ ନେଇ ପ୍ରସ୍ତୁତ ଆଲବମ ଭିଡିଓରେ ଅଭିନୟ କରିଛନ୍ତି ଲିଟନ୍, ସବିତା ଓ କୁମାର୍ ଜ୍ୟୋତି। ଉକ୍ତ ଉନ୍ମୋଚନ କାର୍ଯ୍ୟକ୍ରମରେ ପ୍ରଯୋଜକ ଏମ୍. ଦୀନବନ୍ଧୁଙ୍କ ସମେତ ସମସ୍ତ ଆଲବମ ଭିଡିଓ କଳାକାର, ବରିଷ୍ଠ କବି ଲୋକନାଥ ମିଶ୍ର, ଶରତ ଚନ୍ଦ୍ର ଷଡ଼ଙ୍ଗୀ, ଡା.ସ୍ୱରୂପ ମିଶ୍ର, ପରମାନନ୍ଦ ସ୍ୱାଇଁ, ଚିତ୍ତରଞ୍ଜନ ମିଶ୍ର, ଫକୀର ମହାରଣା, କଣ୍ଠଶିଳ୍ପୀ ରଞ୍ଜନ କୁମାର ଦାଶ, ଯୁବକବି ଯଶୋବନ୍ତ ପଟ୍ଟନାୟକ, ସନ୍ତୋଷ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।



