ଶ୍ରୀଅରବିନ୍ଦଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ପାଠ୍ୟଚକ୍ର ଅନୁଷ୍ଠିତ

ଓଡ଼ଗାଁ,(୨୯/୦୮):- ଓଡ଼ଗାଁ ବ୍ଲକ ବିଜୟମଣ୍ଡପ ସାହିରେ ଶ୍ରୀଅରବିନ୍ଦଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ଏକ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ପିଲାମାନଙ୍କ ମନରେ ଆତ୍ମବିଶ୍ବାସ ବଢାଇବାର ଉପାୟ ଏବଂ ଶ୍ରୀ ଅରବିନ୍ଦ ଓ ଆଦର୍ଶ ଶିଶୁର ଲକ୍ଷଣ ଉପରେ ଆଲୋଚନା ହୋଇଥିଲା। ଏହି ପାଠଚକ୍ରରେ ଓଡ଼ଗାଁ ଓ ଆଖପାଖ ଅଞ୍ଚଳର ପ୍ରାୟ ୫୦ଜଣ ମାତୃପ୍ରେମୀ ଯୋଗଦେଇଥିଲେ। ବ୍ଲକ ଯୁଗ୍ମ ଆବାହକ ଶ୍ରୀ ସନ୍ତୋଷ କୁମାର ସାହୁ, ଜିଲ୍ଲା କାର୍ଯ୍ୟକାରୀ କମିଟି ସଭ୍ୟ ଶ୍ରୀ ରାଜକିଶୋର ନାୟକ, ଶ୍ରୀ ରଞ୍ଜିତ କୁମାର ମହନ୍ତ, ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ସଭ୍ୟା ଅପର୍ଣ୍ଣା ବିଶୋଇ, ଓଡ଼ଗାଁ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବରିଷ୍ଠ ଶିକ୍ଷକ ପ୍ରଦୀପ କୁମାର ସାହୁ, ହରିହର ଡାକୁଆ, ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀ ବୃନ୍ଦାବନ ରାଉତ, ଅର୍ଚନା ବିଶୋଇ, ବାସନ୍ତି ରାଉତ ଏବଂ ସ୍ବେଛାସେବୀ ଶ୍ରୀ କିଶୋର ଚନ୍ଦ୍ର ମିଶ୍ର ଉପସ୍ଥିତ ରହି ଅଲୋଚନାକୁ ସହଜ ଓ ସରଳ ଭାବରେ ଉପସ୍ଥାପନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆରତୀ ଜେନା ଓ ଜ୍ୟୋତିରଞ୍ଜନ ଜେନା ଆୟୋଜନ କରିଥିଲେ। ପ୍ରତ୍ୟେକ ଶିଶୁ ସ୍ୱତନ୍ତ୍ର ଅଟେ । ସମସ୍ତଙ୍କ ପାଖରେ କିଛିନା କିଛି ସମ୍ଭାବନା ଭରି ରହିଛ। ଶ୍ରୀ ଅରବିନ୍ଦଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏକ ନୂତନ ପୃଥିବୀ ପରିକଳ୍ପନାର ସ୍ୱପ୍ନକୁ ସାକାର କରିବା ପାଇଁ ଏ ପାଠଚକ୍ରର ମୂଳଲକ୍ଷ୍ୟ ହୋଇଥିବା ବେଳେ ଏହା ଗତ ଅଗଷ୍ଟ ମାସ ୧୫ତାରିଖ ଠାରୁ ୨୦୨୨ ଅଗଷ୍ଟ ୧୫ ପର୍ଯ୍ୟନ୍ତ ଜାରି ରହିବ ବୋଲି ଜଣାଯାଇଛି।

Related posts