ନୟାଗଡ଼,(୨୯/୦୮): ବିଜୁ ଶ୍ରମିକ ସାମ୍ମୁଖ୍ୟ ସହ ବନ୍ଧିତ ନୟାଗଡ଼ ଜିଲ୍ଲା ସମବାୟ ସମିତି ଡାଟା ଏଣ୍ଟ୍ରି ଅପରେଟର ସଂଘ ପକ୍ଷରୁ ଆଜି ଏକ ବୈଠକ ନୟାଗଡ଼ ବ୍ଲକ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ସମବାୟ ସମିତି ଡିଇଓ ସଂଘ ସଭାପତି ବାମନ ଚନ୍ଦ୍ର ରାଜଙ୍କ ସଭାପତିତ୍ୱରେ ବୈଠକରେ ମୁଖ୍ୟ ଅତିଥି ଭାବେ ବିଜୁ ଶ୍ରମିକ ସାମ୍ମୁଖ୍ୟ ରାଜ୍ୟ ସହ ସମ୍ପାଦକ ତଥା ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, ଉପଦେଷ୍ଟା ଲକ୍ଷ୍ମଣ ମଲ୍ଲ, ଯୁବ ସଂଗଠନ ଦୁର୍ଯ୍ୟୋଧନ ବେହେରା ଯୋଗ ଦେଇଥିଲେ । ସମବାୟ ବିଭାଗରେ ଡିଇଓମାନଙ୍କର ଦରମା ବୃଦ୍ଧି, ସହକାରୀ ସମ୍ପାଦକ ଭାବେ ପଦୋନ୍ନତୀ ଏବଂ ସ୍ଥାୟୀ ନିଯୁକ୍ତି ଉପରେ ଆଲୋଚନା ହୋଇଥିଲା । ସମବାୟ ବିଭାଗର ନିବନ୍ଧକ ସରକାରଙ୍କ ଆଦେଶନାମାକୁ ତୁରନ୍ତ କାର୍ଯ୍ୟକାରୀ କରି ମାସିକ ୧୨ ହଜାର ୩୦ ଟଙ୍କା ପାରିଶ୍ରମିକ ଦେବା ପାଇଁ ଦାବି କରାଯାଇଛି । ଅନ୍ୟ ଜିଲ୍ଲାରେ ଏହାକୁ କାର୍ଯ୍ୟକାରୀ କରାଯାଇଥିବା ବେଳେ ନୟାଗଡ଼ ଜିଲ୍ଲାରେ ଲାଗୁ କରାଯାଇନଥିବାରୁ ବୈଠକରେ ଉଦ୍ବେଗ୍ ପ୍ରକାଶ ପାଇଥିଲା । ବିଭିନ୍ନ ସମସ୍ୟା ଉପରେ ଜିଲ୍ଲା ପ୍ରଶାସନ ଏବଂ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୈାଣସି ପଦକ୍ଷେପ ଗ୍ରହଣ କରୁନଥିବା ଆଲୋଚନା ହୋଇଛି । ଆଗାମୀ ଦିନରେ ସରକାରୀ ଆଦେଶ କାର୍ଯ୍ୟକାରୀ କରାନଗଲେ ଆନ୍ଦୋଳନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି । ଅତିଥିମାନେ ସଂଗଠନ ମଜବୁତ କରିବା ଉପରେ ବକ୍ତବ୍ୟ ରଖିଥିଲେ । ଏହି ବୈଠକରେ ସମ୍ପାଦକ ସୁବ୍ରତ ପ୍ରଧାନ ବିବରଣୀ ପାଠ କରିଥିଲେ । ସେହିଭଳି ଅନ୍ୟମାନଙ୍କ ମଧ୍ୟରେ ସହ ସମ୍ପାଦକ କେଦାର ପ୍ରଧାନ, ଉପସଭାପତି ମନୋରଞ୍ଜନ ସାହୁ, କୋଷାଧ୍ୟକ୍ଷ ରାମଚନ୍ଦ୍ର ସ୍ୱାଇଁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।
Related posts
-
ବ୍ଲକସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ
ନୟାଗଡ଼,(ନୟାଗଡ଼ ଦର୍ପଣ): ବ୍ଲକ ସ୍ତରୀୟ ନିପୁଣ ଓଡ଼ିଶା ମେଳା-୨୦୨୫ ବ୍ରଜେନ୍ଦ୍ର ହାଇସ୍କୁଲ, ନୟାଗଡ଼ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମରୁ ତୃତୀୟ... -
ସାମ୍ବାଦିକ ଭବନ ସଭାଗୃହ ପ୍ରତିଷ୍ଠା
ନୟାଗଡ଼,(ନୟାଗଡ଼ ଦର୍ପଣ): ପବିତ୍ର ଶ୍ରୀ ପଞ୍ଚମୀ ଅବସରରେ ଆଜି ନୟାଗଡ଼ ସାମ୍ବାଦିକ ଭବନ ସଭାଗୃହ ପ୍ରତିଷ୍ଠା କରାଯାଇଛି । ସଭାପତି ବୈଦ୍ୟ... -
ଜାତୀୟ ସ୍ତରୀୟ ଶିକ୍ଷା ପ୍ରଶିକ୍ଷଣ ଶିବିରରେ ନୟାଗଡ଼ ଜିଲ୍ଲାରୁ ୯ ଶିକ୍ଷକ
January 31, 2025 Jajati Comments Off on ଜାତୀୟ ସ୍ତରୀୟ ଶିକ୍ଷା ପ୍ରଶିକ୍ଷଣ ଶିବିରରେ ନୟାଗଡ଼ ଜିଲ୍ଲାରୁ ୯ ଶିକ୍ଷକନୟାଗଡ଼,(ନୟାଗଡ଼ ଦର୍ପଣ): ମଧ୍ୟପ୍ରଦେଶର ଦାମୋହ ଜିଲ୍ଲାରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ଶିକ୍ଷା ପ୍ରଶିକ୍ଷଣ ଶିବିରରେ ନୟାଗଡ଼ ଜିଲ୍ଲାରୁ ୯ଜଣ ଶିକ୍ଷକ ଯୋଗଦାନ...