ନିୟମିତ ହୋଇଥିବା ଶିକ୍ଷକଙ୍କୁ ଓଡ଼ଗାଁ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସ୍ୱାଗତ

ଓଡ଼ଗାଁ,(୨୯/୦୮):- ଶରଣକୁଳ ମାଆ ଝାଡେଶ୍ୱରୀ ମନ୍ଦିର ପ୍ରାଙ୍ଗଣରେ ଓଡ଼ଗାଁ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ନୂତନ ଭାବେ ନିୟମିତ ହୋଇଥିବା ୪୬ ଜଣ ଶିକ୍ଷକ, ଶିକ୍ଷୟତ୍ରୀଙ୍କୁ ଗୋଲାପ ଫୁଲ ଦେଇ ସ୍ବାଗତ କରାଯାଇଥିଲା। ଉକ୍ତ କାର୍ୟ୍ୟକ୍ରମକୁ ସଂଘର ସଭାପତି ନରେଶ ପାଣିଗ୍ରାହୀ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ସଂଘର ସଂପାଦକ ସୁକାନ୍ତ ସାହୁ, ସମସ୍ତ କର୍ମକର୍ତ୍ତା, ସମସ୍ତ ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ବନ୍ଧୁମାନେ, ଶ୍ରୀଧର ପରିଡ଼ା, ରାଜସିଂ ବେହେରା, ବିଭୂତି ଘଡେଇ, ସୋମନାଥ ଚୌଧୁରୀ ଓ ଗଙ୍ଗାଧର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଦେବାଶିଷ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ।

Related posts