ନୟାଗଡ଼,(୨୯/୦୮):- ନୟାଗଡ଼ ବିଧାୟକ ତଥା କୃଷି ଓ କୃଷକ ସଶକ୍ତି କରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ ଆଜି ନୟାଗଡ଼ ବ୍ଳକ ବଢ଼ିଆଳି ଏବଂ ଖୁଣ୍ଟୁବନ୍ଧ ପଞ୍ଚାୟତର ବିଭିନ୍ନ ଗାଁରେ ପହଞ୍ଚି ଲୋକଙ୍କ ପାଇଁ କରାଯାଇଥିବା ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ନଡ଼ିଆଳି ପଞ୍ଚାୟତର ଗବନଳ ଓ ଉଦୟପୁର ଗ୍ରାମରେ ଲୋକଙ୍କ ଆବଶ୍ୟକତା ପାଇଁ କରାଯିବାକୁ ଥିବା କାର୍ଯ୍ୟର ତାଲିକା ପ୍ରସ୍ତୁତ କରାଯାଇଛି । ସେହିଭଳି ବେଗୁନିଆପାଟଣା, ଖୁଣ୍ଟୁବନ୍ଧ ଏବଂ କଇଁଥଗାଡ଼ିଆ ଗ୍ରାମରେ ଲୋକଙ୍କ ସୁବିଧା ଅସୁବିଧା ବୁଝିଛନ୍ତି । ବିଭିନ୍ନ ଜନହିତକର କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ଲୋକଙ୍କ ସହ ଆଲୋଚନା କରିଛନ୍ତି । କେତେକ ଗ୍ରାମରେ ମନ୍ତ୍ରୀ ଆଜି ଯୁବକ ଏବଂ ବରିଷ୍ଠ ଉଭୟଙ୍କ ସହ ଆଲୋଚନା କରିଥିବା ଦେଖାଯାଇଛି । ଏହି ଗସ୍ତରେ ବିଜେଡି ନେତା ପୂର୍ଣ୍ଣଚନ୍ଦ୍ର ନାୟକ, ବ୍ଲକ ଉପାଧ୍ୟକ୍ଷ ସୁବାସ କହଁର, ପୂର୍ବତନ ଜଗରପାଳ ଗୁରୁପ୍ରସାଦ ଜେନା ଏବଂ ଖୁଣ୍ଟୁବନ୍ଧ ସରପଞ୍ଚ ସତ୍ୟବାନ ନାୟକ ପ୍ରମୁଖ ଉପସ୍ଥିତ ଥିବା ଜଣାଯାଇଛି ।
Related posts
-
ବ୍ଲକସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବ୍ଲକ ସ୍ତରୀୟ ନିପୁଣ ଓଡ଼ିଶା ମେଳା-୨୦୨୫ ବ୍ରଜେନ୍ଦ୍ର ହାଇସ୍କୁଲ, ନୟାଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମରୁ ତୃତୀୟ... -
ସାମ୍ବାଦିକ ଭବନ ସଭାଗୃହ ପ୍ରତିଷ୍ଠା
ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଶ୍ରୀ ପଞ୍ଚମୀ ଅବସରରେ ଆଜି ନୟାଗଡ଼ ସାମ୍ବାଦିକ ଭବନ ସଭାଗୃହ ପ୍ରତିଷ୍ଠା କରାଯାଇଛି । ସଭାପତି ବୈଦ୍ୟ... -
ଜାତୀୟ ସ୍ତରୀୟ ଶିକ୍ଷା ପ୍ରଶିକ୍ଷଣ ଶିବିରରେ ନୟାଗଡ଼ ଜିଲ୍ଲାରୁ ୯ ଶିକ୍ଷକ
January 31, 2025 Jajati Comments Off on ଜାତୀୟ ସ୍ତରୀୟ ଶିକ୍ଷା ପ୍ରଶିକ୍ଷଣ ଶିବିରରେ ନୟାଗଡ଼ ଜିଲ୍ଲାରୁ ୯ ଶିକ୍ଷକନୟାଗଡ଼,(ନୟାଗଡ଼ ଦର୍ପଣ): ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ଶିକ୍ଷା ପ୍ରଶିକ୍ଷଣ ଶିବିରରେ ନୟାଗଡ଼ ଜିଲ୍ଲାରୁ ୯ଜଣ ଶିକ୍ଷକ ଯୋଗଦାନ...